ଆଦାୟ ହେଉଛି ରାଜସ୍ବ, ସୁଧୁରୁନି ହାଟର ଅବସ୍ଥା

ରସୁଲପୁର,୩୧-୧(ଡିଏନଏ):ସାପ୍ତାହିକ ହାଟ ଗ୍ରାମାଞ୍ଚଳ ଲୋକଙ୍କ ବିକାକିଣାର ମାଧ୍ୟମ ହୋଇଆସୁଛି। ଚାଷୀ, ବ୍ୟବସାୟୀ, ଖାଉଟି ସଭିଏଁ ଗାଁ ହାଟରେ ଏକାଠି ହୁଅନ୍ତି। ନିଜ ଆବଶ୍ୟକତା ମୁତାବକ ଜିନିଷ କାରବାର କରି ଫେରିଯାଆନ୍ତି। ଏକଦା ସାପ୍ତାହିକ ହାଟକୁ କାରବାର ପାଇଁ ଲୋକଙ୍କୁ ଅନେକ ବାଟ ଯିବାକୁ ପଡୁଥିଲା। ହାଟ ଗୋଟିଏ ସ୍ଥାନ ଯେଉଁଠି ସବୁପ୍ରକାର ମନପସନ୍ଦର ଜିନିଷ ମିଳିବାର ସୁଯୋଗ ସୃଷ୍ଟି କରୁଥିଲା। ଅତ୍ୟାଧୁନିକ ଯୁଗରେ ଗମନାଗମନର ସୁବିଧା ଯୋଗୁଁ ଗାଁ ଗଣ୍ଡାରେ ଛକ ବଜାରରେ ଲୋକଙ୍କ ଆବଶ୍ୟକତା ପୂରଣ ହୋଇଯାଉଛି। ଆଉ ହାଟକୁ ଅପେକ୍ଷା କରିବାକୁ ପଡୁନାହିଁ। ବ୍ୟବସାୟୀମାନେ ଗାଡ଼ି ଧରି ଚାଷୀଙ୍କ କ୍ଷେତରେ ପହଞ୍ଚତ୍ ଯାଉଛନ୍ତି। ତଥାପି ହାଟର ଆବଶ୍ୟକତା ଯେ ରହିଛି ତାହାକୁ ଅସ୍ବୀକାର କରିହେବ ନାହିଁ। ହାଟର ବାର ଅନୁସାରେ ଲୋକେ କାରବାର ପାଇଁ ହାଟ ସ୍ଥଳରେ ଏକାଠି ହେଉଛନ୍ତି। ପ୍ରତିବର୍ଷ ହାଟଗୁଡିକୁ ନିଲାମ କରାଯାଉଛି। ଏ ବାବଦରେ ପଞ୍ଚାୟତଗୁଡିକ ରାଜସ୍ବ ଆଦାୟ କରୁଛନ୍ତି। ଏହାଛଡା ପଞ୍ଚାୟତଗୁଡିକର ଆୟ ବଢାଇବା ପାଇଁ ସରକାରୀ ଅନୁଦାନ ବି ଆସୁଛି। ଏ ସବୁ ସତ୍ତ୍ୱେ ପୁରୁଣା ସାପ୍ତାହିକ ହାଟର ଅବସ୍ଥା ସୁଧୁରିବା ବଦଳରେ ଭୁଶୁଡିବାରେ ଲାଗିଛି। ଏଭଳି ଚିତ୍ର ରସୁଲପୁର ବ୍ଲକ ଅଞ୍ଚଳରେ ଥିବା ୯ଟି ନିଲାମ ହାଟର ସ୍ଥିତି ପରଖିବାରୁ ସ୍ପଷ୍ଟ ହୋଇଯାଇଛି।
ପଞ୍ଚାୟତର ଭିତ୍ତିଭୂମି ବିକାଶ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଞ୍ଚାୟତକୁ ପଞ୍ଚବର୍ଷିୟ ଯୋଜନାରେ ପଞ୍ଚାୟତଗୁଡିକୁ ଆସୁଥିବା ଅର୍ଥକୁ ମନଇଚ୍ଛା ଖର୍ଚ୍ଚ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତର ନିଜସ୍ବ ରାଜସ୍ବ ବୃଦ୍ଧି କରିବା ଦିଗରେ ପ୍ରାଧାନ୍ୟ ଦିଆଯାଇ ପ୍ରକଳ୍ପ ଚୟନ କରାଯିବ। ଉକ୍ତ ପ୍ରକଳ୍ପଗୁଡିକରୁ ରାଜସ୍ବ ଆଦାୟ ହେବ। ଉକ୍ତ ଅର୍ଥରେ ପଞ୍ଚାୟତର ଭିତ୍ତିଭୂମି ବିକାଶ କରାଯିବ ବୋଲି ଲକ୍ଷ୍ୟ ରହିଛି। ତେବେ ସରକାରଙ୍କ ଉଦେଶ୍ୟ ପଞ୍ଚାୟତଗୁଡିକରେ ଠିକ୍‌ ଭାବରେ ପାଳନ ହେଉ ନ ଥିବା ଜଣାପଡିଛି। ଏହିକ୍ରମରେ ଗ୍ରାମାଞ୍ଚଳ ସାପ୍ତାହିକ ହାଟଗୁଡିକର ସ୍ଥିତି ହିଁ ବାସ୍ତବ ଚିତ୍ର ବୟାନ କରୁଛି। ଏହି ବ୍ଲକର ନଠୁଆବର ପଞ୍ଚାୟତରେ ନଠୁଆବର ସାପ୍ତାହିକ ହାଟ, ବଡ କଇଁଚି ପଞ୍ଚାୟତରେ ମଧୁବନ ହାଟ, ସାମନ୍ତରାପୁରର ହାଟ, ରାଉତରାପୁର ପଞ୍ଚାୟତ ହାଟ, ଲକ୍ଷ୍ମୀନଗର ପଞ୍ଚାୟତର ତରାପୁର ହାଟ, ବାରବାଟୀ ପଞ୍ଚାୟତର ବାଙ୍କ ବିହାରୀ କୃଷକ ବଜାର, ବନ୍ଧଡିହ ହାଟ, ନରସିଂହପୁର ପଞ୍ଚାୟତର ହରିପୁର ହାଟ, କଲଣ ପଞ୍ଚାୟତ ହାଟ ପ୍ରମୁଖ ପଞ୍ଚାୟତ ଅଧୀନରେ ରହିଛି। ଏହି ହାଟଗୁଡିକରୁ ବର୍ଷକୁ ଲକ୍ଷାଧିକ ଟଙ୍କାର ରାଜସ୍ବ ଆଦାୟ ହେଉଛି। ସେଥିରୁ ଅଧିକାଂଶ ହାଟରେ ଭଙ୍ଗା ଚାଳିଆ, ଗଳିକନ୍ଦି ରାସ୍ତା, ଅଳିଆ ଆବର୍ଜନାକୁ ଠିକ୍‌ ଭାବେ ପରିଚାଳନା ନ କରିବା ଭଳି ସ୍ଥତି ଦେଖାଯାଉଛି। ପକ୍କା ପିଣ୍ଡି ଓ ଛାମୁଣ୍ଡିଆ ନ ଥିବାରୁ ବ୍ୟବସାୟୀମାନେ ଖରାବର୍ଷାରେ ବ୍ୟବସାୟ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହାଟ ମଧ୍ୟରେ ପକ୍କା ରାସ୍ତା ନ ଥିବାରୁ ଗ୍ରାହକମାନେ ବର୍ଷାଦିନରେ ନାନା ହଇରାଣ ହେଉଛନ୍ତି। ଏହାଛଡା ପ୍ରତ୍ୟେକ ପାଳିରେ ହାଟରୁ ବାହାରୁଥିବା ଅଳିଆଆବର୍ଜନାକୁ ଠିକ୍‌ ଭାବେ ପରିଚାଳନା କରାଯାଉ ନାହିଁ। ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏ ସବୁ ସ୍ଥାନରେ ହାଟର ଭିତ୍ତିଭୂମୀ ସଜାଡିବା ଦିଗରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି। ଏହାଛଡା ବାରବାଟୀ ଗଣେଶ ବଜାରରେ ଥିବା ଆଞ୍ଚଳିକ କୃଷକ ବଜାର, ବ୍ରହ୍ମବରଦା ସାପ୍ତାହିକ ହାଟ, କୁଆଖିଆ ବଜାରର ଦୈନିକ ପରିବା ହାଟ, ଗୋପାଳପୁର ଗାଁ ବଜାରରେ ବସୁଥିବା ହାଟଗୁଡିକ ପଞ୍ଚାୟତ ଓ ବ୍ଲକ ଅଧିନରେ ନାହିଁ। ତେବେ ଏହି ହାଟଗୁଡିକର ତତ୍ୱାବଧାରକ କିଏ ଓ ସେଥିରୁ ଆଦାୟ ହେଉଥିବା ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ କେଉଁଆଡେ ଯାଉଛି; ସେଥିପ୍ରତି କାହାରି ନଜର ନାହିଁ। ଖୋଲାମେଲାରେ ଏ ସବୁ କାର୍ଯ୍ୟ ଚାଲୁଥିବାବେଳେ ପ୍ରଶାସନ ପକ୍ଷରୁ କାହିଁକି ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ ସେ ନେଇ ସାଧାରଣରେ ସନ୍ଦେହ ପ୍ରକଟ ହୋଇଛି। ଦେଶରେ ମାନ୍ଦାବସ୍ଥା ଚାଲିଥିବାବେଳେ ଗରିବ ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ମାହାସୁଲ ଆଦାୟ ହେଉଛି। ହେଲେ ତାହା ସର୍ବସାଧାରଣଙ୍କ ହିତରେ ଲାଗିପାରୁ ନାହିଁ। ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଅର୍ଥ ଆଦାୟ କରୁଥିବା ଅନୁଷ୍ଠାନଗୁଡିକର ବୈଧତାକୁ ପରଖିବା ସହ ଆୟବ୍ୟୟର ହିସାବ ସମୀକ୍ଷା କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri