ଆବାସ ଗୃହ ବଣ୍ଟନରେ ଅନିୟମିତତା: ଜଣେ ହିତାଧିକାରୀ ହାତୋଉଛନ୍ତି ୨ ଗୃହ

ନୂଆଗାଁ, ୩ା୧୦ (ଡି.ଏନ.ଏ.): ଝାଟିମାଟି ଘରେ ରହୁଥିବା ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରଟିଏ ପାଇବା ପାଇଁ ଚାତକ ପରି ଚାହିଁ ରହିଛନ୍ତି। ଏପରିସ୍ଥଳେ ଥରେ ପକ୍କାଘର ପାଇଥିବା ହିତାଧିକାରୀଙ୍କୁ ଆଉ ଥରେ ଆବାସ ଗୃହ ପ୍ରଦାନ କରାଯାଉଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଏପରି ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି। ଆଉ ଏହା ପଛରେ ବ୍ଲକ ପ୍ରଶାସନର କେତେଜଣ ଅଧିକାରୀ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ୨୦୧୧ ମସିହା ଜନଗଣନାକୁ ଆଧାର କରି ନୂଆଗାଁ ବ୍ଲକରେ ପକ୍କା ଘର (ଆବାସ ଗୃହ) ଯୋଗାଇଦେବା ପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରତି ପଞ୍ଚାୟତର ସେହି ତାଲିକାରେ ଥିବା ହିତାଧିକାରୀ ଘର ପାଇବା ପାଇଁ ଯୋଗ୍ୟ କି ନୁହେଁ ତାହାର ତଦନ୍ତ ଲାଗି ବ୍ଲକସ୍ତରରେ ଏକ ଟିମ୍‌ ମଧ୍ୟ ଗଠନ କରାଯାଇଛି। ସେଥିରେ ପଞ୍ଚାୟତର ଜିଆର୍‌ଏସ୍‌ଙ୍କ ସହ ବ୍ଲକର କେତେଜଣ ଅଧିକାରୀ ସାମିଲ ଅଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ କେବଳ ବ୍ଲକରେ କାର୍ଯ୍ୟାଦେଶ ଦେବା ପାଇଁ ବିଡିଓଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ବା ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। କେଉଁ ହିତାଧିକାରୀ ଗୃହ ନିର୍ମାଣ ପାଇଁ ସରକାରୀ ଅନୁଦାନ ପାଇଛନ୍ତି କି ନାହିଁ ସେ ବିଷୟରେ ତଦନ୍ତକାରୀ ଟିମ୍‌ ଅଜ୍ଞ ଥିବାବେଳେ ଜିଆର୍‌ଏସ୍‌ ଏହା ଜାଣି ମଧ୍ୟ ନୀରବ ରହୁଛନ୍ତି। ଫଳରେ ଜଣେ ହିତାଧିକାରୀ ଥରେ ଆବାସ ଯୋଜନାରେ ଗୃହ ପାଇଥିଲେ ମଧ୍ୟ ତଦନ୍ତକାରୀ ଟିମ୍‌କୁ ହାତକରି ପୁନର୍ବାର ଅନୁଦାନ ପାଇଛନ୍ତି। ଉଦୟପୁର ପଞ୍ଚାୟତରେ ୨୦୦୯-୧୦ ଆର୍ଥତ୍କ ବର୍ଷରେ ଦୁଇଜଣ ହିତାଧିକାରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରି ୩୫ ହଜାର ଟଙ୍କା ଲେଖାଏ ପାଇଥିବା ବେଳେ ଚଳିତ ବର୍ଷ ସେମାନଙ୍କୁ ପୁନର୍ବାର ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ପୂର୍ବ ବର୍ଷଗୁଡିକରେ କେଉଁ ହିତାଧିକାରୀ ଆବାସ ଗୃହ ପାଇଛନ୍ତି ସେହି ତାଲିକା ବ୍ଲକ କାର୍ଯ୍ୟାଳୟରେ ରହିଛି। ହେଲେ ତାହାକୁ ନ ଦେଖି ସମ୍ପୃକ୍ତ ହିତାଧିକାରୀଙ୍କୁ ପୁଣିଥରେ ଆବାସ ଯୋଜନାରେ ସାମିଲ କରାଯିବା ଘଟଣା ବ୍ଲକ ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କେବଳ ଉଦୟପୁର ପଞ୍ଚାୟତ ନୁହେଁ, ନୂଆଗାଁ ବ୍ଲକର ଅନେକ ପଞ୍ଚାୟତରେ ଏଭଳି ଅନିୟମିତତା ହୋଇଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଉଦୟପୁର ପିଇଓ ଡମ୍ବରୁଧର ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ମୋତେ ଅନ୍ୟ ପଞ୍ଚାୟତର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏହାଛଡା ଉଦୟପୁର ପଞ୍ଚାୟତର କେଉଁମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଛି ତାହା ଗୋପନ ରଖାଯାଇଛି। ସରପଞ୍ଚ ଅସୀତ କୁମାର ପଟ୍ଟନାୟକ କହନ୍ତି, ତଦନ୍ତ ପ୍ରକ୍ରିୟାଠାରୁ ଆରମ୍ଭ କରି କାର୍ଯ୍ୟାଦେଶ ଦେବା କିମ୍ବା ପ୍ରଥମ କିସ୍ତିର ଟଙ୍କା ଦେବା ପର୍ଯ୍ୟନ୍ତ ତାଙ୍କୁ କୌଣସି କଥା ଜଣାଯାଇ ନ ଥିଲା। କେବଳ ବ୍ଲକ ଆକାଉଣ୍ଟ ଅଫିସରଙ୍କ ସହ ଉକ୍ତ ଘରର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଯିବା ସମୟରେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ। ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲ କହନ୍ତି, ଏପରି ଭୁଲ କେବେ ହୋଇ ନ ଥିବ। ଯଦି ହୋଇଥିବ ଏଥିପାଇଁ ସମ୍ପୃକ୍ତ ପଞ୍ଚାୟତର ଜିଆରଏସ୍‌ ଓ ପିଇଓ ଦାୟୀ। ଏହାର ତଦନ୍ତ କରାଯାଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri