ଆଜିର ଅର୍ଥନୀତି/ନିରୁତ୍ସାହଜନକ

ଏୟାରଟେଲ, ଇଣ୍ଡିଆ ପୋଷ୍ଟ, ଫିନୋ, ଜିଓ, ଏନ୍‌ଏସ୍‌ଡିଏଲ୍‌ ଓ ପେଟିଏମ୍‌ ପରି ପେମେଣ୍ଟସ୍‌ ବ୍ୟାଙ୍କଗୁଡ଼ିକର କ୍ଷତି ବଢ଼ିବଢ଼ି ଚାଳିଛି। ୨୦୧୮ରେ ଏମାନେ ମୋଟ ୫୧୫.୬ କୋଟି ଟଙ୍କା କ୍ଷତି ସହିଥିବା ବେଳେ ୨୦୧୯ ମାର୍ଚ୍ଚ ସୁଦ୍ଧା ଏହା ବୃଦ୍ଧି ପାଇ ୬୨୬ କୋଟିରେ ପହଞ୍ଚିଛି। ତେଣୁ ୨୦୧୫ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଯେଉଁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ପ୍ରଚଳନ କରିଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। କ୍ଷୁଦ୍ର ବ୍ୟବସାୟୀ ଓ ନିମ୍ନ ଆୟକାରୀ ବର୍ଗଙ୍କ ଲାଗି ବ୍ୟାପକ ଆର୍ଥିକ ସେବା ପ୍ରଦାନ ନିମନ୍ତେ ନଚିକେତା ମୋର୍‌ଙ୍କ ନେତୃତ୍ୱରେ ଗଠିତ କମିଟିର ସୁପାରିସକୁ ଭିତ୍ତି କରି କେନ୍ଦ୍ରୀୟ ବ୍ୟାଙ୍କ ଏହି ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲା। ବ୍ୟାଙ୍କିଙ୍ଗ୍‌ ସୁବିଧା ନ ଥିବା ଗ୍ରାମାଞ୍ଚଳର ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ପେମେଣ୍ଟସ୍‌ ବ୍ୟାଙ୍କ ମଡେଲ୍‌ର ପ୍ରଚଳନ କରାଯାଇଥିଲା। ଏହା ଇଣ୍ଡିଆ ପୋଷ୍ଟର ସେବାକୁ ସମ୍ପ୍ରସାରିତ କରିବ ବୋଲି ମଧ୍ୟ ବିଶ୍ୱାସ କରାଯାଉଥିଲା।
ବର୍ତ୍ତମାନ ଇଣ୍ଡିଆ ପୋଷ୍ଟସ୍‌ ପେମେଣ୍ଟସ୍‌ ବ୍ୟାଙ୍କ (ଆଇପିପିବି)ର ବ୍ୟବସାୟ ବଢ଼ୁ ନ ଥିବାବେଳେ କର୍ମଚାରୀଙ୍କ ଦରମା ଭାରରେ ଏହା କୁଜା ହେବାକୁ ବସିଲାଣି। ଏପରି ଏକ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ପ୍ରାରମ୍ଭିକ ଖର୍ଚ୍ଚ ଅତି ବିଶାଳ ହୋଇଥିବା ବେଳେ ଏହାକୁ ଅପରେଟ୍‌ କରିବା ପାଇଁ ସୀମିତ ସୁଯୋଗ ରହିଛି। ବ୍ୟବସାୟରେ ଅନୁକୂଳ ପରିବର୍ତ୍ତନ ଦେଖାଯାଇଥିଲେ ବି ବିଶାଳ କ୍ଷତିରୁ ସୁଯୋଗ ଅଭାବର ଆହ୍ବାନ ସ୍ପଷ୍ଟ ହୋଇଯାଇଛି। ‘ଟ୍ରେଣ୍ଡ୍‌ ଆଣ୍ଡ୍‌ ପ୍ରୋଗ୍ରେସ୍‌ ଅଫ୍‌ ବ୍ୟାଙ୍କିଙ୍ଗ୍‌ ଇନ୍‌ ଇଣ୍ଡିଆ’ ଅନୁସାରେ ଏହି ବ୍ୟାଙ୍କଗୁଡ଼ିକର ସୁଧ ଆୟରେ ୪୫ ପ୍ରତିଶତ ବୃଦ୍ଧି ଘଟିଛି, ଅର୍ଥାତ୍‌ ଗତ ବର୍ଷକ ଭିତରେ ଏହି ଆୟର ପରିମାଣ ହେଉଛି ୨୫୫ କୋଟି ଟଙ୍କା। କିନ୍ତୁ ସେମାନଙ୍କର ଅନ୍ୟ ଆୟ (କାରବାର ଉପରେ ନିଆଯାଉଥିବା କମିଶନକୁ ମିଶାଇ) ଦୁଇଗୁଣ ବୃଦ୍ଧି ପାଇ ୨,୦୯୩ କୋଟି ଟଙ୍କା ହୋଇଛି। ପେମେଣ୍ଟସ୍‌ ବ୍ୟାଙ୍କଗୁଡ଼ିକର ସଂଖ୍ୟା ମଧ୍ୟ ଚଳିତବର୍ଷ ୫ରୁ ୭କୁ ବୃଦ୍ଧି ପାଇଛି। ପୁଣି ଏହି ବ୍ୟାଙ୍କଗୁଡ଼ିକ ଜରିଆରେ ଟଙ୍କା ପଠାଇବା ୮୯,୬୫୩ କୋଟିରୁ ୧.୧୦ ଲକ୍ଷ କୋଟିକୁ ଅର୍ଥାତ୍‌ ୨୩ ପ୍ରତିଶତ ବୃଦ୍ଧି ପାଇଛି। ଏଥିରେ ୟୁପିଆଇଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କାରଣ ମୂଲ୍ୟ ଓ ପରିମାଣ ଦୃଷ୍ଟିରୁ ଟଙ୍କା ପଠାଇବା ଓ ପାଇବାରେ ସେଗୁଡ଼ିକ ପ୍ରମୁଖ ମାଧ୍ୟମରେ ପରିଣତ ହୋଇଛନ୍ତି। ବ୍ୟାଙ୍କଗୁଡ଼ିକର ଡିପୋଜିଟ୍‌ ବେସ୍‌ (ଜମା ପରିମାଣ) ମଧ୍ୟ ଦୁଇଗୁଣ ହୋଇ ୪୩୮ କୋଟିରୁ ୮୮୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯଦିଚ ବ୍ୟକ୍ତିଗତ ଗ୍ରାହକଙ୍କଠାରୁ ଏକ ଲକ୍ଷ ଟଙ୍କାରୁ ଅଧିକ ଜମା ସଂଗ୍ରହ କରିବାକୁ ସେମାନଙ୍କୁ ଅନୁମତି ଦିଆଯାଇ ନାହିଁ।
ଏହିସବୁ ସକାରାତ୍ମକ ଦିଗଗୁଡ଼ିକୁ ଯାହା ନଷ୍ଟ କରିଦେଉଛି, ତାହା ହେଉଛି ବ୍ୟାଙ୍କଗୁଡ଼ିକର ଦେଣା ବା ଦାୟବଦ୍ଧତା ମଧ୍ୟ ପ୍ରାୟ ଦୁଇଗୁଣ ହୋଇ ୪,୩୬୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ମୋଟ ଦାୟବଦ୍ଧତା ପୂର୍ବବର୍ଷ ତୁଳନାରେ ଦୁଇଗୁଣ ବୃଦ୍ଧି ପାଇ ୭,୧୧୪ କୋଟି ଟଙ୍କାରେ ପହଞ୍ଚିଛି। ଏଥିସହ ପରିଚାଳନା ଖର୍ଚ୍ଚ ୭୪ ପ୍ରତିଶତ ବୃଦ୍ଧି ପାଇ ୨,୯୨୫ କୋଟି ଟଙ୍କାରେ ପହଞ୍ଚିଛି ଏବଂ ୨୦୧୯ରେ ଇକ୍ୱିଟି ଉପରେ ରିଟର୍ନ ଖରାପ ହୋଇ ୨୭.୯ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି।
ଯଦିଚ ରିଜର୍ଭ ବ୍ୟାଙ୍କ ପ୍ରାରମ୍ଭିକ ଭାବେ ୧୧ଟି ପେମେଣ୍ଟସ୍‌ ବ୍ୟାଙ୍କକୁ ଅନୁମତି ଦେଇଥିଲା, ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ୭ଟି ବ୍ୟାଙ୍କ କାରବାର କରୁଛନ୍ତି। ଆଦିତ୍ୟ ବିର୍ଲା ଆଇଡିଆ ପେମେଣ୍ଟସ୍‌ ବ୍ୟାଙ୍କ ଲିମିଟେଡ୍‌ ଏକ ପୂର୍ଣ୍ଣ ସେବା ପ୍ରଦାନକାରୀ ଡିଜିଟାଲ ବ୍ୟାଙ୍କ ଥିଲା, ଯାହା କି ୨୦୧୮ ଫେବୃୟାରୀରୁ କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ ବ୍ୟବସାୟ ଭଲ ନ ଚାଲିବାରୁ ତାହା କାର୍ଯ୍ୟକରିବା ବନ୍ଦ କରିଦେଲା। ଭୋଡାଫୋନ ସହ ଆଇଡିଆ ମିଶିଯିବା ପରେ ଏମ୍‌-ପେସା ପିପିଆଇ ମଧ୍ୟ ବନ୍ଦ ହୋଇଗଲା। ଚୋଳମଣ୍ଡଳମ୍‌ ଡିଷ୍ଟ୍ରିବ୍ୟୁଶନ ସର୍ଭିସେସ୍‌ ଲିମିଟେଡ୍‌କୁ ୨୦୧୫ରେ ପେମେଣ୍ଟସ୍‌ ବ୍ୟାଙ୍କ ଭାବେ ଅନୁମତି ମିଳିଥିଲେ ମଧ୍ୟ ଲାଭ ନ ହେବାରୁ ଏହା ଗୋଟିଏ ବର୍ଷ ଚାଲି ବନ୍ଦ ହୋଇଗଲା। ପେମେଣ୍ଟସ୍‌ ବ୍ୟାଙ୍କ ପାଇଁ ଲାଇସେନ୍ସ ପାଇଥିବା ଟେକ୍‌ ମହୀନ୍ଦ୍ରା ମଧ୍ୟ ଲାଭ ନ ହେବାରୁ ବନ୍ଦ ହୋଇଗଲା। କେବଳ ଗୋଟିଏ ଲାଭକାରୀ ସଂସ୍ଥା ହେଉଛି ପେଟିଏମ୍‌ ଯାହା ଦ୍ୱିତୀୟ ବର୍ଷରେ ଲାଭ କରିଥିଲା ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୧୯ କୋଟି ଟଙ୍କା ଲାଭ କରିଥିବା ଜଣାପଡ଼ିଛି।
ପେମେଣ୍ଟସ୍‌ ବ୍ୟାଙ୍କଗୁଡ଼ିକର ଗୋଟିଏ ସମସ୍ୟା ହେଉଛି ସେମାନେ ଋଣ ଦେଇପାରିବେ ନାହିଁ। କେବଳ ଦେଣନେଣ କାରବାର ଉପରେ ସେମାନଙ୍କର ଲାଭ ସୀମିତ। ବ୍ୟାଙ୍କିଙ୍ଗ୍‌ ସୁବିଧା ନ ଥିବା ଜନସାଧାରଣଙ୍କୁ ଏମାନେ ଯେ ସେବା ଯୋଗାଇଥାନ୍ତି ଏଥିରେ ଦ୍ୱିମତ ହେବାର ନାହିଁ। ତେଣୁ ସରକାର ସେମାନଙ୍କୁ କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ ଭାବେ ଲାଇସେନ୍ସ ଦେବା ଉଚିତ, ଯାହାଦ୍ୱାରା ସେମାନେ ଆର୍ଥିକ କାରବାର ମାଧ୍ୟମରେ ଲାଭ କରିପାରିବେ।
ଇତିମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ପ୍ରିପେଡ୍‌ ପେମେଣ୍ଟସ୍‌ ଇନ୍‌ଷ୍ଟ୍ରୁମେଣ୍ଟ (ପିପିଆଇ) ଆରମ୍ଭ କରିଛି, ଯାହାଦ୍ୱାରା ମାସକୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦ୍ରବ୍ୟ ଓ ସେବା କିଣାଯାଇପାରିବ। ଆର୍‌ବିଆଇ ନିଜେ ପିପିଆଇଗୁଡ଼ିକର କାରବାର ପାଇଁ କଓ୍ବୋଇସିକୁ ବାଧ୍ୟତାମୂଳକ କରିଥିବା ବେଳେ ସେମାନଙ୍କର ଅଭିବୃଦ୍ଧିକୁ ସୀମିତ କରିଦେଇଛି। ଏହି ପୃଷ୍ଠଭୂମିରେ ଆର୍‌ବିଆଇ ପ୍ରତ୍ୟେକ ସେବାର ସମ୍ଭାବ୍ୟତା ଉପରେ ଦୃଷ୍ଟି ଦେବା ଦରକାର। ଅନୁଚିତ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବା ପୂର୍ବରୁ ଏକ ମଜଭୁତ ବ୍ୟବସ୍ଥା ଭାବେ ଗଢ଼ିଉଠିବା ଲାଗି ଏହା ସେମାନଙ୍କୁ ଯଥେଷ୍ଟ ସୁଯୋଗ ଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri