Posted inଜାତୀୟ

ଆଧାର ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୯ା୭(ପି.ଟି.): ଆଧାର ସଂଶୋଧନ ବିଲ୍‌ ସୋମବାର ପାର୍ଲାମେଣ୍ଟରେ ଗୃହୀତ ହୋଇଛି। ଫଳରେ ଜଣେ ଚାହିଁଲେ ବ୍ୟାଙ୍କ ଖାତା ଖୋଲିବା ଏବଂ ମୋବାଇଲ ସିମ୍‌ କାର୍ଡ କିଣିବାରେ ଆଧାରକୁ ପରିଚୟ ପ୍ରମାଣ ଭାବେ ବ୍ୟବହାର କରିପାରିବେ। ଆଧାର ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌,୨୦୧୯ ରାଜ୍ୟ ସଭାରେ ବାଚନିକ ଭୋଟରେ ଗୃହୀତ ହୋଇଛି। ୪ ତାରିଖରେ ଏହା ଲୋକ ସଭାର ଅନୁମୋଦନ ଲାଭ କରିଥିଲା। ତେବେ ଆଧାର ତଥ୍ୟ ସମ୍ପର୍କିତ ବ୍ୟବସ୍ଥାର ଉଲ୍ଲଂଘନ କଲେ ସମ୍ପୃକ୍ତ ଘରୋଇ ସଂସ୍ଥାକୁ ୧ କୋଟି ଟଙ୍କା ଜରିମାନା ସହ ଜେଲଦଣ୍ଡ ଭୋଗିବାକୁ ପଡିବ। ଜୁନ୍‌ ୨୪ରେ ଉକ୍ତ ବିଲ୍‌କୁ ଲୋକ ସଭାରେ ଆଗତ କରାଯାଇଥିଲା।
ଲୋକ ସଭାରେ ସୋମବାର ଖାଉଟି ସୁରକ୍ଷା ବିଲ୍‌ ସମେତ ୬ଟି ବିଧେୟକ ଆଗତ ହୋଇଛି। ଖାଉଟିମାନଙ୍କ ଅଧିକାରକୁ ସୁଦୃଢ଼ କରିବା ସହ ଦ୍ରବ୍ୟ ଓ ସେବା ପ୍ରଦାନ କ୍ଷେତ୍ରରେ ରହୁଥିବା ତ୍ରୁଟି ଦୂର ଲାଗି ବ୍ୟବସ୍ଥା କରିବାକୁ ଖାଉଟି ସୁରକ୍ଷା ବିଲ୍‌ ଅଣାଯାଇଛି। ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ ବିଲ୍‌ ଆଗତ କରିଥିଲେ। ଗତ ଡିସେମ୍ବରରେ ଉକ୍ତ ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିଲେ ହେଁ ରାଜ୍ୟ ସଭାର ଅନୁମୋଦନ ଲାଭ କରି ନ ପାରିବାରୁ ରଦ୍ଦ ହୋଇଯାଇଥିଲା।
ଏହାବ୍ୟତୀତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଅଧିକ କ୍ଷମତା ଦେବା ପାଇଁ ସରକାର ଏନ୍‌ଆଇଏ ଆଇନରେ ସଂଶୋଧନ ଲାଗି ଏକ ବିଲ୍‌ ଆଣିଛନ୍ତି। ଭାରତୀୟଙ୍କୁ ଏବଂ ବିଦେଶରେ ଥିବା ଭାରତର ସ୍ବାର୍ଥକୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ସଂଗଠନ ବିରୋଧରେ ଏନ୍‌ଆଇଏ ତଦନ୍ତ କରିଥାଏ। ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ ଏନ୍‌ଆଇଏ (ସଂଶୋଧନ) ବିଲ୍‌, ୨୦୧୯ ଆଗତ କରିଥିଲେ। ବିଲ୍‌ରେ ଏନ୍‌ଆଇଏକୁ ସାଇବର ଅପରାଧ ଏବଂ ମାନବ ଚାଲାଣ ଘଟଣାର ତଦନ୍ତ କ୍ଷମତା ପ୍ରଦାନ କରାଯାଇଛି। ସେହିପରି ସୋମବାର ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନରେ ସଂଶୋଧନ ଲାଗି ଏକ ବିଲ୍‌ ଲୋକ ସଭାରେ ଆଗତ ହୋଇଛି। ଏହା ଆଇନରେ ପରିଣତ ହେଲେ ଆତଙ୍କବାଦ ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇପାରିବ। ଆର୍‌ଏସ୍‌ପି ଏମ୍‌ପି ଏନ୍‌.କେ. ପ୍ରେମଚନ୍ଦ୍ରନ୍‌ ଉକ୍ତ ବିଲ୍‌କୁ ବିରୋଧ କରିଥିଲେ। ଆତଙ୍କବାଦ ଦମନ ନାଁରେ ବ୍ୟକ୍ତିର ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇପାରିବ ନାହିଁ ବୋଲି ସେ କହିଥିଲେ।
ଅନ୍ୟାନ୍ୟ ବିଲ୍‌ ମଧ୍ୟରେ ସରକାରୀ ବାସଭବନକୁ ବେଆଇନ ଭାବେ ମାଡ଼ିବସିଥିବା ଲୋକଙ୍କୁ ବାହାର କରିବା ପାଇଁ ଏକ ବିଧେୟକ ଅଣାଯାଇଛି। ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂ ପୁରି ସରକାରୀ ବାସଭବନ (ବେଆଇନ ଦଖଲକାରୀଙ୍କୁ ଖାଲି କରିବା) ସଂଶୋଧନ ବିଲ୍‌, ୨୦୧୯ ଆଗତ କରିଥିଲେ। ଏହା ବ୍ୟତୀତ ଜାଲିଆନାଓ୍ବାଲା ବାଗ୍‌ ଜାତୀୟ ସ୍ମାରକୀର ପରିଚାଳନା କରୁଥିବା ଟ୍ରଷ୍ଟର ସ୍ଥାୟୀ ସଦସ୍ୟ ପଦରୁ କଂଗ୍ରେସ ଅଧ୍ୟକ୍ଷଙ୍କୁ ବାଦ୍‌ ଦେଇ ଏହାକୁ ଅଣରାଜନୈତିକ କରିବା ଲାଗି ଲୋକ ସଭାରେ ବିଲ୍‌ ଆଗତ ହୋଇଛି। ସେହିପରି ବ୍ୟକ୍ତି ଚିହ୍ନଟ ଲାଗି ବ୍ୟବହୃତ ଡିଏନ୍‌ଏ ପ୍ରଯୁକ୍ତିର ନିୟନ୍ତ୍ରଣ ଲାଗି ସରକାର ଏକ ବିଲ୍‌ ଆଣିଛନ୍ତି। ବିରୋଧୀ ସଦସ୍ୟମାନେ ଡିଏନ୍‌ଏ ପ୍ରଯୁକ୍ତି ନିୟାମକ ବିଲ୍‌ର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଗତ ଜାନୁୟାରୀରେ ଏହି ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିଲେ ହେଁ ରାଜ୍ୟ ସଭାରେ ଅନୁମୋଦନ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣରେ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri