Posted inଖେଳ

ଆତ୍ମହତ୍ୟା କରିବାକୁ ୩ଥର ଚିନ୍ତା କରିଥିଲି: ଶାମି

ନୂଆଦିଲ୍ଲୀ,୩।୫ (ପି.ଟି.): ସମସ୍ତଙ୍କୁ ଚକିତ କରିବା ଭଳି କଥା କହିଛନ୍ତି ଭାରତୀୟ ତାରକା ଦ୍ରୁତ ବୋଲି ମହମ୍ମଦ ସାମି। ଆତ୍ମହତ୍ୟା କରିବାକୁ ୩ଥର ଚିନ୍ତା କରିଥିଲି ବୋଲି ସେ କହିଛନ୍ତି। ଗତକିଛି ବର୍ଷ ତଳେ ବ୍ୟକ୍ତିଗତ ସମସ୍ୟା ନେଇ ସଂଘର୍ଷର କରୁଥିବା ବେଳେ ଏଭଳି ନକାରାତ୍କମ ଚିନ୍ତା ମୁଣ୍ଡକୁ ଆସିଥିଲା। ସେତେବେଳେ ମୋ ପରିବାର ସବୁ ବେଳେ ମୋତେ ନଜର କରୁଥିଲେ ବୋଲି ଶାମି କହିଛନ୍ତି। କାରଣ ଆପାର୍ଟମେଣ୍ଟର ୨୪ତମ ମହଲାରୁ କାଳେ ଡେଇଁ ପଡିବି ବୋଲି ମୋ ପରିବାର ସଦସ୍ୟ ଭାବୁଥିଲେ।
ଶନିବାର ଇନ୍‌ଷ୍ଟାଗ୍ରାମରେ ନିଜର ଦଳୀୟ ସାଥି ତଥା ସୀମିତ ଓଭର ଉପ- ଅଧିନାୟକ ରୋହିତ ଶର୍ମାଙ୍କ ସହ ଚାଟ୍‌ କଲାବେଳେ ସେ ନିଜ ବ୍ୟକ୍ତିଗତ ଓ ପେସାଦାର ଜୀବନ ନେଇ ଏହି କଥା କହିଛନ୍ତି। ସେତେବେଳେ ଯଦି ମୋ ପରିବାର ସମର୍ଥନ କରି ନ ଥାନ୍ତେ ତା’ହେଲେ କ୍ରିକେଟ ଛାଡି ଦେଇଥାନ୍ତି। ବ୍ୟକ୍ତିଗତ ଜୀବନ କାରଣରୁ ଅତ୍ୟଧିକ ଚାପ୍‌କୁ ସାମ୍ନା କରିବାରେ ସମର୍ଥ ହୋଇପାରି ନ ଥିଲି। ଫଳରେ ୩ଥର ଆତ୍ମହତ୍ୟା କଥା ଚିନ୍ତା କରିଥିଲି ବୋଲି ସେ କହିଛନ୍ତି। ସେତେବେଳେ କ୍ରିକେଟ କଥା ଆଦୌ ଚିନ୍ତା କରୁ ନ ଥିଲି। ଆମେ ୨୪ତମ ତାଲାରେ ରହୁଥିଲୁ। ପରିବାର ଲୋକେ ଭାବୁଥିଲେ ଯେ, ବାଲକୋନୀରୁ କାଳେ ଡେଇଁ ପଡିବି। ମୋ ଭାଇ ସେତେବେଳେ ବହୁତ ସମର୍ଥନ କରିଥିଲେ। ଏବେ ୨୯ ବର୍ଷୀୟ ସାମି କ୍ରିକେଟ ଉପରେ ଫୋକସ କରୁଛନ୍ତି। ମୋର ୨-୩ ଜଣ ବନ୍ଧୁ ମୋ ସହିତ ବରାବର ୨୪ ଘଣ୍ଟା ସାଥିରେ ରହୁଥିଲେ। ଅନ୍ୟକଥା ନ ଭାବି କ୍ରିକେଟ କଥା ଚିନ୍ତା କରିବାକୁ ମାତାପିତା ମୋତେ ପରାମର୍ଶ ଦେଉଥିଲେ। ଏହାପରେ ଡେରାଡୁନ୍‌ର ଏକାଡେମୀରେ ଟ୍ରେନିଂ ଆରମ୍ଭ କରିଥିଲି ଓ ବହୁତ ଝାଳ ବୁହାଇଥିଲି ବୋଲି ସେ କହିଛନ୍ତି।
୨୦୧୮ ମାର୍ଚ୍ଚରେ ପତ୍ନୀ ହାସିନ ଜାହାଁ ସାମିଙ୍କ ବିରୋରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ ଓ ମାମଲା ଦାୟର କରିଥିଲେ। ପୋଲିସ ମଧ୍ୟ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ସାମିଙ୍କ କେନ୍ଦ୍ରୀୟ ଚୁକ୍ତିକୁ କିଛି ଦିନ ପାଇଁ ସ୍ଥଗିତ ରଖିଥିଲା। ଏହି ସମୟରେ ଏକ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଠିକ୍‌ ୧୦-୧୨ ଦିନ ପୂର୍ବରୁ ଏହି ଦୁର୍ଘଟଣା ହୋଇଥିଲା ଓ ଏତିକି ବେଳେ ବ୍ୟକ୍ତିଗତ ସମସ୍ୟା ସବୁଠାରୁ ଅଧିକ ଥିଲା ରୋହିତଙ୍କୁ ସାମି କହିଛନ୍ତି। କିନ୍ତୁ ସବୁ ସମସ୍ୟାର ସମାଧାନ ରହିଛି ବୋଲି ପରିବାର ଲୋକ ମୋତେ କହିଥିଲେ। ସେହିପରି ୨୦୧୫ରେ ବିଶ୍ୱକପ୍‌ରେ ଇଞ୍ଜୁରିର ସମ୍ମୁଖୀନ ହୋଇଥିଲା ଓ ଏହା ମଧ୍ୟ ବହୁତ କଷ୍ଟ ଦେଇଥିଲା। ଦଳକୁ ଫେରିବାକୁ ମୋତେ ୧୮ ମାସ ସମୟ ଲାଗିଥିଲା। ଏହା ମଧ୍ୟ ମାନସିକ ଭାବେ ବହୁତ କଷ୍ଟ ଦେଇଥିଲା ବୋଲି ସାମି ରୋହିତଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri