Posted inଖେଳ

ଆବୁଧାବି ଗ୍ରାଁ ପ୍ରି: ହାମିଲଟନ ଚାମ୍ପିୟନ

ଆବୁଧାବି, ୨।୧୨ (ଏଏଫିପି)- ମର୍ସିଡିଜ ଡ୍ରାଇଭର ବ୍ରିଟେନର ଲୁଇସ୍‌ ହାମିଲଟନ ଏଠାରେ ଅନୁଷ୍ଠିତ ଆବୁଧାବି ଗ୍ରାଁ ପ୍ରି ଫର୍ମୁଲା-୧ ରେସ୍‌ରେ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ବର୍ଷର ଶେଷ ଗ୍ରାଁ ପ୍ରିର ଫାଇନାଲ ରେସ୍‌ରେ ସେ ୧:୩୪:୦୫.୭୧୫ ମିନିଟ ସମୟ ନେଇ ଶୀର୍ଷ ସ୍ଥାନରେ ରହିବା ସହ ଟାଇଟଲ ଜିତିଛନ୍ତି। ଏଥିସହିତ ୩୪ ବର୍ଷିୟ ହାମିଲଟନ କ୍ୟାରିୟରର ୮୪ତମ ବିଜୟ ହାସଲ କରିଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ୨୧ଟି ରେସ୍‌ରେ ଅଂଶଗ୍ରହଣ କରି ସର୍ବାଧବକ ୧୧ତମ ଟାଇଟଲ ଜିତିଛନ୍ତି। ରେକର୍ଡ ୮୮ତମ ପୋଲ ପୋଜିସନରୁ ସେ ରେସ୍‌ ଆରମ୍ଭ କରି ସମସ୍ତଙ୍କୁ ପଛରେ ପକାଇଥିଲେ। ତାଙ୍କ ଠାରୁ ୧୭ ସେକେଣ୍ଡ ଅଧିକ ସମୟ ନେଇ ରେଡବୁଲର ମାର୍କ୍ସ ଭେର୍ଷ୍ଟାପ୍ପେନ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେହିପରି ୪୩ ସେକେଣ୍ଡରୁ ଅଧିକ ସମୟ ନେଇ ଫେରାରି ଡ୍ରାଇଭର ଚାଲର୍‌ସ ଲେକ୍ଲେର୍କ ତୃତୀୟ ସ୍ଥାନାରେ ରହି ଅଭିଯାନ ଶେଷ କରିଛନ୍ତି। ସେହିପରି ଫିନଲାଣ୍ଡର ମର୍ସିଡିଜ ଡ୍ରାଇଭର ଭାଲଟାରୀ ବୋଟ୍ଟାସ ଚତୁର୍ଥ ଓ ଫେରାରିର ସେବାଷ୍ଟିଆନ ଭେଟେଲ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ୬ଥର ବିଶ୍ୱ ଟାଇଟଲ ଜିତିଥିବା ହାମିଲଟନ ମୋଟ ୨୬ ପଏଣ୍ଟ ଅର୍ଜନ କରିଛନ୍ତି। ଉଲ୍ଲେଖଥାଉ କି, ପୂର୍ବରୁ ମାଇକେଲ ସୁମାକର ହାମିଲଟନଙ୍କଠାରୁ ଅଧିକ ୭ଟି ବିଜୟ ହାସଲ କରି ୯୧ଟି ଟାଇଟଲ ଜତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri