ଆମେରିକାରେ ଅଧିକ ନିବେଶ କର: ଟ୍ରମ୍ପ

ନୂଆଦିଲ୍ଲୀ, ୨୬-୨: ଆମେରିକାରେ ଭାରତୀୟ ବାଣିଜ୍ୟ ଗୋଷ୍ଠୀ ଅଧିକ ନିବେଶ କରୁ ବୋଲି ଏଠାରେ ଶିଳ୍ପ ଜଗତକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଆହ୍ବାନ ଜଣାଇଛନ୍ତି। ଶିଳ୍ପଗୁଡିକ ଲାଗି ନିୟମ ସରଳୀକରଣ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ସେଠାରେ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ବିଦେଶୀ ନିବେଶ ବଢାଇବା ଉପରେ ଟ୍ରମ୍ପ ଗୁରୁତ୍ୱାରୋପ କରିଛନ୍ତି। ସିଇଓଙ୍କ ରାଉଣ୍ଡଟେବୁଲ କାର୍ଯ୍ୟକ୍ରମରେ ଟ୍ରମ୍ପ ଭାରତୀୟ ଶିଳ୍ପ ଜଗତର ଲିଡରଙ୍କୁ ଭେଟିଛନ୍ତି। ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନି, ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଟାଟା ସନ୍ସ ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେକରନ, ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଶିଳ୍ପ ନେତାଙ୍କୁ ପ୍ରତିଶ୍ରୁତି ଦେଇ ଟ୍ରମ୍ପ କହିଛନ୍ତି ଯେ, ଆଗାମୀ ଦିନରେ ଆମେରିକାରେ ନିବେଶ କ୍ଷେତ୍ରରେ ନିୟମ ବେଶ ଉନ୍ନତ ହେବ। ୟୁଏସ୍‌ରେ ନିବେଶ ଧାରା ନେଇ ଶିଳ୍ପ ଲିଡରମାନେ ଟ୍ରମ୍ପଙ୍କୁ ଏହି ଅବସରରେ ଅବଗତ କରାଇଛନ୍ତି। ସେ ଶିଳ୍ପ ଲିଡରଙ୍କୁ ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଇବା ସହ ସେଠାରେ ନିବେଶ ଏବଂ ନୂଆ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି।
ନିଯୁକ୍ତି ସୃଷ୍ଟି ଦିଗରେ ସରକାର କେବଳ ସହାୟତା କରିପାରିବେ। ମାତ୍ର ଶିଳ୍ପ ଜଗତ ପ୍ରକୃତ ପକ୍ଷେ ନିଯୁକ୍ତି ସୃଷ୍ଟି କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ସେ ମତପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଳିତ ହୋଇ ଭାରତରେ କାର୍ଯ୍ୟକ୍ରମ ଜାରି ରହିଛି। ଏଠାରେ ନିଯୁକ୍ତି ସୃଷ୍ଟି ଲାଗି ଆମେ ଯୋଗଦାନ ରଖିଛୁ। ଆମେରିକାରେ ମଧ୍ୟ ଭାରତୀୟ କମ୍ପାନୀଗୁଡିକ ଏ ଦିଗରେ ଯୋଗଦାନ ରଖୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ମତ ରଖି ଟ୍ରମ୍ପ କହିଛନ୍ତି ଯେ, ମୋଦି କଠୋର କିନ୍ତୁ ସେ ଜଣେ ସ୍ବତନ୍ତ୍ର ଏବଂ ଭଲ ମଣିଷ। ମୋଦି ବହୁତ ଭଲ କାମ କରୁଛନ୍ତି ବୋଲି କାର୍ଯ୍ୟକ୍ରମରେ ସେ ସ୍ପଷ୍ଟ କରିଛନ୍ତି। ଭାରତ ସହ ଟ୍ରେଡ ଡିଲ୍‌ ନେଇ କାର୍ଯ୍ୟକ୍ରମ ରହିଥିବା ସେ ସୂଚନା ଦେଇଥିଲେ ମଧ୍ୟ ଏ ସମ୍ପର୍କରେ ବିସ୍ତୃତ ଭାବେ କିଛି କହି ନ ଥିବା ଜଣାପଡିଛି।
ଭାରତ ଗସ୍ତ କରି ଅତ୍ୟନ୍ତ କୃତଜ୍ଞ। ଭାରତ ଆସି ଭଲ ବ୍ୟବସାୟ କରିଛୁ ବୋଲି ବୋଲି ସେ ଏଠାରେ ମତ ରଖିଛନ୍ତି। ଭାରତ ଆମେରିକାଠାରୁ ୩ ବିଲିୟନ ଡଲାର ମୂଲ୍ୟର ହେଲିକପ୍ଟର କିଣିଥିବା ସେ ସ୍ପଷ୍ଟ କରିଛନ୍ତି। ଆମେରିକାରେ ମିଲିଟାରୀ, ସ୍ବାସ୍ଥ୍ୟ ସେବା ଏବଂ ଅର୍ଥନୀତି କ୍ଷେତ୍ରରେ ଅନେକ କାମ କରିଛୁ। ଏହା ଦ୍ୱାରା ବଜାର ବ୍ୟବସ୍ଥାରେ ଉନ୍ନତି ଆସିବାର ସମ୍ଭାବନା ରହିଛି। ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନରେ ଜିତିବେ ବୋଲି ଟ୍ରମ୍ପ ମତବ୍ୟକ୍ତ କରିଛନ୍ତି। ତାଙ୍କ ସମୟରେ ଆମେରିକା ଅର୍ଥନୀତିରେ ବିକାଶ ସାଧନ ହୋଇ ପାରିଛି। ଏହା ପୂର୍ବରୁ କେବେ ଏମିତି ହୋଇ ନ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri