ଦ୍ୱୈତ ଭୋଟିଂ ବ୍ୟବସ୍ଥାରେ ନିଯୁକ୍ତ ହେବେ ସ୍ବାଧୀନ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୯-୭: ଦେଶରେ କର୍ପୋରେଟ ଦୁର୍ନୀତି କ୍ରମାଗତ ବଢ଼ିଚାଲିଛି। ସେମାନେ ପାଣ୍ଠିର ଦୁରୁପଯୋଗ କରୁଥିବାର ବହୁ ଘଟଣାର ପର୍ଦ୍ଦାଫାଶ ହେବାରେ ଲାଗିଛି। ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍‌ ଏହାର ଜ୍ୱଳନ୍ତ ଉଦାହରଣ। ଏଭଳି ଦୁର୍ନୀତି ରୋକିବାରେ କମ୍ପାନୀ ବୋର୍ଡରେ ନିଯୁକ୍ତ ହେଉଥିବା ସ୍ବାଧୀନ ଡାଇରେକ୍ଟରଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବୋର୍ଡର ମୁଖରେ ଥିବା ପ୍ରମୋଟର, ମୁଖ୍ୟମାନେ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ହାତବାରିସୀ କରି ଦୁର୍ନୀତି କରୁଥିବା ପ୍ରମାଣ ମିଳିବାରେ ଲାଗିଛି। ଏଣୁ ସେମାନଙ୍କୁ ନିଯୁକ୍ତ କରିବା ବେଳେ ଡୁଏଲ ଭୋଟିଂ ବା ଦ୍ୱୈତ ଭୋଟିଂ ବ୍ୟବସ୍ଥା ଆପଣାଇବାକୁ ସରକାର ବିଚାର କରୁଛନ୍ତି। ଏହାଦ୍ୱାରା ବୋର୍ଡରେ ନିର୍ଦ୍ଦେଶକ ଓ ଶେୟାରଧାରୀଙ୍କ ମଧ୍ୟରେ ବାଲାନ୍ସ ବା ସମତୁଲତା ବଜାୟ ରଖିହେବ ବୋଲି ସରକାର ମନେ କରୁଛନ୍ତି। ଏନେଇ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି।
ଜଣେ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି କରିବା ପାଇଁ ଦ୍ୱିସ୍ତରୀୟ ବ୍ୟବସ୍ଥା ଆପଣାଯିବ। ବ୍ରିଟେନ ଭଳି ଭାରତରେ ମଧ୍ୟ ଏଭଳି ବ୍ୟବସ୍ଥା ଆପଣାଯିବ। ଏହାଦ୍ୱାରା ସଂଖ୍ୟାଲଘୁ ଶେୟାରଧାରୀଙ୍କ ଦ୍ୱାରା ସ୍ବାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯିବ। ବ୍ରିଟେନରେ କୌଣସି କମ୍ପାନୀଙ୍କୁ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବାକୁ ହେଲେ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ସମସ୍ତ ଶେୟାରଧାରୀ ଏବଂ ସଂଖ୍ୟାଲଘୁ/ଅଣ ପ୍ରମୋଟର ଶେୟାରଧାରୀଙ୍କ ଦ୍ୱାରା ଭୋଟିଂ ମାଧ୍ୟମରେ ନିର୍ବାଚିତ କରିବାକୁ ହେବ। ସଂଖ୍ୟାଲଘୁ ଶେୟାରଧାରୀ କୌଣସି ସ୍ବାଧୀନ ନିର୍ଦ୍ଦେଶକଙ୍କ ନାମକୁ ଅନୁମୋଦନ ନ କରନ୍ତି, ତେବେ ୯୦ ଦିନ ପରେ ପୁନର୍ବାର ଅନ୍ୟ ଜଣଙ୍କ ନାମ ଉପରେ ଭୋଟିଂ କରିବାକୁ ପଡିଥାଏ। ଜଣେ ଅଧିକାରୀ କହିଛନ୍ତି ଯେ, ସ୍ବାଧୀନ ନିର୍ଦ୍ଦେଶକଙ୍କ ନିଯୁକ୍ତିରେ ଦ୍ୱୈତ ଭୋଟିଂ ବ୍ୟବସ୍ଥା ଆଇଡିଆକୁ ଦେଶରେ କାର୍ଯ୍ୟକାରୀ କରିବାର ସମୟ ଆସିଛି। ଦେଶର ଅଧିକାଂଶ କମ୍ପାନୀ ପ୍ରମୋଟରଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ଏଭଳି ପରିବର୍ତ୍ତନ ଦ୍ୱାରା ସଂଖ୍ୟାଲଘୁ ଶେୟାରଧାରୀଙ୍କୁ ଅଧିକ କ୍ଷମତା ମିଳିବ ଏବଂ ସେମାନେ ବୋର୍ଡର କାର୍ଯ୍ୟକୁ ନିୟନ୍ତ୍ରଣ କରିବାକୁ ସୁଯୋଗ ପାଇବେ। ତେବେ ଏହି ଆଇଡିଆ ଉପରେ ଅଧିକ ବିଚାରବିମର୍ଷ କରିବାର ଆବଶ୍ୟକତା ରହିଛି। ଏହାପରେ କମ୍ପାନୀ ଆଇନରେ ଆବଶ୍ୟକୀୟ ସଂଶୋଧନ କରିବାକୁ ହେବ। ବର୍ତ୍ତମାନ ବ୍ୟବସ୍ଥାରେ ନମିନେଶନ ଆଣ୍ଡ ରେମୁନେରେଶନ କମିଟି ଦ୍ୱାରା ସ୍ବାଧୀନ ନିର୍ଦ୍ଦେଶକଙ୍କୁ ଖୋଜାଯାଇ ନିଯୁକ୍ତ କରାଯାଏ। ଏଥିପାଇଁ ପ୍ରଥମେ ବୋର୍ଡ ଓ ପରେ ଶେୟାରଧାରୀଙ୍କ ଅନୁମୋଦନ ନିଆଯାଏ। ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିଲେ ହିଁ ସ୍ବାଧୀନ ନିର୍ଦ୍ଦେଶକ ବା ନିର୍ଦ୍ଦେଶକଙ୍କୁ ନିଯୁକ୍ତି ମିଳିଥାଏ। ପ୍ରମୋଟର ଏହି ଭୋଟିଂ ବେଳେ ବୋର୍ଡ ସଦସ୍ୟଙ୍କ ପ୍ରଭାବିତ କରି ସ୍ବାଧୀନ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ଅନୁମୋଦନ କରାଇ ନିଅନ୍ତି। ଏହାଦ୍ୱାରା ନିଯୁକ୍ତି ପାଇଥିବା ସ୍ବାଧୀନ ନିର୍ଦ୍ଦେଶକ ପ୍ରମୋଟରଙ୍କ ସହ ସାଲିସ୍‌ କରିବାକୁ ବାଧ୍ୟ ହୁଏ। ବୋର୍ଡ ନିଷ୍ପତ୍ତିରେ ତାଙ୍କର ସ୍ବାଧୀନତା ନ ଥାଏ। ବୋର୍ଡ ବୈଠକରେ ପ୍ରମୋଟରଙ୍କ କଥାରେ ‘ହଁ’ ଭରିବା ଛଡ଼ା ତାଙ୍କ ନିକଟରେ ଦ୍ୱିତୀୟ ପନ୍ଥା ନ ଥାଏ। ଏହାହିଁ ବୋର୍ଡର କାର୍ଯ୍ୟକୁ ପ୍ରଭାବିତ କରେ। ଫଳରେ ଦୁର୍ନୀତି ମୁଣ୍ଡ ଟେକେ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri