ଆବାସ ଯୋଜନାରେ ମିଳୁନି ବିଲ୍‌: ଜିଲାପାଳଙ୍କୁ ଫେରାଦ ହେଲେ ହିତାଧିକାରୀ

ପାଲଲହଡ଼ା, ୫ା୧୧(ଡି.ଏନ.ଏ.)

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇ ଘର ନିର୍ମାଣ କରିଥିବା ଅନୁଗୋଳ ଜିଲା କଣିହାଁ ବ୍ଲକ ଗଣ୍ଡମାଳା ପଞ୍ଚାୟତର ହିତାଧିକାରୀମାନେ ବିଲ୍‌ ମିଳୁ ନ ଥିବା ଅଭିଯୋଗ କରି ସୋମବାର ଅନୁଗୋଳ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ, ଗଣ୍ଡମାଳା ପଞ୍ଚାୟତର ବିଭିନ୍ନ ଗ୍ରାମର ୩୧ ଜଣ ହିତାଧିକାରୀ ୪ ମାସ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିଲେ। ପ୍ରଥମ କିସ୍ତିରେ ସେମାନଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ୩ ମାସ ମଧ୍ୟରେ ଘର କାମ ସମ୍ପୂର୍ଣ୍ଣ କଲେ ନିର୍ମାଣ ବାବଦ ସମସ୍ତ ଟଙ୍କା ସହ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି କୁହାଯାଇଥବଲା। ଫଳରେ ହିତାଧିକାରୀମାନେ ଧାର୍ଯ୍ୟ ସମୟ ମଧ୍ୟରେ କଷ୍ଟେମଷ୍ଟେ କାମ ଶେଷ କରିଥିଲେ ହେଁ ପୁରସ୍କାର ରାଶି ତ ଦୂରର କଥା ନିର୍ମାଣ ବାବଦ ଟଙ୍କା ମଧ୍ୟ ମିଳୁନାହିଁ। ଏ ନେଇ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ସୋମବାର ପାଲଲହଡ଼ା ଉପଖଣ୍ଡରେ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ସମ୍ପୃକ୍ତ ହିତାଧିକାରୀମାନେ ଅଭିଯୋଗ କରିଥିଲେ। ଜିଲାପାଳଙ୍କୁ ଜଣାଇବା ପରେ ୭ ଦିନ ମଧ୍ୟରେ ସମସ୍ୟା ସମାଧାନ କରାଯିବାକୁ ପ୍ରତିଶ୍ରୁତି ମିଳିଥିବା ସମ୍ପୃକ୍ତ ହିତାଧିକାରୀମାନେ ଜଣାଇଛନ୍ତି। ଏହା ନ ହେଲେ ଆନ୍ଦୋଳନ ପ୍ରସ୍ତୁତି କରାଯିବ ବୋଲି ସୁଶୀଳ ବେହେରା, କମାର ବେହେରା, ସୁଦର୍ଶନ ବେହେରା, ମୂଳିଆ ବେହେରା, ଦୁତେଇ ବେହେରା, ସୁଜାତା ବେହେରା, ପଦ୍ମିନୀ ବେହେରା, ଅଜୟ ବେହେରା,
କୁନୁ ଦେହୁରୀ ପ୍ରମୁଖ ହିତାଧିକାରୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri