ଦ୍ୱୈତ ଭୋଟିଂ ବ୍ୟବସ୍ଥାରେ ନିଯୁକ୍ତ ହେବେ ସ୍ବାଧୀନ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୯-୭: ଦେଶରେ କର୍ପୋରେଟ ଦୁର୍ନୀତି କ୍ରମାଗତ ବଢ଼ିଚାଲିଛି। ସେମାନେ ପାଣ୍ଠିର ଦୁରୁପଯୋଗ କରୁଥିବାର ବହୁ ଘଟଣାର ପର୍ଦ୍ଦାଫାଶ ହେବାରେ ଲାଗିଛି। ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍‌ ଏହାର ଜ୍ୱଳନ୍ତ ଉଦାହରଣ। ଏଭଳି ଦୁର୍ନୀତି ରୋକିବାରେ କମ୍ପାନୀ ବୋର୍ଡରେ ନିଯୁକ୍ତ ହେଉଥିବା ସ୍ବାଧୀନ ଡାଇରେକ୍ଟରଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବୋର୍ଡର ମୁଖରେ ଥିବା ପ୍ରମୋଟର, ମୁଖ୍ୟମାନେ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ହାତବାରିସୀ କରି ଦୁର୍ନୀତି କରୁଥିବା ପ୍ରମାଣ ମିଳିବାରେ ଲାଗିଛି। ଏଣୁ ସେମାନଙ୍କୁ ନିଯୁକ୍ତ କରିବା ବେଳେ ଡୁଏଲ ଭୋଟିଂ ବା ଦ୍ୱୈତ ଭୋଟିଂ ବ୍ୟବସ୍ଥା ଆପଣାଇବାକୁ ସରକାର ବିଚାର କରୁଛନ୍ତି। ଏହାଦ୍ୱାରା ବୋର୍ଡରେ ନିର୍ଦ୍ଦେଶକ ଓ ଶେୟାରଧାରୀଙ୍କ ମଧ୍ୟରେ ବାଲାନ୍ସ ବା ସମତୁଲତା ବଜାୟ ରଖିହେବ ବୋଲି ସରକାର ମନେ କରୁଛନ୍ତି। ଏନେଇ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି।
ଜଣେ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି କରିବା ପାଇଁ ଦ୍ୱିସ୍ତରୀୟ ବ୍ୟବସ୍ଥା ଆପଣାଯିବ। ବ୍ରିଟେନ ଭଳି ଭାରତରେ ମଧ୍ୟ ଏଭଳି ବ୍ୟବସ୍ଥା ଆପଣାଯିବ। ଏହାଦ୍ୱାରା ସଂଖ୍ୟାଲଘୁ ଶେୟାରଧାରୀଙ୍କ ଦ୍ୱାରା ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯିବ। ବ୍ରିଟେନରେ କୌଣସି କମ୍ପାନୀଙ୍କୁ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବାକୁ ହେଲେ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ସମସ୍ତ ଶେୟାରଧାରୀ ଏବଂ ସଂଖ୍ୟାଲଘୁ/ଅଣ ପ୍ରମୋଟର ଶେୟାରଧାରୀଙ୍କ ଦ୍ୱାରା ଭୋଟିଂ ମାଧ୍ୟମରେ ନିର୍ବାଚିତ କରିବାକୁ ହେବ। ସଂଖ୍ୟାଲଘୁ ଶେୟାରଧାରୀ କୌଣସି ସ୍ବାଧୀନ ନିର୍ଦ୍ଦେଶକଙ୍କ ନାମକୁ ଅନୁମୋଦନ ନ କରନ୍ତି, ତେବେ ୯୦ ଦିନ ପରେ ପୁନର୍ବାର ଅନ୍ୟ ଜଣଙ୍କ ନାମ ଉପରେ ଭୋଟିଂ କରିବାକୁ ପଡିଥାଏ। ଜଣେ ଅଧିକାରୀ କହିଛନ୍ତି ଯେ, ସ୍ବାଧୀନ ନିର୍ଦ୍ଦେଶକଙ୍କ ନିଯୁକ୍ତିରେ ଦ୍ୱୈତ ଭୋଟିଂ ବ୍ୟବସ୍ଥା ଆଇଡିଆକୁ ଦେଶରେ କାର୍ଯ୍ୟକାରୀ କରିବାର ସମୟ ଆସିଛି। ଦେଶର ଅଧିକାଂଶ କମ୍ପାନୀ ପ୍ରମୋଟରଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ଏଭଳି ପରିବର୍ତ୍ତନ ଦ୍ୱାରା ସଂଖ୍ୟାଲଘୁ ଶେୟାରଧାରୀଙ୍କୁ ଅଧିକ କ୍ଷମତା ମିଳିବ ଏବଂ ସେମାନେ ବୋର୍ଡର କାର୍ଯ୍ୟକୁ ନିୟନ୍ତ୍ରଣ କରିବାକୁ ସୁଯୋଗ ପାଇବେ। ତେବେ ଏହି ଆଇଡିଆ ଉପରେ ଅଧିକ ବିଚାରବିମର୍ଷ କରିବାର ଆବଶ୍ୟକତା ରହିଛି। ଏହାପରେ କମ୍ପାନୀ ଆଇନରେ ଆବଶ୍ୟକୀୟ ସଂଶୋଧନ କରିବାକୁ ହେବ। ବର୍ତ୍ତମାନ ବ୍ୟବସ୍ଥାରେ ନମିନେଶନ ଆଣ୍ଡ ରେମୁନେରେଶନ କମିଟି ଦ୍ୱାରା ସ୍ବାଧୀନ ନିର୍ଦ୍ଦେଶକଙ୍କୁ ଖୋଜାଯାଇ ନିଯୁକ୍ତ କରାଯାଏ। ଏଥିପାଇଁ ପ୍ରଥମେ ବୋର୍ଡ ଓ ପରେ ଶେୟାରଧାରୀଙ୍କ ଅନୁମୋଦନ ନିଆଯାଏ। ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିଲେ ହିଁ ସ୍ବାଧୀନ ନିର୍ଦ୍ଦେଶକ ବା ନିର୍ଦ୍ଦେଶକଙ୍କୁ ନିଯୁକ୍ତି ମିଳିଥାଏ। ପ୍ରମୋଟର ଏହି ଭୋଟିଂ ବେଳେ ବୋର୍ଡ ସଦସ୍ୟଙ୍କ ପ୍ରଭାବିତ କରି ସ୍ବାଧୀନ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ଅନୁମୋଦନ କରାଇ ନିଅନ୍ତି। ଏହାଦ୍ୱାରା ନିଯୁକ୍ତି ପାଇଥିବା ସ୍ବାଧୀନ ନିର୍ଦ୍ଦେଶକ ପ୍ରମୋଟରଙ୍କ ସହ ସାଲିସ୍‌ କରିବାକୁ ବାଧ୍ୟ ହୁଏ। ବୋର୍ଡ ନିଷ୍ପତ୍ତିରେ ତାଙ୍କର ସ୍ବାଧୀନତା ନ ଥାଏ। ବୋର୍ଡ ବୈଠକରେ ପ୍ରମୋଟରଙ୍କ କଥାରେ ‘ହଁ’ ଭରିବା ଛଡ଼ା ତାଙ୍କ ନିକଟରେ ଦ୍ୱିତୀୟ ପନ୍ଥା ନ ଥାଏ। ଏହାହିଁ ବୋର୍ଡର କାର୍ଯ୍ୟକୁ ପ୍ରଭାବିତ କରେ। ଫଳରେ ଦୁର୍ନୀତି ମୁଣ୍ଡ ଟେକେ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଲାଗୁ ହେଲା ସିଲିଣ୍ଡର ବୁକିଂ, ଡେଲିଭରିର ନୂଆ ସିଷ୍ଟମ, ଜାଣିରଖନ୍ତୁ ନଚେତ୍‌ ହେବେ ହଇରାଣ

ନୂଆଦିଲ୍ଲୀ,୧।୬: ଭାରତର ରନ୍ଧନ ଗ୍ୟାସ ଏବଂ ପାଇପ ଲାଇନ ଗ୍ୟାସ (PNG) ଗ୍ରାହକଙ୍କ ପାଇଁ ଆଜି ଏକ ନୂତନ ଡିଜିଟାଲ ଏବଂ ଆଇନଗତ ସକାଳ ଆସିଛି। କେନ୍ଦ୍ର…

କନଫର୍ମ ଟିକେଟ ଥାଇ ବି ମିଳିଲାନି ସିଟ୍‌: ଏବେ ରେଳବାଇ ଦେବ ୨୦,୦୦୦ କ୍ଷତିପୂରଣ

ନୂଆଦିଲ୍ଲୀ,୧।୬: ନିକଟରେ ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅଧିକାର ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବିହାରର ଏକ ଗ୍ରାହକ ଅଦାଲତ ଏକ ଐତିହାସିକ…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ବନ୍ଦ ହୋଇଯିବ କାଗଜ ଟଙ୍କା! ଜାରି ହେବ ୫୦, ୧୦୦, ୫୦୦ ଟଙ୍କାର ନୂଆ ପ୍ଲାଷ୍ଟିକ ନୋଟ! ଜାଣନ୍ତୁ କଣ ରହିଛି RBIର ବଡ଼ ପ୍ଲାନ୍‌

ମୁମ୍ବାଇ,୨୯।୫: ଦେଶରେ କ୍ୟାଶ (ନଗଦ ଟଙ୍କା)ର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ୟୁପିଆଇ (UPI) ପେମେଣ୍ଟ ଏବଂ ଅନଲାଇନ ଟ୍ରାଞ୍ଜାକସନ ପାଇଁ ମଧ୍ୟ କ୍ୟାଶର…

ଗ୍ୟାସ ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ବଦଳିବ ୭ ନିୟମ, ଆପଣଙ୍କ ଉପରେ ପଡିପାରେ ଅଧିକ ବୋଝ

ନୂଆଦିଲ୍ଲୀ,୨୯।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଜୁନ 1, 2026 ଠାରୁ ସାରା ଦେଶରେ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ ଆସିବାକୁ ଯାଉଛି। ଏହି…

ATM ଟଙ୍କା ଉଠାଇବା ଫେଲ୍‌ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ

ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri