ଆମେରିକାର ୮୦ ଧନୀ ମହିଳାଙ୍କ ମଧ୍ୟରେ ୩ ଭାରତୀୟ

ନ୍ୟୁୟର୍କ,୮।୬: ନିଜର ଦକ୍ଷତା ବଳରେ ସଫଳତା ହାସଲ କରିଥିବା ୮୦ ସବୁଠାରୁ ଧନୀ ମହିଳାଙ୍କ ମଧ୍ୟରେ ୩ ଜଣ ପ୍ରବାସୀ ଭାରତୀୟ ରହିଛନ୍ତି। ଫୋବର୍‌ସ ପକ୍ଷରୁ ଆମେରିକାର ସବୁଠାରୁ ଧନୀ ସେଲ୍ଫମେଡ୍‌ ମହିଳା-୨୦୧୯ ତାଲିକା ଜାରି କରାଯାଇଛି। ଏହି ୩ ପ୍ରବାସୀ ଭାରତୀୟ(ଏନ୍‌ଆର୍‌ଆଇ) ହେଲେ କମ୍ପ୍ୟୁଟର ନେଟ୍‌ଓ୍ବର୍କିଂ କମ୍ପାନୀ ଅରିଷ୍ଟା ନେଟ୍‌ଓ୍ବର୍କ୍ସର ଅଧ୍ୟକ୍ଷା ତଥା ସିଇଓ ଜୟଶ୍ରୀ ଉଲାଲ୍‌, ଆଇଟି କନସଲ୍‌ଟିଙ୍ଗ ଓ ଆଉଟସୋର୍ସିଂ କମ୍ପାନୀ ସିଣ୍ଟେଲର ସହ ପ୍ରତିଷ୍ଠାତା ନିରଜା ସେଠୀ ଓ ଷ୍ଟ୍ରିମିଙ୍ଗ ଡାଟା ଟେକ୍ନୋଲୋଜି କମ୍ପାନୀ କମ୍ଫ୍ଲୁଏଣ୍ଟର ସହ ପ୍ରତିଷ୍ଠାତା ନେହା ନରଖେଡେ। ସେମାନେ ନିଜ ଯୋଗ୍ୟତା ବଳରେ ନିଜର ବ୍ୟବସାୟ ଆରମ୍ଭ କରି ଅଚଳାଚଳ ସମ୍ପତ୍ତିର ଅଧିକାରୀଣୀ ହୋଇପାରିଛନ୍ତି।
୫୮ ବର୍ଷୀୟା ଜୟଶ୍ରୀ ଏହି ତାଲିକାର ୧୮ତମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୪୦ କୋଟି ଡଲାର(୯୬୬୦ କୋଟି ଟଙ୍କା)। ତାଙ୍କ ନିକଟରେ ଅରିଷ୍ଟାର ୫% ଶେୟାର ରହିଛି। ଫୋବର୍‌ସ ପକ୍ଷରୁ କୁହାଯାଇଛି ଯେ, ଲଣ୍ଡନରେ ଜନ୍ମିତ ଏବଂ ଭାରତରେ ପାଳିତ ଉଲାଲ ଏବେ ଆମେରିକାର ସବୁଠାରୁ ଧନୀ ମହିଳାଙ୍କ ମଧ୍ୟରେ ସାମିଲ ହୋଇପାରିଛନ୍ତି। ସେହିପରି ନିରଜା ତାଲିକାର ୨୩ତମ ସ୍ଥାନରେ ରହିଛନ୍ତି। ତାଙ୍କର ସମ୍ପତ୍ତିର ପରିମାଣ ୧୦୦ କୋଟି ଡଲାର(୬୯୦୦ କୋଟି ଟଙ୍କା)। ସ୍ବାମୀ ଭାରତ ଦେଶାଇଙ୍କ ସହ ମିଶି ନିରଜା ୧୯୮୦ରେ ୨୦୦୦ ଡଲାର ନିବେଶ କରି ସିଣ୍ଟେଲକୁ ପ୍ରତିଷ୍ଠା କରିଥିଲେ। ଫ୍ରାନ୍ସର ଆଇଟି କମ୍ପାନୀ ଆଣ୍ଟୋସ୍‌ ଗତ ବର୍ଷ ୩୪୦ କୋଟି ଡଲାରରେ ଏହି କମ୍ପାନୀକୁ କିଣି ନେଇଛି। ଏହି ଡିଲ୍‌ରୁ ନିରଜାଙ୍କୁ ତାଙ୍କର ଅଂଶଧନ ବିକ୍ରି ବାବଦରେ ୫୧ କୋଟି ଡଲାର(୩୫୧୯ କୋଟି ଟଙ୍କା) ମିଳିଥିଲା।
ଅପରପକ୍ଷରେ ନେହା ତାଲିକାର ୬୦ତମ ସ୍ଥାନରେ ରହିଥିବା ବେଳେ ତାଙ୍କର ସମ୍ପତ୍ତିର ପରିମାଣ ୩୬ କୋଟି ଡଲାର(୨୪୮୪ କୋଟି ଟଙ୍କା) ରହିଛି। ତେବେ ଏହି ତାଲିକାର ଶୀର୍ଷରେ ରହିଛନ୍ତି ଏବିସି ସପ୍ଲାଇ କମ୍ପାନୀର ପ୍ରମୁଖ ଡିଏନ ହେଣ୍ଡରିକ୍ସ। ତାଙ୍କ ନିକଟରେ ୭୦୦ କୋଟି ଡଲାର(୪୮୩୦୦ କୋଟି ଟଙ୍କା) ସମ୍ପତ୍ତି ରହିଛି। ଦ୍ୱିତୀୟ ସ୍ଥାନରେ ଇ-ଓ୍ବେର ସିଇଓ ମ୍ୟାଗ୍‌ ଓ୍ବାଇଟମ୍ୟାନ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୩୮୦ କୋଟି ଡଲାର(୨୬୨୨୦ କୋଟି ଟଙ୍କା)। ୩୭୦ କୋଟି ଡଲାର(୨୫୫୩୦ କୋଟି ଟଙ୍କା) ସମ୍ପତ୍ତି ସହ ଲିଟିସ୍‌ ସିଜର୍ସ ପିଜାର ସହ ପ୍ରତିଷ୍ଠାତା ମାରିୟନ ଇଲିଚ୍‌ ତୃତୀୟ ସ୍ଥାନରେ ରହିଛନ୍ତି। ଫେସ୍‌ବୁକ୍‌ ସିଇଓ ସେରିଲ ସାଣ୍ଡବର୍ଗ ତାଲିକାର ୧୨ତମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୭୦ କୋଟି ଡଲାର(୧୧,୭୩୦ କୋଟି ଟଙ୍କା)।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri