ଆଜିଠୁ ୩୦ତମ କୋଣାର୍କ ଉତ୍ସବ: ନୂପୁରର ରୁଣୁଝୁଣୁ ଶବ୍ଦ ଅପେକ୍ଷାରେ ମୁକ୍ତାକାଶ ରଙ୍ଗମଞ୍ଚ

କୋଣାର୍କ, ୧ା୧୨(ଡି.ଏନ୍‌.ଏ.): କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ରବିବାରଠାରୁ ଆରମ୍ଭ ହେବ ୩୦ତମ କୋଣାର୍କ ଉତ୍ସବ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ରଙ୍ଗବେରଙ୍ଗର ପଟ୍ଟଚିତ୍ର, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ସୁନ୍ଦର ସାଜସଜ୍ଜା ସହିତ ପର୍ଯ୍ୟଟକଙ୍କ ବସିବା ପାଇଁ ସୁଶୋଭିତ ଗ୍ୟାଲେରିମାନ ପ୍ରସ୍ତୁତ କରାଯାଇଛି। ପାହାଚଗୁଡ଼ିକ ବିଭିନ୍ନ ପ୍ରକାର ଚାରୁକଳା ଓ ଝୋଟି ଚିତାରେ ଚିତ୍ରିତ ହୋଇଛି।

ଏହି ଉତ୍ସବର ଶୋଭାକୁ କୋଣାର୍କ ହେଲିପ୍ୟାଡ୍‌ଠାରେ ହେବାକୁଥିବା ମୀନାବଜାର, ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ରାସଦୋଳି ସହ ୪ଗୋଟି ଅପେରା ପାର୍ଟିର ଯାତ୍ରା ପରିବେଷଣ ଦ୍ୱିଗୁଣିତ କରିବ। ଏହି ପରିପ୍ରେକ୍ଷୀରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆସର, କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ସବୁଜ ବଳୟ ସୃଷ୍ଟି ପାଇଁ ମାନବ ଶୃଙ୍ଖଳ, କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତିି ବିକାଶ ପରିଷଦ ପକ୍ଷରୁ ପର୍ଯ୍ୟଟନ ସାହିତ୍ୟ ଶୀର୍ଷକ କର୍ମଶାଳା, ବସନ୍ତ ମଞ୍ଜରୀ ପାଠାଗାର ପକ୍ଷରୁ ଗଣଦୌଡ଼ ସହ କୋଣାର୍କ ଅର୍ବାନ ହାଟରେ ଅର୍କଶ୍ରୀ ପକ୍ଷରୁ ୫ଦିନିଆ ପୁସ୍ତକମେଳା ଆୟୋଜିତ ହେବ। ଉଦ୍‌ଘାଟନୀ ସନ୍ଧ୍ୟାର ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେବେ। ପୁରୀ ଏସ୍‌ପି ଉମାଶଙ୍କର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଟ୍ରୋଲିଂ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ଅବସରରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଦୃଷ୍ଟିରୁ କୋଣାର୍କ ମ୍ୟୁଜିୟମ, ହେଲିପ୍ୟାଡ୍‌ଠାରେ ଚାରିଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା ଥିବାବେଳେ ଚନ୍ଦ୍ରଭାଗା ଛୋଟାରାମ ଦାଶ ଆଶ୍ରମଠାରେ ଦୁଇଚକିଆ ଯାନ ରହଣି ପାଇଁ ବ୍ୟବସ୍ଥା କରାଯାଇଛି। ଅନୁରୂପ ଭାବେ ଇଣ୍ଡିଆନ ଅଏଲ ଫାଉଣ୍ଡେଶନ ଦ୍ୱାରା ନିର୍ମିତ ପାର୍କିଂରେ ୫ଦିନ ପାଇଁ ଯାନବାହନ ରଖାଯିବାର ବନ୍ଦୋବସ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ କମର କଷିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀ ପିନ୍ଧିଥିବା ଶାଢ଼ୀରେ ତଣ୍ଟି ଚିପି…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri