ଆବାସ ଯୋଜନାରୁ ବଁଚିତ ଦିବ୍ୟାଙ୍ଗ ଭାଇବହେନ

ଲୋଇସିଂହା,୨୧।୫(ଡି.ଏନ.ଏ.): ଦିବ୍ୟାଙ୍ଗମାନକର ଲାଗି ସରକାର ଅନେକ ପରକାର ଖାସ୍‌ ଯୋଜନା ତିଆର କରିଛନ୍‌। ହେଲେ ଅନେକ ଜାଗାରେ ପରଶାସନିକ ଅଧ୍‌କାରୀ ଆର ଜନ ପରତିନିଧିମାନକର ଉଦାସୀନତା ଲାଗି ଅନେକ ଦିବ୍ୟାଙ୍ଗ ନିଜର ହକ୍‌ ପାଏବାରୁ ବଁଚିତ ହେଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ରାଣୀସର୍ଡା ପଁଚେତ କୁମୁଣ୍ଡା ହରିଜନ ପଡ଼ାରେ।
ସୂଚନା ଅନ୍‌ସାରେ ହରିଜନ ପଡ଼ାର ଗର୍ଜୁ କୁଅଁର। ତାକର ପରିବାର କହେଲେ ମାଏକିନା ଜୟନ୍ତୀ, ୩ ପୁଓ ଆର ଗୁଟେବଲି ଝ’କେ ନେଇ ସଁସାର। ହେଲେ ବଡ଼ ପୁଓ ଆର ସାନ ପୁଓ ଠିକ୍‌ଠାକ୍‌ ଥିଲାବେଲେ ଦୁତୀଅ ପୁଓ ଭୀମକନ୍ଧ ଆର ଝି’କୁନୀ ଜନମୁ ଅଁଧ୍‌ ଆଏ। ଗର୍ଜୁକଁର ଜମିବାଡ଼ି ବଲି କିଛି ନାଇଁ, ସେ ମୂଲୁ ସୁଖ୍‌ବାସୀ ଆଏ। ସେ ଗଁାଗଁା ବୁଲି ଜରି ବ୍ୟାଗ ଆର କପଡ଼ା ସିଲେଇ କରି ନିଜର କୁଟୁମ ପୁଷୁଚନ୍‌। ଅଲପ୍‌ ରୁଜଗାରରେ ୬ ପରାନୀ କୁଟୁମ ପୁଷଲାବେଲେ ତାହାକୁ ବହୁତ୍‌ ଭିଡ଼ାନ ହେଉଛେ। ସେଥିରଲାଗି ସେ ଦିବ୍ୟାଙ୍ଗ ପୁଓ ଝି’କେ ତରଭା ପାସର ଶିବତଲା ଅନ୍ଧ ମୁକ ବଧିର ସ୍କୁଲରେ ଛାଡ଼ିଦେଇଛନ୍‌। ସେଠାନେ ସେମାନେ ରହି ପାଠ୍‌ ପଢ଼ୁଛନ୍‌। ଗର୍ଜୁକଁର ଦୁଇ ଦିବ୍ୟାଙ୍ଗ ପୁଓ ଝି’ ଜିଲାପାଲକଁର ନିରଦେଶରେ ଆଗରୁ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ୧୦ କେ.ଜି. ଲେଖେଁ ଚାଉଲ ପାଉଥିଲେ। ଇତାର ବାହାରେ ରାଶନ କାର୍ଡରେ ପରିବାରର ଝନ୍‌ପିଛା ୫ କେ.ଜି. ଲେଖେଁ ଚାଉଲ ପାଉଛନ୍‌। ଭୀମ ଆର କୁନୀକେ ସରକାରୀ ସାହାଯ୍‌ କହେଲେ ଖାଲି ଭତା ମିଲୁଛେ। ଦିବ୍ୟାଙ୍ଗମାନକୁ ଆବାସ ଯୋଜନାରେ ସାମିଲ କରି ପକ୍କାଘର ଯୁଗେଇ ଦେବାର ବେବସ୍‌ତା ରହିଥିଲେ ବି ଦୁଇ ଭାଇବହେନ୍‌ ଯୋଜନାର ସୁଫଲ ପାଏବାରୁ ବଁଚିତ ହେଇଛନ୍‌। କୁଟୁମଟା ଗୁଟେ ଭଂଗା ଦଦ୍‌ରା ଘରେ ଅସାହା ଅବସ୍‌ତାରେ ଜୀବନ୍‌ ବିତଉଥିବାର ଗର୍ଜୁ ଅଭିଯୋଗ କରିଛନ୍‌। ଇ ଦିଗେ ସୁବର୍ଣ୍ଣପୁର ଜିଲାପାଲ ଖାସ୍‌ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦୁର୍ଗାଙ୍କୁ ମେଲାଣି ଦେଲେ ମହିଳା, ପରସ୍ପରକୁ ସିନ୍ଦୂର ଲଗାଇ…

ସମ୍ବଲପୁର,୨୧ା୧୦(ପ୍ରମୋଦ ବହିଦାର): ପବିତ୍ର ବିଜୟାଦଶମୀ ଅବସରରେ ସମ୍ବଲପୁରର ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ମା’ ଦୁର୍ଗାଙ୍କୁ ଭବ୍ୟ ବିଦାୟ ଦିଆଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ କାଳୀବାଡ଼ିରେ ପାରମ୍ପରିକ…

କୋଟିଆ ସୀମା ବିବାଦ: ଓଡ଼ିଶାର ସ୍ୱାର୍ଥ ପାଇଁ ଏକଜୁଟ ହେବାକୁ ମନ୍ତ୍ରୀଙ୍କ ଆହ୍ୱାନ

ସମ୍ବଲପୁର, ୨୦।୧୦ (ପ୍ରମୋଦ ବହିଦାର): ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?