ଆମତ୍ବିଶ୍ୱାସରୁ ମିଳେ ସଫଳତା

ନିଷ୍ଠା, ଏକାଗ୍ରତା, କଠିନ ପରିଶ୍ରମ ହିଁ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଏହାକୁ ବାସ୍ତବରେ ପ୍ରମାଣ କରି ଦେଖାଇଛନ୍ତି ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ବ୍ଲକ ଟିକରପଡା ଗ୍ରାମର ଯୁବକ ମାଧବ ସାହୁ। ବାପା ବାଉରୀ ବନ୍ଧୁ ସାହୁ, ମା’ ଚନ୍ଦ୍ରମାଙ୍କ ସନ୍ତାନ ମାଧବଙ୍କ ମଧ୍ୟରେ ରହିଥିବା ପ୍ରଗାଢ ଆମତ୍ବିଶ୍ୱାସ ତାଙ୍କୁ ବିଦେଶରେ ପରିଚିତ କରାଇପାରିଛି। ସେ ହାସଲ କରିଛନ୍ତି ‘ମିଷ୍ଟର ଓଡିଶା ଇଣ୍ଟର ନ୍ୟାଶନାଲ ୨୦୧୯’ ଟାଇଟଲ। ଗତ ମେ ୨୫ରେ ଗୋଆର ଜିଭା ରିସୋର୍ଟରେ ଗ୍ଲୋବାଲ ଇଣ୍ଡିଆ ଏଣ୍ଟରଟେନମେଣ୍ଟ ପକ୍ଷରୁ ହୋଇଥିବା ମିଷ୍ଟର ଏଣ୍ଡ ମିସ୍‌ ଇଣ୍ଟରନ୍ୟାଶନାଲ ଇଣ୍ଡିଆ ୟୁନିଭର୍ସ ୨୦୧୯ କାର୍ଯ୍ୟକ୍ରମରେ ର଼୍ୟାମ୍ପ ଶୋ ମଡେଲିଂରେ ଭାଗ ନେଇ ସେ ଏହି ଟାଇଟଲ ହାସଲ କରିଛନ୍ତି। ଏହି ଅବସରରେ ତାଙ୍କ ସହ ଧରିତ୍ରୀର ଆଳାପ…

ନେଇ କ’ଣ କହିବେ ?
ଏଇ ଟାଇଟଲ ପାଇବା ମୋ ଜୀବନର ବହୁତ ବଡ ସ୍ବପ୍ନ ଥିଲା। ଛୋଟ ବେଳୁ ହିଁ ମଡେଲିଂ ଓ ଅଭିନୟ ପ୍ରତି ଆଗ୍ରହ ଥିଲା। ସେହି ସମୟରୁ ହିଁ ଏହାକୁ ନେଇ କ୍ୟାରିୟର ଗଢିବାକୁ ସ୍ବପ୍ନ ଦେଖୁଥିଲି। କେବଳ ସୁଯୋଗ ଅପେକ୍ଷାରେ ଥିଲିି। ଏବେ ସୁଯୋଗ ମିଳିଲା ଏବଂ ସ୍ବପ୍ନ ପୂରଣକୁ ନେଇ ବେଶ ଖୁସି ଅଛି।
ଶ୍ରେୟ କାହାକୁ ଦେବାକୁ ଚାହିଁବେ ?
ମଡେଲିଂ ପାଇଁ ପରିବାର, ବନ୍ଧୁମାନଙ୍କଠାରୁ ସର୍ବଦା ସମର୍ଥନ ପାଇଛି। ଷ୍ଟାଇଲ ଓ ଚାଲି ଦେଖି ମୋର ବନ୍ଧୁ ଏପରିକି ଅଫିସ ମ୍ୟାନେଜର ମଧ୍ୟ ବେଳେ ବେଳେ କୁହନ୍ତି, ମୁଁ ଚାକିରି କରିବା ପରିବର୍ତ୍ତେ ମଡେଲିଂରେ କ୍ୟାରିୟର କରିବା ଭଲ। ତେବେ ଏହି ଟାଇଟଲ ପାଇଁ ଅଡିଶନ ସମ୍ପର୍କରେ ମୋର ବନ୍ଧୁ ପିଙ୍କି ଗିରି ମୋତେ ପ୍ରଥମେ ସୂଚନା ଦେଇଥିଲେ। ଯଦି ସେ ସୂଚନା ଦେଇ ନ ଥାନ୍ତେ ହୁଏତ ମୁଁ ଏ ସମ୍ପର୍କରେ ଜାଣି ପାରି ନ ଥାନ୍ତି । ତେଣୁ ଏହି ଟାଇଟଲର ଶ୍ରେୟ ମୁଁ ପିଙ୍କିଙ୍କୁ ଦେବାକୁ ଚାହୁଁଛି।
ଏଥିସହ ମୋର ସଫଳତା ପଛରେ ବନ୍ଧୁ ଉମା ଶଙ୍କର ଏବଂ ମନୋଜ ପ୍ରଧାନଙ୍କର ବହୁତ ବଡ଼ ଭୂମିକା ରହିଛି।
କରିବାକୁ କାହିଁକି ଆଗ୍ରହ ଆସିଲା ?
ଛୋଟ ବେଳୁ ଗ୍ଲାମର ଇଣ୍ଡଷ୍ଟ୍ରି ପ୍ରତି ଦୁର୍ବଳତା ରହିଛି। ମୁଁ ଅନୁଭବ କରୁଥିଲି, ଦୁନିଆରେ ନିଜର ସ୍ବତନ୍ତ୍ର ପରିଚୟ ଓ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିବାକୁ ହେଲେ ଏହି ଇଣ୍ଡଷ୍ଟ୍ରି ବଡ଼ ମାଧ୍ୟମ। ପୁଣି ଅଭିନୟ କରିବାକୁ ହେଲେ ମଡେଲିଂର ଆବଶ୍ୟକତା ରହିଥାଏ। ତେଣୁ ମୁଁ ମଡେଲିଂ ପାଇଁ ଇଚ୍ଛା ପ୍ରକାଶ କରିଥିଲି।
କ’ଣ ଲକ୍ଷ୍ୟ ରଖିଛନ୍ତି ?
ଏବେ ବଡ଼ ମେଡେଲିଂ ର଼୍ୟାମ୍ପ ଶୋ’ରେ ଓଡ଼ିଶା ଓ ଇଣ୍ଡିଆକୁ ପୁଣି ରିପ୍ରେଜେଣ୍ଟ କରିବି। ଅଭିନୟରେ କ୍ୟାରିୟର କରିବାକୁ ଲକ୍ଷ୍ୟ ରଖିଛି।
କ୍ୟାରିୟର କରିବାକୁ କ’ଣ ଦରକାର ବୋଲି ଭାବୁଛନ୍ତି ?
ନିଷ୍ଠା, ପରିଶ୍ରମ ସହ ନିଜ ମଧ୍ୟରେ ଦୃଢ ଆମତ୍ବିଶ୍ୱାସ ରହିବା ଜରୁରୀ। ମଡେଲିଂ ପାଇଁ ସୁସ୍ଥ ଶରୀର, ସ୍ମାର୍ଟନେସ, କମ୍ୟୁନିକେଶନ, ବଡି ଲାଙ୍ଗୁଏଜ, ୱାର୍କିଂ ଷ୍ଟାଇଲ ପ୍ରତି ଧ୍ୟାନ ଦେବାକୁ ହେବ। ଏଥିପାଇଁ ଆତ୍ମବିଶ୍ୱାସ ରହିଲେ ନିଶ୍ଚୟ ସଫଳତା ମିଳିବ।
ପାଇଁ କିପରି ନିଜକୁ ପ୍ରସ୍ତୁତ କରୁଥିଲେ ?
ସୋସିଆଲ ମିଡିଆ ୟୁ ଟ୍ୟୁବରୁ ମଡେଲିଂ କରିବାର ବିଭିନ୍ନ ତରିକା ଶିଖି ତାକୁ ଅଭ୍ୟାସ କରୁଥିଲି। ଏହାକୁ ନେଇ ‘ଏମ ଏକ୍ସ କ୍ରିଏଶନ’ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଛି। ପ୍ରତିଯୋଗିତା ପାଇଁ ଅଡିଶନରେ ଚୟନ ହେବା ପରେ ଦିନକୁ ଅଫିସ ସମୟ ୯ ଘଣ୍ଟା ବାଦ ଦେଲା ପରେ ଜିମ ପାଇଁ ଦେଢ ଘଣ୍ଟା, ଡ୍ୟାନ୍ସ ଅଭ୍ୟାସ ପାଇଁ ଏକ ଘଣ୍ଟା ପରିଶ୍ରମ କରୁଥିଲି।
ସମୟର କିଛି ଅଭୁଲା ଅନୁଭୂତି ?
ଅଡିଶନରେ ସିଲେକ୍ସନ ହେବା ପରେ ଗୋଆ ଯିବାକୁ କୁହାଯାଇଥିଲା। ଗୋଆରେ ୫ ଦିନ ରହିବାର ଥିଲା। ତେଣୁ ମୁଁ ଅଫିସରୁ ୫ ଦିନ ଛୁଟି ମାଗିଥିଲି, କିନ୍ତୁ ଛୁଟି ମିଳି ନ ଥିଲା। ଶେଷରେ ଦେହ ଖରାପ କହି ଛୁଟି ନେବାକୁ ପଡିଥିଲା।
କିନ୍ତୁ ପ୍ରତିଯୋଗିତା ଶେଷ ହେବାର ଦିନକ ପୂର୍ବରୁ ଅଫିସରୁ କଲ ଆସିଥିଲା ରେଜିଗନେଶନ ଦେବାକୁ। କିନ୍ତୁ ଏଥିରେ ବିଚଳିତ ନ ହୋଇ ପ୍ରତିଯୋଗିତାରେ ଭାଗ ନେଲି। ଆଉ ଜିତିଲି ମଧ୍ୟ। କିନ୍ତୁ ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଲି ଚାକିରି ଆଉ ମୋର ନାହିଁ। ତେବେ ଏହା ମୋର ଜୀବନର ଏକ ବଡ ଅନୁଭୂତି ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri