ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ପ୍ଳାବିତ ହେବ ୬୦ ହଜାର ହେକ୍ଟର ଚାଷ ଜମି

ଆନନ୍ଦପୁର, ୩୧।୧(ସ୍ବ.ପ୍ର.)-ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନନ୍ଦପୁର ଗସ୍ତକରି ବହୁ ପ୍ରତିକ୍ଷୀତ ଆନନ୍ଦପୁର ବ୍ୟାରେଜର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଆନନ୍ଦପୁରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାପିଠର ପ୍ଲାଟିନମ୍‌ ଜୁବୁଲି କାର୍ଯ୍ୟକ୍ରମରେ ମୁ୍ଯଯ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ଆନନ୍ଦପୁର ଷ୍ଟାଡିୟମ୍‌ ଠାରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ହେଲିକ୍ୟାପଟର ଯୋଗେ ଆସି ଦିନ ୧୧.୪୫ ରେ ବି.ଏନ୍‌.ହାଇସ୍କୁଲ ପଡିଆରେ ଅବତରଣ କରିବା ପରେ ୧୧.୫୫ ରେ ନିକଟରେ ଥିବା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ। ବ୍ୟାରେଜ ଉପରେ କିଛି ସମୟ ଏକାକୀ ବୁଲିବା ପରେ ମଧ୍ୟାହ୍ନ ୧୨ଟାରେ ବି.ଏନ୍‌. ହାଇସ୍କୁଲ ପ୍ଲାଟିନମ୍‌ ଜୁବୁଲୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ପରେ ୧୨.୪୫ରେ ଆନନ୍ଦପୁର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେଇଥିଲେ।

୨୦୦୯ ମସିହାରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ବ୍ୟାରେଜ ପ୍ରକଳ୍ପରେ ଜଳ ସଂରକ୍ଷଣ କରାଯାଇ ବୈତରଣୀ ବାମପାର୍ଶ୍ୱ, ଡାହାଣପାର୍ଶ୍ୱ, ସାଳନ୍ଦୀ ବାମପାର୍ଶ୍ୱ କେନାଲ ଯୋଗେ କେନ୍ଦୁଝର ଓ ବାଲେଶ୍ୱର ଜିଲାର ୬୦ ହଜାର ହେକ୍ଟର ଚାଷ ଜମି ଜଳ ପ୍ଳାବିତ ହେବାର ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦୁଝର ଜିଲାର ଘସିପୁରା, ହାଟଡିହୀ, ଆନନ୍ଦପୁର, ବାଲେଶ୍ୱର ଜିଲାର ଖଇରା, ଔପଦା, ସୋର, ବାହାନଗା, ନିଳଗିରି, ରେମୁଣା, ବାଲେଶ୍ୱର ଆଦି ଅଞ୍ଚଳର ଚାଷୀମାନେ ବେଶ ଉପକୃତ ହେବାର ଲକ୍ଷ ରଖାଯାଇଛି। ୪୭୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ବ୍ୟାରେଜର ୩୫୦ ଲକ୍ଷ ଘନ ମିଟର ଜଳ ଧାରଣର କ୍ଷମତା ରହିଛି। ଏଥିରେ ୩୩ ଗୋଟି ଗେଟର ବ୍ୟବସ୍ଥା ରହିଥିବାବେଳେ ୮ ଗୋଟି ସୁଇସ୍‌ ଗେଟ୍‌ ଦ୍ୱାରା ଜଳ ବଣ୍ଟନର ସୁବିଧା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ: ୫ କେନ୍ଦ୍ରରେ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଲେ

ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ଓଡ଼ିଶାର ଏହି ଜିଲାରେ ମିଳିଲା ଦେଢ଼ ଟନ୍ ସୁନା; ବିଧାନସଭାରେ ସୂଚନା ଦେଲେ ଖଣି ମନ୍ତ୍ରୀ

ଭୁବନେଶ୍ୱର,୧୯।୨: ଓଡ଼ିଶା ପାଇଁ ଖୁସି ଖବର। ବିଶ୍ୱରେ ସୁନା ଦର ଆକାଶଛୁଆଁ ହେଉଥିବା ବେଳେ ମୟୂରଭଞ୍ଜ ଜିଲାରେ ବିପୁଳ ପରିମାଣର ସୁନା ଗଚ୍ଛିତ ଥିବା ନେଇ ସରକାରୀ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri