ଆମେରିକୀୟ ସୈନ୍ୟଙ୍କୁ ପୁଣି ଟାର୍ଗେଟ କଲା ଇରାନ: ଏୟାରବେସ୍‌ ଉପରେ ୮ ରକେଟ ମାଡ଼

ବାଗଦାଦ,୧୩ା୧: ପାରମ୍ପରିକ ଶତ୍ରୁ ଇରାନ ଓ ଆମେରିକା ମଧ୍ୟରେ ଚରମ ଉତ୍ତେଜନା ଲାଗି ରହିଥିବାବେଳେ ରବିବାର ରାତିରେ ବଡ଼ ଖବର ଆସିଛି। ଇରାକରେ ଆମେରିକା ସେନାକୁ ଟାର୍ଗେଟ କରିବାକୁ ଯାଇ ୮ ରକେଟ ମାଡ଼ କରିଛି ଇରାନ। ଏଥିରେ ଇରାକ ବାୟୁସେନାର ୪ ସୈନ୍ୟ ଆହତ ହୋଇଛନ୍ତି। ଇରାନ ପକ୍ଷରୁ ନିକ୍ଷେପ କରାଯାଇଥିବା ରକେଟ ଏୟାରବେସ୍‌ ରନ୍‌ଓ୍ବେରେ ମାଡ଼ ହୋଇଥିବାରୁ ବିଶେଷ କ୍ଷତି ହୋଇ ନ ଥିବା ଜଣାପଡିଛି। ଗତ ସପ୍ତାହରେ ଇରାନର ରକେଟ ମାଡ଼ ପରେ ଅନେକ ଆମେରିକୀୟ ସୈନ୍ୟ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଥିବାରୁ ସଦ୍ୟ ଆକ୍ରମଣରୁ ସେମାନେ ବର୍ତ୍ତିଯାଇଥିବା କୁହାଯାଉଛି। ତେବେ ଆକ୍ରମଣ ପାଇଁ ଇରାନ ନିଜକୁ ଦାୟୀ କରିନାହିଁ।
ଇରାକ ରାଜଧାନୀ ବାଗଦାଦଠାରୁ ୮୦ କିଲୋମିଟର ଦୂର ସଲାହୁଦିନ ପ୍ରଦେଶରେ ଥିବା ଅଲ୍‌ ବଲାଡ ଏୟାରବେସ ଉପରେ ରବିବାର ୮ଟି କଟ୍ୟୁଶା ରକେଟ ମାଡ଼ ହୋଇଛି। ଏଥିରେ ଇରାକର ୪ ଜଣ ବାୟୁସେନା ସୈନ୍ୟ ଆହତ ହୋଇଛନ୍ତି। ଏଥିସହିତ ପାଖ ବିଲ୍ଡିଂଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ଇରାକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି। ଅଲ୍‌-ବଲାଡ ହେଉଛି ଇରାକର ମୁଖ୍ୟ ଏୟାରବେସ୍‌। ଏଠାରେ ଆମେରିକାରୁ ଇରାକ କିଣିଥିବା ଏଫ-୧୬ ଯୁଦ୍ଧବିମାନକୁ ରଖାଯାଇଛି। ପୂର୍ବରୁ ଏହି ବାୟୁସେନା ଘାଟିରେ ଆମେରିକୀୟ ଯବାନ ଓ ଠିକାଦାରମାନେ ରହୁଥିଲେ। ଗତ ମାସରେ ଇରାନ ଆକ୍ରମଣରେ ଆମେରିକାର ଜଣେ ଠିକାଦାରଙ୍କ ମୃତ୍ୟୁ ଘଟିଥିଲା। ଗତ ୩ ତାରିଖରେ ବାଗଦାଦ ବିମାନବନ୍ଦରରେ ଆମେରିକା ସେନା ଡ୍ରୋନ ଆକ୍ରମଣ କରିଥିଲା। ଏଥିରେ ଇରାନର ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କ ସମେତ କେତେଜଣ ସେନା ଅଧିକାରୀ ନିହତ ହୋଇଥିଲେ।
ଏହା ପରେ ଆମେରିକା ଉପରେ ପ୍ରତିଶୋଧ ନେବା ପାଇଁ ଇରାନର ସୁପ୍ରିମ ଲିଡର ଆୟାତୋଲା ଖୋମିନି ଧମକ ଦେଇଥିଲେ। ୮ ତାରିଖରେ ଇରାକର ଦୁଇଟି ବାୟୁସେନା ଘାଟିକୁ ଟାର୍ଗେଟ କରି ଇରାନ ରକେଟ ମାଡ଼ କରିଥିଲା। ଏହାର କିଛି ଘଣ୍ଟା ପରେ ଇରାନ ଭୁଲ୍‌ବଶତଃ ୟୁକ୍ରେନର ଏକ ଯାତ୍ରୀବାହୀ ବିମାନକୁ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରେ ୧୭୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି ଆକ୍ରମଣରେ କୌଣସି ଜଣେ ହେଲେ ଆମେରିକୀୟ ସୈନ୍ୟ ମୃତାହତ ହୋଇ ନ ଥିବା ଦୃଢ଼ୋକ୍ତି ବାଢ଼ିବା ସହ ଇରାନ ଉପରେ ଅତିରିକ୍ତ କଟକଣା ଲଗାଇଥିଲେ। ଦୁଇଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଥିବାରୁ ଅଧିକାଂଶ ଆମେରିକା ସୈନ୍ୟ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଏୟାରବେସ୍‌ ଛାଡ଼ି ଚାଲିଯାଇଥିଲେ। ସେଠାରେ ଆମେରିକାର ମାତ୍ର ଗୋଟିଏ ବିମାନ ଓ ୧୫ ସୈନ୍ୟ ଥିଲେ। ଆମେରିକା-ଇରାନ ମୁହାଁମୁହିଁ ହେବା ଫଳରେ ଇରାକ କ୍ଷତିଗ୍ରସ୍ତ ହେଉଛି। ଏଥିଯୋଗୁ ଇରାକ ପ୍ରଧାନମନ୍ତ୍ରୀ ଆଦିଲ ଅବଦୁଲ-ମହଦି ଆମେରିକା ପରରାଷ୍ଟ୍ର ସଚିବ ମାଇକ ପମ୍ପିଓଙ୍କୁ ସେନା ପ୍ରତ୍ୟାହାର ପାଇଁ କହିଛନ୍ତି। ତେବେ ଇରାକ ଭୂଖଣ୍ଡରେ ଆମେରିକା ସୈନ୍ୟଙ୍କ ଉପସ୍ଥିତି ଜରୁରୀ ଦର୍ଶାଇ ସୁରକ୍ଷାବଳ ପ୍ରତ୍ୟାହାର କରିବା ପାଇଁ ରୋକ୍‌ଠୋକ ମନା କରିଦେଇଛି ଓ୍ବାଶିଂଟନ।


Enter your email to get our daily news in your inbox.

All Right Reserved By Dharitri.Com

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ଡ୍ରାଗନର ନୂଆ ଚାଲ: ଚାଇନାର ନଦୀବନ୍ଧ ଭାରତ ପାଇଁ ସାଜିବ କି ବଡ଼ ବିପଦ?

ବେଜିଂ,୧୧ା୭: ତିବ୍ବତର ୟାରଲୁଙ୍ଗ୍‌ ସାଙ୍ଗପୋ ନଦୀରେ ଚାଇନା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଉକ୍ତ ନଦୀବନ୍ଧ ପ୍ରତି ପ୍ରାକୃତିକ ବିପଦ ରହିଥିବା ଚାଇନା ସରକାରଙ୍କ…

ସଚିନଙ୍କ ସହ ୱିମ୍ବଲଡନ ଦେଖିବାକୁ ଗଲେ ଶୁବମନ ଗିଲ୍‌: ଲୋକେ କହିଲେ…

ନୂଆଦିଲ୍ଲୀ,୧୧।୭: ଭାରତର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲଙ୍କୁ ୱିମ୍ବଲଡନରେ ରୟାଲ ବକ୍ସରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳିଙ୍କ…

IND vs ENG: ବାହାନା ପରେ ବାହାନା… ଟିମ ଇଣ୍ଡିଆର ଦୁଃଖଦ ଅବସ୍ଥା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ପାଖରେ ଅସୀମ ବାହାନା ଥିବା ପରି ମନେହୁଏ। ସେ ଏବେ ଆଉ ଏକ ବାହାନା ବାହାର…

ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ, ଆଉ ୩…

ଝରିଗାଁ,୧୧ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ନୂତନ କୋର୍ଟ ନିକଟରେ ବାଇକ୍‌ ଦୁର୍ଘଟଣା ଯୋଗୁ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ୍‌ରେ ଥିବା…

ଦୁଃଖ କରୁଛି ପାକିସ୍ତାନ ! ମୋଦିଙ୍କୁ ନେଇ ଶାହବାଜ ସରିଫଙ୍କ ପରାମର୍ଶଦାତା କହିଲେ ଏମିତି କଥା ସବୁଠି ହେଉଛି ଚର୍ଚ୍ଚା

ଇସଲାମାବାଦ,୧୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଜଣେ ପ୍ରମୁଖ ପରାମର୍ଶଦାତା ରାଣା ସାନାଉଲ୍ଲା ଖାନଙ୍କ ଏକ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା…

ଆର୍‌ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା

କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ  ନିରୀକ୍ଷକ (ଆର୍‌.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର…

ଟ୍ରମ୍ପଙ୍କ ଧମକ ପରେ ଇରାନର ପ୍ରତିଆକ୍ରମଣ, କହିଲା ‘ଯଦି ଆମେରିକା ବିଶ୍ୱାସଘାତକତା କରେ, ତେବେ ପରିଣାମ ଭୋଗିବ’

ତେହରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ସହିତ ଯୁଦ୍ଧବିରତି ଶେଷ ଘୋଷଣା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri