ଆବାସ ଯୋଜନା ବାଟ୍‌ବନା: ପତରା ଜଂଗଲ ପାଲଟିଛେ ଉଜଲିକଁର ଠିକାନା

ବେଲପଡ଼ା,୧୫।୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ଘାଗୁର୍ଲୀ ପଁଚେତ୍‌ ଅଧୀନ ଘଘରା ଗଁାର ବିଧବା ମହିଲା ଉଜଲି ମାଝି। ଗଲା ବଛର ବରଷାରେ ତାକର ପୁରନା ମାଏଟ୍‌ କୁରିଆଟା ଭାଂଗି ଗଲା। ଇ ବାବ୍‌ଦେ ସେ ବାରବାର ଥାନୀଅ ପରଶାସନକେ ଜନେଇ ନିରାଶ ହେଇଛନ୍‌। ଏନ୍‌ତାଥି ସେ ଗଁା ପାସର ପତରା ଜଂଗଲ ଜମିରେ ଗୁଟେ କୁରିଆ କରି ରହୁଛନ୍‌।
ସୂଚନା ଅନ୍‌ସାରେ ଘଘରା ଗଁାର ବିଧବା ମହିଲା ଉଜଲି ମାଝିକଁର ପରିବାର କହେଲେ ଗୁଟେବଲି ପୁଓ ଦେବାନନ୍ଦ ଆର ବହ, ନାତିନାତେନକୁଁ ନେଇ ସଁସାର। ଆପ୍‌ନେ ନରେନ୍ଦ୍ର ମାଝି ୫ ବଛର ତଲୁ ଆରପାରକେ ଚାଲିଯାଇଛନ୍‌। ପରିବାରଟା ନିହାତି ଗରିବ୍‌, ନଁା’କେ ଜମିବାଡ଼ି ଟିକେ ରହିଛେ। ହେଲେ ସେଥ୍‌ରେ ପରିବାରର ପେଟ୍‌ ପାଲବାର ସମ୍‌ଭବ ନୁହେ। ଏନ୍‌ତାଥି ପୁଓ ଦେବାନନ୍ଦ ପେଟ୍‌ପାଟନାର ଲାଗି ବଛ୍‌ରର ଅନେକ ସମିଆ କୁଟୁମବସିଆ ଦାଦନ ଖଟିଯାଉଛନ୍‌। ଏନ୍‌ତା ଅଭାବିଆ ପରିସ୍ଥିତିରେ ଗଲା ବଛର ବରଷାରେ ଉଜଲିକଁର ମାଏଟ୍‌ କୁରିଆଟା ଭାଂଗି ଗଲା। ସରକାରୀ ସାହାଯ୍‌ ଲାଗି ସେ ଥାନୀଅ ରାଜନେତା, ତହସିଲଦାର, ବିଡିଓକୁଁ ଗୁହାରି ନିରାଶ ହେଇଛନ୍‌। ଶେଷେ ତହସିଲଦାର ଘରଭଂଗା ସାହାଯ୍‌ ହିସାବେ ପଲିଥିନ୍‌ ଖଁଡ଼େ ଦେଇ ତାକର ଦାଇତିଅ ସାରିଦେଇଛନ୍‌ ବଲି ଉଜଲି କହିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ଉଜଲି ଗଁା ପାସର ପତରା ଜଂଗଲ ଜମିରେ ଗୁଟେ ଝାଟିମାଟିର କୁରିଆ କରି ଉପରେ ପଲିଥିନ୍‌ ଢ଼ାପି ବଡ଼ା ଗୁଲ୍‌ଗୁଲା ହେଇ ରହୁଛନ୍‌। ଇଆଡ଼େ ଆପ୍‌ନେ ଆରପାରକେ ଚାଲିଯିବାର ୫ ବଛର ବିତିଯାଇଥିଲେ ବି ଉଜଲି ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇ ବାବ୍‌ଦେ ବେଲପଡ଼ା ବିଡିଓ ଭିକ୍ଟର ସେରେଙ୍ଗକୁଁ ପଚ୍‌ରାଲାରୁ ଇ ଘଟନା ବାବ୍‌ଦେ ମୋର ପାସେ ସୂଚନା ନାଇଁଥାଇ କି କେହି ଅଭିଯୋଗ ନାଇଁକରି। ସେ ଯାହା ହେଉ ସରକାରକଁର ନିୟମ ହିସାବେ ସେ ‘କ’ଫର୍ମରେ ଆବେଦନ କରୁନ୍‌। ତାହାକୁ ଗୁରୁତ୍‌ ଦେଇ ଆଏବାର ୩ ମାସ୍‌ ଭିତ୍‌ରେ ଆବାସ ଘର ଯୁଗେଇ ଦେବାର ସଂଗେ ଭତା ଯୋଜନାରେ ବି ସାମିଲ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri