ଆନ୍ଧ୍ରରୁ ଗାଁମୁହାଁ ଶ୍ରମିକ

ବରଗଡ଼ ଅଫିସ୍‌,୨୭ା୪: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣାକୁ ମାସାଧିକ କାଳ ବିତିଯାଇଛି। ଏଥିପାଇଁ ମୁଖ୍ୟତଃ ଗରିବ, ଅସହାୟଙ୍କଠାରୁ ଆରମ୍ଭ କରି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବହୁଗୁଣିତ ହୋଇ ପଡ଼ିଛି। ରୋଜଗାର ବନ୍ଦ ଥିବାରୁ ଖାଇବାକୁ ମୁଠାଏ ମିଳିବା ସେମାନଙ୍କ ପାଇଁ ମୁସ୍କିଲ ହୋଇ ପଡ଼ିଛି। ସେହିପରି ଗାଡ଼ି, ଟ୍ରେନ ଚଳାଚଳ ବନ୍ଦ ରହିଥିବା ଯୋଗୁ ପ୍ରବାସୀ ଶ୍ରମିକମାନେ ଘରକୁ ମଧ୍ୟ ଫେରି ପାରୁନାହାନ୍ତି । ଏଭଳିସ୍ଥଳେ କିଏ ସାଇକେଲରେ ତ ଆଉ କେହି ଚାଲି ଚାଲି ନିଜ ଗାଁକୁ ଫେରିବା ଭଳି ଘଟଣା ପରିଲକ୍ଷିତ ହୋଇଛି। ଏହି କ୍ରମରେ ସୁଦୂର ଆନ୍ଧ୍ର ପ୍ରଦେଶର ବିଜୟନଗରମରୁ ବରଗଡ଼, ବଲାଙ୍ଗୀର ଏବଂ ରାୟଗଡ଼ର ୪୭ ଜଣ ଶ୍ରମିକ ଚାଲି ଚାଲି ଘରକୁ ଫେରୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଏହି ଶ୍ରମିକମାନେ ଗତ କିଛି ମାସ ତଳେ ବିଜୟନଗରମକୁ ଦାଦନ ଖଟିବାକୁ ଯାଇଥିଲେ। ଲକ୍‌ଡାଉନ୍‌ ପରେ ସେମାନଙ୍କ କାମଧନ୍ଦା ବନ୍ଦ ହୋଇ ଯାଇଥିଲା। ସେଠାରେ ସେମାନଙ୍କ ଖାଇବା, ପିଇବାରେ ଅସୁବିଧା ହୋଇଥିଲା। ଅନ୍ୟପଟେ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ସେମାନେ ଘରକୁ ଫେରି ପାରୁ ନ ଥିଲେ। ଗତ ତିନିଦିନ ତଳେ ଶ୍ରମିକମାନେ ରେଳପଥ ଦେଇ ଘର ଅଭିମୁଖେ ଚାଲି ଚାଲି ଆସୁଥିଲେ। ବାଟରେ ଆନ୍ଧ୍ରପ୍ରଦେଶର ସୀତାନଗରମ୍‌ ଜିଲା ନିକଟରେ ସେମାନେ ପୋଲିସ ହାବୁଡ଼ରେ ପଡ଼ିଥିଲେ। ଏହାପରେ ପୋଲିସ ଭୟରେ ଶ୍ରମିକମାନେ ସେଠାରେ ଥିବା ଏକ ଜଙ୍ଗଲ ଭିତରକୁ ପଶି ସେଠାରେ ଥିବା ଯୋଗେନପେଟା ମନ୍ଦିର ନିକଟରେ ଆଶ୍ରୟ ନେଇଥିଲେ।
ଘଟଣା ସମ୍ପର୍କରେ ଜଣାପଡିବା ପରେ ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସାମାଜିକ କର୍ମୀ ଦିବସ କୁମାର ସାହୁ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ଶ୍ରମିକମାନେ ସେଠାକାର ଲୋକେଶନ ପଠାଇଥିଲେ ଏବଂ ଦିବସ ସୀତାନଗରମ ଏସପି, ତହସିଲଦାର, ଏସଆଇଙ୍କୁ ଯୋଗାଯୋଗ ସହିତ ସେମାନଙ୍କୁ ଉଦ୍ଧାର ବ୍ୟବସ୍ଥା କରିଥିଲେ। ଫଳରେ ପୋଲିସ ସେଠାକୁ ପହଞ୍ଚି ଶ୍ରମିକମାନଙ୍କୁ ଖାଦ୍ୟ ସାମଗ୍ରୀ ଦେଇଥିଲା ଏବଂ ସେମାନେ ଘରକୁ ଫେରିବାକୁ ଚାହିଁବାରୁ ସେମାନଙ୍କୁ ଛାଡ଼ିଥିଲା। ଏହାପରେ ଶ୍ରମିକମାନେ ସେଠାରୁ ଚାଲି ଚାଲି ଘରକୁ ଫେରୁଛନ୍ତି । ତେବେ ରବିବାର ରାତି ୭ଟା ସୁଦ୍ଧା ଶ୍ରମିକମାନେ ରାୟଗଡ଼ା ଜିଲା ପାଖାପାଖି ପହଞ୍ଚି ଥିବାବେଳେ ବସ୍‌ ଯୋଗେ ସେମାନଙ୍କୁ ଘରକୁ ପହଞ୍ଚାଇବା ବ୍ୟବସ୍ଥା କରିବା ପାଇଁ ସାମାଜିକ କର୍ମୀ ଦିବସ ବରଗଡ଼, ବଲାଙ୍ଗୀର ଏବଂ ରାୟଗଡ଼ା ଜିଲାପାଳଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri