ଆଜିର ଆହ୍ବାନ ଜନସଂଖ୍ୟା ନିୟନ୍ତ୍ରଣ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଗର୍ଭନିରୋଧ ପ୍ରତି ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ପାଳନ କରାଯାଉଛି ଗର୍ଭ ନିରୋଧକ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ୨୬ରେ ଏହି ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କୁ ଗର୍ଭ ନିରୋଧ ସମ୍ପର୍କରେ ଉଚିତ ସୂଚନା ଦେବାରେ ଏହା ପ୍ରମ୍ମୁଖ ଭୂମିକା ଗ୍ରହଣ କରୁଛି। ଜନସଂଖ୍ୟା ନିୟନ୍ତ୍ରଣ କରିବା ବି ଏହାର ଆଉ ଏକ ଲକ୍ଷ୍ୟ। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏହି ଦିବସ ଉପଲକ୍ଷେ ଏକ ସ୍ଲୋଗାନ ଦେଇଛି ‘ଆପଣଙ୍କ ଭିବଷ୍ୟତ- ଆପଣଙ୍କ ପସନ୍ଦ, ଆପଣଙ୍କ ଗର୍ଭନିରୋଧକ ଉପାୟ’ । ଭାରତରେ ଲୋକମାନଙ୍କୁ ବିଶେଷକରି ଯୁବପିଢ଼ିିଙ୍କ ମଧ୍ୟରେ ଯୌନ ସଚେତନତା ବୃଦ୍ଧି କରିବା ତଥା ଅବାଞ୍ଛିତ ଗର୍ଭଧାରଣରୁ ରକ୍ଷା ପାଇବା ପାଇଁ ଥିବା ଉପାୟ ସମ୍ବନ୍ଧରେ ଏହି ଦିବସରେ ଅବଗତ କରାଯାଇଥାଏ। ଭାରତରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ(ଡବ୍ଲ୍ୟୁସିଡି) ଏହା ଲାଗି କାର୍ଯ୍ୟ କରୁଛି। ଯୌନସ୍ବାସ୍ଥ୍ୟ କ୍ଷେତ୍ରରେ କେତେକ ଏନଜିଓ ଓ ହସ୍ପିଟାଲ ସହାୟତାରେ ଏହା କାର୍ଯ୍ୟ କରୁଛି। କେବଳ ସହର ନୁହେଁ ଗାଁଯାଏ ଲୋକଙ୍କୁ ବି ଏହା ସମ୍ପର୍କରେ ଜଣାଇ ଦିଆଯାଉଛି।
ଡବ୍ଲ୍ୟୁସିଡି ରିର୍ପୋଟ ମୁତାବକ ଭାରତରେ ୨୧ଟି ରାଜ୍ୟର ୯୪.୫ ପ୍ରତିଶତ ବିବାହିତ ମହିଳା ଗର୍ଭ ନିରୋଧକ ଉପାୟ ଓ ଏହାର ଉପଯୋଗ ସମ୍ପର୍କରେ ଜାଣିଥିଲେ ବି ୫୦ ପ୍ରତିଶତ ମହିଳା ଏହା ପାଳନ କରନ୍ତି। ଏହା ବ୍ୟତୀତ ୪୪ ପ୍ରତିଶତ ବିବାହିତ ମହିଳା ଏହା ବିଷୟରେ ଜାଣିଥିଲେ ମଧ୍ୟ ଏହି ଉପାୟ ଆପଣାଇନଥାନ୍ତି। ଏକ ସର୍ଭେରୁ ଜଣାପଡିଛି ଯେ,ପଶ୍ଚିମବଙ୍ଗ ଓ ଜମ୍ମୁ-କଶ୍ମୀରରେ ଯଥାକ୍ରମେ ୯୫ ଓ ୮୩ ପ୍ରତିଶତ ମହିଳାଙ୍କର ଗର୍ଭ ନିରୋଧକ ଉପାୟ ଉପରେ ଧାରଣା ରହିଛି। କିନ୍ତୁ ପଶ୍ଚିମବଙ୍ଗରେ ୬୭ ପ୍ରତିଶତ ଓ ଜମ୍ମୁ-କଶ୍ମୀରରେ ୨୭ ପ୍ରତିଶତ ଏହାକୁ ଉପଯୋଗ କରନ୍ତି ନାହିଁ। ଭାରତରେ ଜମ୍ମୁ-କଶ୍ମୀରରେ ସବୁଠାରୁ କମ୍‌ ଗର୍ଭ ନିରୋଧକ ଉପାୟ ଆପଣାଇଥାନ୍ତି।
ଜନସଂଖ୍ୟା ନିୟନ୍ତ୍ରଣ ଲାଗି ଲୋକମାନଙ୍କୁ ଗର୍ଭ ନିରୋଧକ ଉପାୟ ସମ୍ପର୍କରେ ସୂଚନା ଦେବା ଓ ପ୍ରଚାର ପ୍ରସାର ମାଧ୍ୟମରେ ସଚେତନ କରିବା,ପରିବାର ନିୟୋଜନ ଉପାୟରେ କିପରି ଜନସଂଖ୍ୟା ନିୟନ୍ତ୍ରଣ କରାଯାଇପାରିବ ସେ ସମ୍ବନ୍ଧରେ ଜଣାଇବା ଦ୍ୱାରା ଯଥେଷ୍ଟ ଲାଭ ମିଳି ପାରିବ। କେତେକ ରାଜ୍ୟରେ ନବବିବାହିତଙ୍କୁ କଣ୍ଡୋମ କିଟ୍‌ , ଗର୍ଭନିରୋଧକ ବଟିକା ଇତ୍ୟାଦି ଯୋଗାଇ ଦେବାର ଯୋଜନା କରାଯିବା ସହ ଯୌନ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରାଯାଉଛି। ଜନସଂଖ୍ୟା ନିୟନ୍ତ୍ରଣ ଓ ବିଭିନ୍ନ ଯୌନ ରୋଗ ସଂକ୍ରମଣରୁ ରକ୍ଷା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । କେବଳ ଗର୍ଭ ନିରୋଧକ ଦିବସ ନୁହେଁ,କୌଣସି ଦିନ ବି ପରିବାର ନିୟୋଜନ ବିଷୟରେ ଏକ ସମୟ ସୀମା ମଧ୍ୟରେ ଏବଂ ସହଜ ତରିକା ସମ୍ପର୍କରେ ନିକଟସ୍ଥ ଡିସ୍ପେନ୍‌ସାରି ଓ ହସ୍ପିଟାଲ୍‌ରୁ ଜାଣିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri