ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ରତନ

ବିନିକା, ୨୮ା୪(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ପଁଚେତ୍‌ର ସାରଙ୍ଗପାଲି ମାହାରଗୋଠର ରତନ ମାହାର(୬୫)। ପରିବାର କହିଲେ ମାଏକିନା ଯାମା(୬୦)। ଦୁଇ ବୁଢ଼ାବୁଢ଼ିକର ପିଲାଛୁଆ କିଛି ନାଇଁ, ଜମିବାଡ଼ି କହେଲେ ୧ ଏକର। ଇଥ୍‌ରୁ ଅଧା ଏକର ଜମିରେ ଚାଷ୍‌ ହେଉଥିଲାବେଲେ ବାକି ଅଧା ପାଏନ୍‌ ଅଭାବୁ ପଡ଼ିଆ ପଡ଼ୁଛେ। ଇ ଅସାହା ବୁଢ଼ାବୁଢ଼ିର ପାସେ ଏହେଦେ ବି ବହୁତଟେ ସରକାରୀ ଯୋଜନା ଅପହଁଚ୍‌ ହେଇ ରହିଛେ। ଯାମାକଁର ବଏସ ୬୦ ଟପିଥିଲେ ବି ସେ ବୁଢ଼ାବୁଢ଼ି ଭତାରୁ ବଁଚିତ ହେଇ ରହିଛନ୍‌। ମାଏକିନାର ଭତାର ଲାଗି ରତନ ପଁଚେତ୍‌ନୁ ବ୍ଲକ ଅଫିସ ଯାଇ ଯାଇ ନିହାଲ ହେଇଗଲେନ। ଆଏଜକେ ୫ ମାସ ତଲେ ରତନକେ ବୁଢ଼ାବୁଢ଼ି ଭତା ମିଲିଥିଲାବେଲେ ପ୍ରଧାନମନ୍ତ୍ରୀ ଆବାସ କି ବିଜୁ ପକ୍କାଘରଟେ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ମାଟିଘରେ ଟିନ୍‌ ଛାଉନି ଦେଇ ଇ ବୁଢ଼ାବୁଢ଼ି ଗଲା ୧୫ ବଛର ହେଲା ବଡ଼ା ଦୁଖେ ରହୁଛନ୍‌। ବରଷା ଦିନେ ଇମାନେ ଗଁାର ସ୍କୁଲ କି କ୍ଲବ ଘରେ ଆଶ୍‌ରେ ନେଉଥିବାର କହିଛନ୍‌। ସେନ୍‌ତା ୩ ମାସ ତଲେ ରତନ ପୁଷିଥିବାର ୩୦ପଟ ଛେଲି ଚିକେନ୍‌ ପକ୍ସରେ ଆକ୍‌ରଁାତ ହେଇ ମରିଗଲାରୁ ରତନକଁର ମୁଡ଼େ ଚଡ଼କ ପଡ଼ିଥିଲା। ଏହେଦେ ଦୁଇ ବୁଢ଼ାବୁଢ଼ି ରତନର ଭତା ଆର ୧୦ କେ.ଜି. ଚାଉଲରେ ଜୀବନ୍‌ ବିତଉଛନ୍‌। ଇ ବାବ୍‌ଦେ ବାଙ୍କିଘିର୍ଡ଼ି ଇଓ ବିଶ୍ୱମ୍ବର ଶତପଥୀକୁଁ ପଚରାଲାରୁ ଯାମା ତାକର ଭୋଟ ପରିଚଏ ପତର, ଆଦାର କାର୍ଡ, ପାସପୋର୍ଟ ଫଟୋ ଧରି ଅଫିସକେ ଆଏଲେ ତାହାକୁ ଭତା ଯୋଜନାରେ ସାମିଲ କରବାର ଦିଗେ ପଦକ୍ଷେପ ନିଆଯିବା। ସେନ୍‌ତା ସରକାରୀ ଯୋଜନାରେ ଘରଖଁଡ଼େ ଲାଗି ସେମାନେ ଜିଲା ପରଶାସନକେ ଗୁହାରି କରବାର କଥା ବଲି ସେ କହିଥିଲେ। ସେନ୍‌ତା ରତନକଁର ଛେଲ୍‌ ମରବାର ବାବ୍‌ଦେ ବିନିକା ପ୍ରାଣୀଧନ ଅଧ୍‌କାରୀ ବି.ପାତ୍ରକୁଁ ପଚରାଲାରୁ କେହେନ୍‌ସି ପରାକୁତିକ ଦୁରବିପାକ କି ରୋଗ୍‌ରେ ମଲେ ସରକାରୀ ସାହାଯ୍‌ର ବେବସ୍‌ତା ନଁାଇଁନ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri