ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କକୁ ଷ୍ଟକ୍‌ ମାର୍କେଟରେ ସାମିଲ ଯୋଜନା

ନୂଆଦିଲ୍ଲୀ,୨୯-୭: କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ୩ରୁ୪ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ(ଆର୍‌ଆର୍‌ବି)କୁ ଷ୍ଟକ୍‌ମାର୍କେଟରେ ତାଲିକାଭୁକ୍ତ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ପ୍ରାପ୍ତ ସୂତ୍ର ଅନୁଯାୟୀ ମିଶ୍ରଣ ପ୍ରକ୍ରିୟା ଶେଷ ହେବା ପରେ ଆର୍‌ଆର୍‌ବିଙ୍କ ଇନିସିଆଲ ପବ୍ଲିକ୍‌ ଅଫରିଂ(ଆଇପିଓ) ଅଣାଯିବ। ଏବେ ଆର୍‌ଆର୍‌ବିଗୁଡ଼ିକ ମଧ୍ୟରେ ମିଶ୍ରଣ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଏହି ସଂଖ୍ୟା ୪୫ ଥିବା ବେଳେ ଏହାକୁ ୩୮କୁ ହ୍ରାସ କରାଯିବ। ଉକ୍ତ ସୂତ୍ର ଅନୁଯାୟୀ ଆହୁରି କେତେକ ଆର୍‌ଆର୍‌ବିର ମିଶ୍ରଣ କରାଯିବ। କାରଣ ଏନେଇ ସମ୍ପୃକ୍ତ ରାଜ୍ୟ ସରକାରଗୁଡ଼ିକରୁ ଅନୁମତି ମିଳିସାରିଛି। ରାଜ୍ୟ ଭିତରେ ଆର୍‌ଆର୍‌ବିଗୁଡ଼ିକର ମିଶ୍ରଣ ଯୋଗୁ ସେମାନଙ୍କ ଖର୍ଚ୍ଚ କମିବ। ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର ହୋଇପାରିବ। ସେହିପରି ପୁଞ୍ଜି ଆଧାରକୁ ସେମାନଙ୍କ ପରିଚାଳନା କ୍ଷେତ୍ରର ବିସ୍ତାର ଲାଗି ବ୍ୟବହାର କରାଯିବ ଏବଂ ସେମାନେ ଅଧିକ ପୁଞ୍ଜି ହାସଲ କରିପାରିବେ। ସୂଚନାଥାଉ କି, ଗତ କିଛି ମାସ ମଧ୍ୟରେ ବିଭିନ୍ନ ରାଜ୍ୟରେ ୨୧ ଆର୍‌ଆର୍‌ବିର ମିଶ୍ରଣ ପ୍ରକ୍ରିୟା ଶେଷ ହୋଇଛି। ଉକ୍ତ ସୂତ୍ର ଅନୁଯାୟୀ ୩ରୁ୪ ଗ୍ରାମୀଣ ଆର୍‌ଆର୍‌ବି ଏବେ ଆଇପିଓ ଆଣିବା ଲାଗି ଉପଯୁକ୍ତ ହୋଇଛନ୍ତି। ଚଳିତ ବର୍ଷ ସେମାନଙ୍କର ଆଇପିଓ ଆସିବ। ଆର୍‌ଆର୍‌ବି ଆଇନ, ୧୯୭୬ ଅନୁଯାୟୀ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ସ୍ଥାପନ କରାଯାଇଥିଲା। ଗ୍ରାମାଞ୍ଚଳରେ କୃଷକ, କୃଷି ଶ୍ରମିକ, ଶିଳ୍ପୀଙ୍କୁ ଋଣ ପ୍ରଦାନ ଲାଗି ଏହା ଗଠନ ହୋଇଥିଲା। ୨୦୧୫ରେ ଏହି ଆଇନରେ ସଂଶୋଧନ କରାଯାଇଥିଲା। ଫଳରେ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ କେନ୍ଦ୍ର, ରାଜ୍ୟ ଏବଂ ସ୍ପନଶନ କରୁଥିବା ବ୍ୟାଙ୍କ ବ୍ୟତୀତ ଅନ୍ୟ ବିକଳ୍ପ ସୂତ୍ରରୁ ପୁଞ୍ଜି ସଂଗ୍ରହ କରିବାକୁ ଅନୁମତି ପାଇଲେ। ବର୍ତ୍ତମାନ ଆର୍‌ଆର୍‌ବିରେ ୫୦ ପ୍ରତିଶତ ଅଂଶଧନ କେନ୍ଦ୍ର ସରକାରଙ୍କ ନିକଟରେ ରହିଛି। ସେହିପରି ୩୫ ପ୍ରତିଶତ ରାଜ୍ୟ ସରକାର ଓ ୧୫ ପ୍ରତିଶତ ସ୍ପନଶନ ବ୍ୟାଙ୍କ ନିକଟରେ ରହିଥାଏ। ତେବେ ଆଇପିଓ ଆସିବା ପରେ ମଧ୍ୟ କେନ୍ଦ୍ର ଓ ସ୍ପନଶନ ବ୍ୟାଙ୍କର ଅଂଶଧନ ୫୦ ପ୍ରତିଶତରୁ କମ୍‌ ହେବ ନାହିଁ ବୋଲି ସଂଶୋଧିତ ଆଇନରେ ଦର୍ଶାଯାଇଛି। ଫଳତଃ ଶେୟାରମାର୍କେଟରେ ତାଲିକାଭୁକ୍ତ ହେବା ପରେ ମଧ୍ୟ ଆର୍‌ଆର୍‌ବିଗୁଡ଼ିକର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ନିକଟରେ ରହିବ। ଗ୍ରାମୀଣ ବ୍ୟାଙ୍କଗୁଡ଼ିକର ଆର୍ଥିକ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଲାଗି ସରକାର ୨୦୦୫ରୁ ନିଷ୍ପତ୍ତି ନେଇଥିଲେ। ୨୦୦୫ସୁଦ୍ଧା ଦେଶରେ ୧୯୬ ଆର୍‌ଆର୍‌ବି ଥିବା ବେଳେ ୨୦୦୬ରେ ଏହାକୁ ୧୩୩ରେ ହ୍ରାସ କରାଯାଇଥିଲା। ଏହାକୁ ପରେ ୧୦୫ରେ ଏବଂ ମାର୍ଚ୍ଚ ୨୦୧୨ ସୁଦ୍ଧା ୮୨କୁ ହ୍ରାସ କରାଯାଇଥିଲା। ୨୦୧୯-୨୦ ବଜେଟରେ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ପାଇଁ ସରକାର ୨୩୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ନିୟାମକୀୟ ନିର୍ଦ୍ଦେଶ ପାଳନ କରିବାକୁ ଯାଇ ସରକାର ସେମାନଙ୍କୁ ପୁଞ୍ଜି ସହାୟତା ପ୍ରଦାନ କରିଛନ୍ତି। ବର୍ତ୍ତମାନର ବ୍ୟବସ୍ଥାରେ ଗ୍ରାମୀଣ ବ୍ୟାଙ୍କଗୁଡ଼ିକୁ କେନ୍ଦ୍ର,ରାଜ୍ୟ ଓ ସ୍ପନଶନ ବ୍ୟାଙ୍କ ୫୦:୧୫:୩୫ ପ୍ରତିଶତ ହାରରେ ପୁଞ୍ଜି ପ୍ରଦାନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri