Posted inବରଗଡ଼

ଆବାସ ଯୋଜନାରୁ ବଁଚିତ୍‌ ନିଅଁ। ସି ପରିବାର:ତାଲିକାର ନମ୍ବର ଦେଖି ଦିନ୍‌ଯାଉଛେ

ଅତାବିରା, ୩।୮ (ଡି.ଏନ୍‌.ଏ):
ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ କର୍ମୀଟିକ୍ରାର ଗୁଟେ ଅସାହା ପରିବାର ଘର ଅଭାବୁ ପରହର ଘରେ ଆଶ୍‌ରେ ନେଇଛନ୍‌। ଏନ୍‌ତାଥି ପରିବାରଟା ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ପଁଚେତ୍‌ରେ ଗୁହାରି କରି ନିରାଶ ହେଇଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ କର୍ମୀଟିକ୍ରାର ବିଧବା ମହିଲା ବିଲାସିନୀ ମେହେର। ଆପ୍‌ନେ ନରୋତ୍ତମ ମେହେର ୨୦୦୯ରୁ ଆରପାରକେ ଚାଲିଯାଇଛନ୍‌। ଏହେଦେ ଦୁଇ ପୁଓ ଶୁଭମ, କୁନୁ ଆର ଦୁଇ ଝି’ ଗୀତା, ସସ୍ମିତାକୁଁ ନେଇ ବିଲାସିନୀକଁର ପରିବାର। ସଁପତି, ଜମିବାଡ଼ି ବଲି କିଛି ନାଇଁ। ଦୁଖ୍‌ସୁଖ, ଧାରଉଧାର କରି ବିଲାସିନୀ ଦୁଇ ଝି’କେ ବିହାଚୁରା କରିଛନ୍‌। ପରିବାରଟା ଅଭାବ ଅନାଟନ ଭିତରେ ପେଶି ହେଉଥିଲାବେଲେ ୩ ବଛର ତଲେ ବରଷା ପାଏନ୍‌ରେ ତାକର ଝାଟିମାଟି ଘରଟା ଭାଂଗି ଯାଇଛେ। ଏନ୍‌ତାଥି ବିଲାସିନୀ ଉପେ ଶୂଇନ୍‌ ହେଇ ଦୁଇ ପୁଓକୁ ଧରି ନିଜର ଦେଢ଼ଶୁର ଲଲିତ ମେହେରକଁର ଘରେ ଆଶ୍‌ରେ ନେଇଛନ୍‌। ଆପ୍‌ନେ ନରୋତ୍ତମ ବହୁତ ବଛର ହେଲା ଆରପାରକେ ଚାଲିଯାଇଥିଲେ ବି ବିଲାସିନୀ ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇଆଡ଼େ ପରିବାରଟା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ୧୧୬ ନମ୍ବରରେ ରହିଥିଲେ ବି ପକାଘର ଖଁଡ଼େ ପାଏବାରୁ ବଁଚିତ୍‌ ହେଇଛନ୍‌। ସେନ୍‌ତା ବିଲାସିନୀ ବିଧବା ଭତାର ଲାଗି ବାରବାର ପଁଚେତ୍‌ରେ ଗୁହାରି କଲେ ବି କେହି ନାଇଁ ଶୁନୁଥିବାର ତାକର ପୁଓ ଶୁଭମ କହିଛନ୍‌। ଇ ବାବ୍‌ଦେ ସରପଁଚ୍‌ ପୁଷ୍ପକାନ୍ତି ସେଟକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି କହିଥିଲେ। ସେନ୍‌ତା ଘଟନା ବାବ୍‌ଦେ ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଯଦି ପରିବାରଟା ହକ୍‌ଦାର ହେଇଥିବେ ନିହାତି ତାହାକୁ ଆବାସ ଯୋଜନାରେ ଘର ଯୁଗେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ମାନସିକ ଅନଗ୍ରସର ମହିଳାଙ୍କୁ ବଳାତ୍କାର: ପୁଅ, ଜ୍ବାଇଁ ସହିତ ବନ୍ଧା ହେଲେ ବାପା

ଭେଡେନ,୧୪।୨(ହୃଷୀକେଶ ଖମାରୀ) – ବରଗଡ ଜିଲା ଭେଡେନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ବଳାତ୍କାର ଏବଂ ସମ୍ପୃକ୍ତ ମହିଳା…

ପ୍ରତିଶ୍ରୁତି ମିଳିଲା, ଆନ୍ଦୋଳନ ହଟିଲା: ବିକ୍ରି ଅପେକ୍ଷାରେ ରହିଥିବା ଚାଷୀ

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ):ରବି ଚାଷକାର୍ଯ୍ୟ ସମୟ ଗଡ଼ି ଚାଲିଛି। କିଛି ଚାଷୀ ତଳିପକା କାର୍ଯ୍ୟ ସାରିଥିବାବେଳେ ଆଉ କିଛି ବିଲରେ ଧାନପହ୍ଲା ରୋଇ ସାରିଛନ୍ତି। ମାତ୍ର ଜିଲାରେ ଏବେ…

ତାତିଲେ ଚାଷୀ, ୨୮ରେ ତହସିଲ ଘେରାଉ

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷୀ ସମସ୍ୟା ବଢି ଚାଲିଛି। ଧାନବିକ୍ରି ଅବ୍ୟବସ୍ଥା ଏଥର ଅନ୍ୟବର୍ଷ ଅପେକ୍ଷା ଚାଷୀଙ୍କ ଦୁଃଖ ବଢାଇ ଦେଇଛି। ଏହାକୁ ନେଇ ଚାଷୀ ଅସନ୍ତୋଷ…

ଚୋରି ମୋଟର ସାଇକେଲ ଜବତ: ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ପଦ୍ମପୁର,୧୩।୨(ପ୍ରଦୀପ୍ତ ଦାଶ): ପଦ୍ମପୁର-ଜଗଦଲପୁର ରାସ୍ତାରୁ ଚୋରି ହୋଇଥିବା ୟାମାହା(R15 V4) ମୋଟର ସାଇକେଲକୁ ପୋଲିସ  ଜବତ କରିଛି। ଏହି ଘଟଣାରେ ତଦନ୍ତ କରି ପଦ୍ମପୁର ପୋଲିସ ଦୁଇ…

ପାଣି ଆଣିବାକୁ ଯାଇ କେନାଲରେ ଭାସିଗଲେ ମହିଳା, ଅପସ୍ମାର…

ଅତାବିରା,୧୩।୨(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଚକୁଳିଫାର୍ମର ଏକ କେନାଲରୁ ଭାସୁଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଶୁକ୍ରବାର ଜବତ କରାଯାଇଛି ।…

ନୂଆ ରୂପ ନେଉଛି ବରଗଡ଼, ବିସ୍ଥାପିତଙ୍କ ପାଇଁ ନୂତନ ସୁପର ମାର୍କେଟ୍‌ କମ୍ପ୍ଲେକ୍ସ, ବିଧାୟକ କଲେ …

ବରଗଡ଼,୧୨।୨(ପ୍ରେମାନନ୍ଦ ଖମାରୀ)- ନୂଆ ସରକାର ଆସିବା ପରେ ବରଗଡ଼ ସହରର ନବକଳେବର ହେଉଛି। ଧନୁଯାତ୍ରା ମହୋତ୍ସବରେ ନୂତନତ୍ତ୍ୱ ଆସିଥିବାବେଳେ ସହରର ପ୍ରମୁଖ ସମସ୍ୟା ଯାତାୟାତ, ନର୍ଦ୍ଦମା ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri