ଆମେରିକା-ଇରାନ ଯୁଦ୍ଧ ଲାଗିଲେ; ଅଶୋଧିତ ତେଲ ଦରରେ ଲାଗିବ ନିଆଁ

ନୂଆଦିଲ୍ଲୀ,୨୧-୬: ଇରାନ ବିରୋଧରେ ଆମେରିକାର କଟକଣା ଜାରି ପରେ ତେହରାନ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆମେରିକାର ଏକ ସାମରିକ ଡ୍ରୋନକୁ ଇରାନ ଖସାଇ ଦେଇଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଏବେ ଯୁଦ୍ଧର ଆଶଙ୍କା ବଢ଼ିବାରେ ଲାଗିଛି। ଦୁଇ ଦେଶ ଯଦି ମୁହାଁମୁହିଁ ହୁଅନ୍ତି, ତେବେ ଅଶୋଧିତ ତୈଳ ବୃଦ୍ଧି ହୁହୁ ହୋଇ ବଢ଼ିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ଆମେରିକାର ଡ୍ରୋନକୁ ଇରାନ ଖସାଇ ଦେବାର ସୂଚନା ମିଳିବା ମାତ୍ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଗୁରୁବାର ୩ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୬୩ ଡଲାରରେ ପହଞ୍ଚତ୍ଲାଣି। ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ନିକଟ ଭବିଷ୍ୟତରେ ବଢ଼ିବ ପଛେ କମିବ ନାହିଁ। ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ, ଇରାନ ଭୃପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ସହାୟତାରେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଉପରେ ଅନ୍ତରାଷ୍ଟ୍ରୀୟ ଆକାଶରେ ଏହାର ଡ୍ରୋନକୁ ମାରି ଖସାଇଛି। ଅନ୍ୟପକ୍ଷରେ ଇରାନ ରିଭଲ୍ୟୁଶନାରୀ ଗାର୍ଡସ ପକ୍ଷରୁ କୁହାଯାଇଛି ଯେ, ଆମେରିକାର ଡ୍ରୋନ ଦକ୍ଷିଣ ଇରାନ ଆକାଶରେ ଉଡାଣ ଭରୁଥିବା ବେଳେ ଏହାକୁ ମାରି ଖସାଇ ଦିଆଯାଇଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମସ୍ତରରେ ପହଞ୍ଚତ୍ଛି। ଏଣୁ ଅଶୋଧିତ ତେଲ ଦରରେ ନିଆଁ ଲାଗିଯିବ ବୋଲି ଏବେ ମତପ୍ରକାଶ ପାଇଛି। ଅପରପକ୍ଷରେ ଅର୍ଥନୀତିକୁ ଗତିଶୀଳ କରିବା ଲାଗି ଆମେରିକାର ଫେଡେରାଲ ରିଜର୍ଭ ଆସନ୍ତା ବୈଠକରେ ସୁଧ ହାର ହ୍ରାସ କରିବାର ସଙ୍କେତ ଦେଇଛି। ଅନ୍ୟପକ୍ଷରେ ବିଶ୍ୱର ସର୍ବାଧିକ ଅଶୋଧିତ ତେଲ ବ୍ୟବହାର କରୁଥିବା ଆମେରିକାର ଭଣ୍ଡାରରେ ଏବେ ତେଲ ପରିମାଣ ହ୍ରାସ ପାଇଥିବା ତଥ୍ୟ ସାମ୍ନାକୁ ଆସିଛି। ବ୍ରେଣ୍ଟ କ୍ରୁଡ୍‌ର ମୂଲ୍ୟ ଗୁରୁବାର ସକାଳ ୧୦.୩୫ରେ ବ୍ୟାରେଲ ପିଛା ୧.୪୦ ଡଲାର ବଢ଼ି ୬୩.୨୨ ଡଲାରରେ ପହଞ୍ଚତ୍ ଯାଇଥିଲା। ସେହିପରି ୟୁଏସ୍‌ ଓ୍ବେଷ୍ଟ ଟେକ୍ସାସ୍‌ ଇଣ୍ଟରମିଡିଏଟ କ୍ରୁଡ୍‌ ବ୍ୟାରେଲ ପିଛା ୧.୫୪ ଡଲାର ବଢ଼ି ୫୫.୩୦ ଡଲାର ହୋଇଛି। ତେଲ ଯୋଗାଣର ଏକ ଚେକ୍‌ ପଏଣ୍ଟ ଭାବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ କୁହାଯାଉଥିବା ବେଳେ ଗତ ସପ୍ତାହରେ ଦୁଇଟି ତେଲ ଟ୍ୟାଙ୍କରକୁ ମିସାଇଲ ମାଡ କରାଯାଇଥିଲା। ଏହାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା। ପେଟ୍ରୋମେଟ୍ରିକ୍ସ ଆନାଲିଷ୍ଟ ଓଲିଭିୟର ଜ୍ୟାକବଙ୍କ ମତରେ ଆମେରିକାର ସୁଧ ହାର ହ୍ରାସ ଅଶୋଧିତ ତେଲ ଦର ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଅନ୍ୟପକ୍ଷରେ ଆମେରିକା ଏନର୍ଜି ଇନ୍‌ଫର୍ମେଶନ ଆଡ୍‌ମିନିଷ୍ଟ୍ରେଶନ ପକ୍ଷରୁ କୁହାଯାଇଛି ଯେ, ଦେଶର ତୈଳ ଭଣ୍ଡାରରେ ଗଚ୍ଛିତ ତେଲ ପରିମାଣ ୩୧ ଲକ୍ଷ ବ୍ୟାରେଲ ହ୍ରାସ ପାଇଛି। ସୂଚନାଥାଉ କି, ଜୁଲାଇ ୧ଓ ୨ରେ ରୁଷ୍‌ ସମେତ ଓପେକ୍‌ ଦେଶ ସମୂହ ବୈଠକରେ ବସି ତେଲ ଉତ୍ପାଦନ ନେଇ ନିଷ୍ପତ୍ତି ନେବେ। ଦୈନିକ ୧୨ ଲକ୍ଷ ବ୍ୟାରେଲ ତେଲ ଉତ୍ପାଦନ ହ୍ରାସ ନେଇ ସହମତି ପ୍ରକାଶ ପାଇଲେ ତେଲ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri