ଆମ୍ବୁଲାନ୍ସକୁ ବାଟ ଛାଡୁ ନ ଥିବା ଗାଡ଼ିଚାଳକ ଗଣିବେ ଜରିମାନା

ଭୁବନେଶ୍ୱର, ୧୫।୨ (ବ୍ୟୁରେ): ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ରେ ଆମ୍ବୁଲାନ୍ସ(ଓଡି-୩୩ଓ୍ବାଇ-୬୦୧୯) ଫସିଯିବା ଯୋଗୁ ଶିଶୁପୁତ୍ର ନୀଲ୍‌ ନୀତୀଶ୍‌ଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ କମିଶନରେଟ ପୋଲିସ ଉପରେ ଦୋଷ ଲଗାଯାଇଥିଲା। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଟ୍ରାଫିକ ଡିସିପି ସାଗରିକା ନାଥ ଏବଂ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ତଲବ କରିଥିଲେ। ତେବେ ଘଟଣା ଦିନ ଆମ୍ବୁଲାନ୍ସ ହସ୍ପିଟାଲରେ ପହଞ୍ଚିବାରେ ମାତ୍ରାଧିକ ବିଳମ୍ବ ହୋଇ ନ ଥିବା ପୋଲିସ ସଫେଇ ଦେଇଥିଲେ ମଧ୍ୟ ତାହାକୁ କେହି ବିଶ୍ୱାସ କରି ନ ଥିଲେ। ଏନେଇ କମିଶନରେଟ୍‌ ପୋଲିସ ଶୁକ୍ରବାର ଟୁଇଟ୍‌ କରି ସିସିଟିଭି ଫୁଟେଜ୍‌ ଆଧାରିତ ସମୟ ଜଣାଇଛି। ତଦନୁଯାୟୀ ଉକ୍ତ ଆମ୍ବୁଲାନ୍ସକୁ ରାଜଭବନ ଛକରୁ ବାହାରି କିମ୍ସ ହସ୍ପିଟାଲରେ ପହଞ୍ଚିବା ପାଇଁ ମୋଟ ୧ ଘଣ୍ଟା ୨୦ ମିନିଟ୍‌ ନୁହେଁ ୨୨ମିନିଟ୍‌ ୩୮ ସେକେଣ୍ଡ ସମୟ ଲାଗିଥିବା ଟୁଇଟ୍‌ରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଆମ୍ବୁଲାନ୍ସକୁ ବାଟ ଛାଡ଼ୁ ନ ଥିବା ଗାଡ଼ିଚାଳକମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ତେଣୁ ଉକ୍ତ ଗାଡ଼ିଚାଳକମାନେ ବାଟ ଛାଡ଼ୁ ନ ଥିବା ସମୟର ଭିଡିଓ ପୋଲିସ କିମ୍ବା ଆର୍‌ଟିଓ ନିକଟକୁ ପଠାଇବାକୁ ଟ୍ରାଫିକ୍‌ ଡିସିପି ନାଥ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଏପରି କି ଆମ୍ବୁଲାନ୍ସକୁ ବାଟ ଛାଡ଼ି ନ ଥିବା ୩ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ଟ୍ରାଫିକ୍‌ ଡିସିପି ନାଥ କହିଛନ୍ତି।
ସୂଚନାଥାଉ କି, ଟ୍ରାଫିକ୍‌ ଭିଡ଼ ଯୋଗୁ ଆମ୍ବୁଲାନ୍ସ ଏକ ଘଣ୍ଟା ୨୦ ମିନିଟ୍‌ରେ କିମ୍ସ ହସ୍ପିଟାଲରେ ପହଞ୍ଚିଥିଲା ବୋଲି ମୃତ ଶିଶୁଙ୍କ ବାପା ନୀରୋଦ ନାୟକ କହିଥିଲେ। ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ମିଥ୍ୟା ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଏପରି କି ସେ ‘ସାମ୍ବାଦିକମାନେ ଜ୍ଞାନୀ ହୁଅନ୍ତୁ, ସବୁଦିଗକୁ ଲକ୍ଷ୍ୟ କରି ଖବର ପରିବେଷଣ କରନ୍ତୁ’ ବୋଲି କହିଛନ୍ତି। ଟୁଇଟ୍‌ରେ ଦର୍ଶାଯାଇଛି ଯେ, ଆମ୍ବୁଲାନ୍ସଟି କ୍ୟାପିଟାଲ ହସ୍ପିଟାଲରୁ ବାହାରି ଏଜି ଛକ ଦେଇ ଯାଇ ନ ଥିଲା। ବରଂ ରାଜଭବନ ଛକରେ ପୂର୍ବାହ୍ନ ୧୦ଟା ୧ ମିନିଟ୍‌ ୪୦ ସେକେଣ୍ଡରେ ଗତି କରିଥିଲା। ସେହଭଳି ୧୨୦ ବାଟାଲିୟନ ଛକରେ ୧୦ଟା ୨ମିନିଟ୍‌ ୩୭ ସେକେଣ୍ଡ ଏବଂ ନାଲ୍‌କୋ ଛକରେ ୧୦ଟା୧୦ ମିନିଟ୍‌ ୨୯ ସେକେଣ୍ଡରେ ପାସ୍‌ କରିଥିଲା। କିମ୍ସରେ ୧୦ଟା ୨୪ ମିନିଟ୍‌ ୧୮ ସେକେଣ୍ଡରେ ପହଞ୍ଚିଥିଲା।
ପୂର୍ବରୁ ଟ୍ରାଫିକ ଜାମ୍‌ ଯୋଗୁ ଶିଶୁଙ୍କ ମୃତ୍ୟୁ ଘଟିଥିବା ଆମ୍ବୁଲାନ୍ସ ଡ୍ରାଇଭର ଆଲୋକ ଖୁଣ୍ଟିଆ କହିଥିଲେ। ହେଲେ ଏବେ ସେ ନିଜର ବୟାନ ବଦଳାଇଛି। ସେ କହିଛନ୍ତି ଯେ, ୨୨ ମିନିଟ୍‌ ଲାଗିଥିଲା କିମ୍ସରେ ପହଞ୍ଚିବାକୁ। କିନ୍ତୁ ଶିଶୁଙ୍କ ବାପା ବାରମ୍ବାର ଗାଡ଼ିରୁ ବାହାରି ଲୋକଙ୍କୁ ହଟାଉଥିଲେ। ତାଙ୍କୁ ଗାଡିରୁ ନ ଓହ୍ଲାଇବା ପାଇଁ କୁହାଯାଇଥିଲେ ମଧ୍ୟ ସେ ଶୁଣି ନ ଥିଲେ ବୋଲି ଆଲୋକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର,୩୦।୪: ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦଳୀୟ କର୍ମୀ ଓ ହଜାର ହଜାର...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ବିଜେଡି ବିଧାୟକଙ୍କ ରାଲିରେ ମାଡିଗଲା ଟ୍ରକ୍‌: ୩ ଆହତ

ଭୁବନେଶ୍ୱର,୩୦।୪: କଟକ ଜିଲା ବଡମ୍ବାରେ ବିଜେଡି ବିଧାୟକଙ୍କ ରାଲି ଉପରକୁ ମାଡିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବଡମ୍ବା...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri