ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ

କଟକ ଅଫିସ,୧୯।୩ : ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ୱାରା ଆୟୋଜିତ ଦଶମ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ଗୁରୁବାରଠାରୁ ଆରମ୍ଭ ହେବ। ୬୧ଟି କେନ୍ଦ୍ରରେ ପ୍ରାୟ ୧୬ହଜାର ପରୀକ୍ଷକ ନିୟୋଜିତ ହୋଇଛନ୍ତି। ଖାତା ମୂଲ୍ୟାୟନ ପାଇଁ ସମସ୍ତ କେନ୍ଦ୍ରଗୁଡ଼ିକରେ ବୁଧବାର ସନ୍ଧ୍ୟା ସୁଦ୍ଧା ପରୀକ୍ଷକମାନେ ପହଞ୍ଚତ୍ ସାରିଛନ୍ତି। ଏଥର କରୋନା ଆଶଙ୍କା ଯୋଗୁ ସ୍ବାସ୍ଥ୍ୟ ବିଭାଗର ଗାଇଡ ଲାଇନ ଅନୁଯାୟୀ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜରା କହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନ ଅନୁଯାୟୀ ପ୍ରତ୍ୟେକ ପରୀକ୍ଷକଙ୍କ ମଧ୍ୟରେ ଏକ ମିଟରର ଦୂରତା ରଖାଯିବ। ଖାତା ମୂଲ୍ୟାୟନ ପୂର୍ବରୁ ଡିସ୍‌ଇନ୍‌ଫେକ୍ଟାଣ୍ଟରେ ସମସ୍ତ ଚେୟାର ଟେବୁଲ ପୋଛାଯିବ। ଏହାବ୍ୟତୀତ କେନ୍ଦ୍ରର ପର୍ଯ୍ୟାପ୍ତ ସାନିଟାଇଜର ଓ ସାବୁନ ମହଜୁଦ ରଖାଯିବ। ଭିଡ଼ ନିୟନ୍ତ୍ରଣ ପାଇଁ ପରୀକ୍ଷକଙ୍କୁ ୩ଟି ଗ୍ରୁପରେ ବିଭକ୍ତ କରାଯାଇ ପୃଥକ ଭାବେ ୩ପର୍ଯ୍ୟାୟରେ କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ କରିବେ। ପ୍ରଥମ ଗ୍ରୁପ ପୂର୍ବାହ୍ନ ୮ଟା୩୦ରେ ପ୍ରବେଶ କରି ଅପରାହ୍ନ ୨ଟା୩୦ରେ ବାହାରିବେ। ସେହିପରି ଦ୍ୱିତୀୟ ଗ୍ରୁପ ପୂର୍ବାହ୍ନ ୯ଟା୩୦ରେ ପ୍ରବେଶ କରି ଅପରାହ୍ନ ୩ଟା୩୦ ବାହାରିବେ ଓ ତୃତୀୟ ଗ୍ରୁପ ୧୦ଟା୩୦ରେ ପହଞ୍ଚତ୍ ଅପରାହ୍ନ ୪ଟା୩୦ରେ ବାହାରିବେ। ଏ ସବୁ ବ୍ୟବସ୍ଥା ବ୍ୟତୀତ ଯଦି କେହି ଅସୁସ୍ଥ ଅନୁଭବ କରିବେ ତାଙ୍କୁ ତୁରନ୍ତ ସ୍ବାସ୍ଥ୍ୟ କେନ୍ଦ୍ର ପହଞ୍ଚାଇ ଚିକିତ୍ସା କରା ଯିବ। ଏଥର ୫ଲକ୍ଷ ୬୦ହଜାର ୯୦୫ଜଣ ପରୀକ୍ଷା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri