ଆମେରିକା ଦୂତାବାସ ଉପରେ ଆକ୍ରମଣ: ଘନେଇଲା ସଂକଟ

ବାଗଦାଦ,୫।୧(ଏଏଫ୍‌ପି): ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଇରାନ ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀ ନିହତ ହେବାର ଦିନକ ପରେ ବାଗଦାଦର ଗ୍ରୀନ ଜୋନ୍‌ରେ ଥିବା ଆମେରିକୀୟ ଦୂତାବାସକୁ ଟାର୍ଗେଟ କରାଯାଇଛି। ଏଥିସହିତ ଆମେରିକୀୟ ସୈନ୍ୟ ରହୁଥିବା ଇରାକ୍‌ର ଅଲ୍‌-ବାଲାଦ ଏୟାରବେସ୍‌ ଉପରେ ମଧ୍ୟ ଶନିବାର ରାତିରେ ଦୁଇଟି ରକେଟ ମାଡ଼ ହୋଇଛି। ଏହି ଆକ୍ରମଣରେ କେତେଜଣ ମୃତାହତ ହୋଇଛନ୍ତି ତାହା ଜଣାପଡିନାହିଁ। କୂଟନୀତିଜ୍ଞ ଓ ସୈନ୍ୟମାନେ ରହୁଥିବା ବାଗଦାଦସ୍ଥିତ ଆମେରିକା କମ୍ପାଉଣ୍ଡରେ ଦୁଇଟି ମୋର୍ଟାର ମାଡ଼ ହେବା ପରେ ହଠାତ୍‌ ସାଇରନ୍‌ ବାଜିଉଠିଥିଲା। ଅଲ-ବାଲାଦ ବେସ୍‌ ଉପରେ କାଟ୍ୟୁସା ରକେଟରେ ଆକ୍ରମଣ କରାଯାଇଥିବା ଜଣାପଡିଛି। ଏହି ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସୋଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ପୂର୍ବରୁ ଇରାନ କହିଥିଲା। ତେଣୁ ଆମେରିକା ଦୂତାବାସ ଉପରେ ଇରାନ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ଏହି ସଂଘର୍ଷ ପରେ ତେହେରାନର ପ୍ରତିଶୋଧ ମନୋଭାବ ଯୋଗୁ ବାଗଦାଦସ୍ଥିତ ଆମେରିକା ଦୂତାବାସ ଓ ଇରାକରେ ରହୁଥିବା ୫୨୦୦ ଆମେରିକୀୟ ସୈନ୍ୟଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି।
ଶୁକ୍ରବାର ଆମେରିକାର ରକେଟ ମାଡ଼ରେ ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୋଲେମାନୀ ନିହତ ହୋଇଥିଲେ। ଏହାକୁ ନେଇ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଖାମେନି ପ୍ରତିଶୋଧ ନିଆଯିବ ବୋଲି ଶୁକ୍ରବାର ଧମକ ଦେଇଥିଲେ। ଫଳରେ ଦୁଇ ପାରମ୍ପରିକ ଶତ୍ରୁ ଆମେରିକା ଓ ଇରାନ ମଧ୍ୟରେ ଚରମ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁଇଦେଶ ଯୁଦ୍ଧ ଆଡ଼କୁ ମୁହାଁଉଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଶଙ୍କା ପ୍ରକାଶ ପାଇଥିଲା।
ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘଦିନରୁ ଶତ୍ରୁତା ଲାଗି ରହିଛି। ଗତ ମାସରେ ଉତ୍ତର ଇରାକରେ ଇରାନର ସାମରିକ କାର୍ଯ୍ୟାନୁଷ୍ଠାନରେ ଜଣେ ଆମେରିକୀୟ ଠିକାଦାରଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବ ଦେବାକୁ ଯାଇ ଆମେରିକା ମଙ୍ଗଳବାର ଆକାଶମାର୍ଗରୁ ଆକ୍ରମଣ କରିବାରୁ ଇରାନ ସମର୍ଥିତ ୨୫ କଠୋରପନ୍ଥୀ ଯୋଦ୍ଧା ନିହତ ହୋଇଥିଲେ। ନିକଟରେ ଇରାକ ରାଜଧାନୀ ବାଗଦାଦରେ ଇରାନ ସମର୍ଥତ୍ତ ବିଦ୍ରୋହୀଙ୍କ ଉପରେ ଆମେରିକା ସେନା ଆକାଶମାର୍ଗରୁ ଆକ୍ରମଣ କରିଥିଲା। ଇରାନ ସମର୍ଥିତ ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ପ୍ରତିଶୋଧପରାୟଣ ହୋଇ ବୁଧବାର ବାଗଦାଦସ୍ଥିତ ଆମେରିକା ଦୂତାବାସକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣ ପାଇଁ ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଟ୍ରମ୍ପ୍‌ ଚେତାବନୀ ଦେଇଥିଲେ। ଏହାସହ ଆମେରିକା ମଧ୍ୟପ୍ରାଚ୍ୟ କ୍ଷେତ୍ରକୁ ତତ୍କାଳ ୭୫୦ ସୈନ୍ୟଙ୍କୁ ପଠାଇବା ପାଇଁ ଘୋଷଣା କରିଥିଲା। ଏହାର ଦୁଇଦିନ ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ ନାଟକୀୟ ଭାବେ ଇରାନର ରିଭୋଲ୍ୟୁଶନାରୀ ଗାର୍ଡସ କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କୁ ହତ୍ୟାକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଲ୍‌-ଗାର୍ଡସ ମୁଖ୍ୟ ତଥା ଏହାର ନିରାପତ୍ତା ସରଞ୍ଜାମ ସ୍ଥପତି ଜେନେରାଲ ସୋଲେମାନୀ ବାଗଦାଦ ଯାଇଥିବାବେଳେ ଶୁକ୍ରବାର ଭୋର ସମୟରେ ଆମେରିକା ସେନା ତାଙ୍କୁ ଟାର୍ଗେଟ କରିଥିଲା। ସୋଲେମାନୀ ବାଗଦାଦ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ କାର୍‌କେଡ୍‌ରେ ଯାଉଥିବାବେଳେ ଆମେରିକା ବଳ ଆକାଶମାର୍ଗରୁ ରକେଟ ମାଡ଼ କରିଥିଲା। ଏଥିରେ ସୋଲେମାନୀ ଓ ଇରାକର ଶକ୍ତିଶାଳୀ ହାଶେଦ୍‌ ଅଲ-ଶବାବି ଅର୍ଦ୍ଧସାମରିକ ବଳ ଉପମୁଖ୍ୟଙ୍କ ସମେତ ଇରାନ ସମର୍ଥତ୍ତ କେତେଜଣ ସ୍ଥାନୀୟ ବିଦ୍ରୋହୀ ନିହତ ହୋଇଥିଲେ। ଶନିବାର ସକାଳେ ଇରାକ୍‌ରେ ଥିବା ଇରାନ ସପକ୍ଷବାଦୀ ସୈନ୍ୟଙ୍କ ଉପରେ ପୁଣି ଥରେ ଆକାଶମାର୍ଗରୁ ଆକ୍ରମଣ ହୋଇଥିଲା। ସୋଲୋମାନୀଙ୍କୁ ହତ୍ୟାକରି ଆମେରିକା ଯୁଦ୍ଧ ଭଳି କାର୍ଯ୍ୟକରିଛି ବୋଲି ଜାତିସଂଘରେ ଇରାନ ରାଷ୍ଟ୍ରଦୂତ ମଜିଦ ତଖତ୍‌ ରାଭାନ୍‌ଚି କହିଥିଲେ। ଶିୟା ଗୋଷ୍ଠୀ ନିୟନ୍ତ୍ରଣାଧୀନ ଅର୍ଦ୍ଧସାମରିକ ନେଟଓ୍ବର୍କ ହାଶେଦ ଅଲ୍‌-ଶବାବି ସୈନ୍ୟଙ୍କ ଉପରେ ଶନିବାର ଆକ୍ରମଣ କରାଯାଇଥିଲା। ଏହା ଆମେରିକାର ଏୟାରଷ୍ଟ୍ରାଇକ୍‌ ବୋଲି ଇରାକ୍‌ ଟେଲିଭିଜନ ରିପୋର୍ଟରେ କୁହାଯାଇଥିଲା। ଏଥିରେ ଅନେକ ମୃତାହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

ଲୋକ ସଭା ଆସନକୁ ନେଇ ବଡ଼ ଗେମ୍‌ ଖେଳିବ କଂଗ୍ରେସ! ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ଏକ ପ୍ରସ୍ତାବ ପାସ କରୁଛି

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ବୁଧବାର ଦାବି କରିଥିଲା ଯେ ଆଗାମୀ ୨୫ ବର୍ଷ ପାଇଁ ୫୪୩ ଲୋକ ସଭା ଆସନର ବର୍ତ୍ତମାନର ସଂଖ୍ୟା ବଜାୟ ରଖାଯାଉ। ଦଳ ଏହା…

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri