ଆଜିଠୁ ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ: କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ଯୋଗୁ ଦୀର୍ଘଦିନ ହେବ ସ୍କୁଲ ବନ୍ଦ ରହିଥିଲା। ସୋମବାରଠାରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ। ସେଥିପାଇଁ ସ୍କୁଲଗୁଡ଼ିକୁ ସାନିଟାଇଜ କରାଯାଇଛି। ରାଜ୍ୟ ସରକାର ଜାରି କରିଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଅନୁଯାୟୀ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରମାନଙ୍କ ବସିବା ଓ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି। ତେବେ ସ୍କୁଲକୁ ଆସିବାକୁ ଥିବା ଛାତ୍ରୀଛାତ୍ରଙ୍କୁ ମାତାପିତାଙ୍କଠାରୁ ଅନୁମତି ପତ୍ର ଆଣିବାକୁ କୁହାଯାଇଛି। ଯେଉଁ ଛାତ୍ରୀଛାତ୍ର ସ୍କୁଲ ଆସିବେ ନାହିଁ ସେମାନେ ଅନ୍‌ଲାଇନ ଜରିଆରେ ପଢ଼ିବା ବ୍ୟବସ୍ଥା କରାଯାଇଛି।
ରବିବାର ଗଣମାଧ୍ୟମକୁ ସୂଚନା ଦେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ଗୃହଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରାଯିବା ସହ ସାନିଟାଇଜ କରାଯାଇଛି ଓ ସମସ୍ତ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି। ଜିଲାଗୁଡ଼ିକର ନୋଡାଲ ଅଫିସରମାନେ ପ୍ରସ୍ତୁତିକୁ ତଦାରଖ କରିଛନ୍ତି। ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କଠାରୁ ଅନୁମତିପତ୍ର ଆଣିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ସ୍କୁଲ ଆସିବେ ନାହିଁ, ସେମାନଙ୍କ ପାଇଁ ଅନ୍‌ଲାଇନ ପଢ଼ିବା ବ୍ୟବସ୍ଥା କରାଯାଇଛି। ଆଶା କରାଯାଉଛି ସ୍କୁଲଗୁଡ଼ିକରେ ପିଲାମାନଙ୍କର ଉପସ୍ଥାନ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ଆସନ୍ତା ଅଗଷ୍ଟ ୧୬ରୁ ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ କୋଭିଡ୍‌-୧୯ ସଂକ୍ରମଣ ହ୍ରାସ ପାଉଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଏହି ଶେଣୀର ପିଲାଙ୍କ ପାଇଁ ଛାତ୍ରାବାସ ମଧ୍ୟ ସୋମବାରଠାରୁ ଖୋଲିବ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ପାଇଁ ରାଜ୍ୟ ସରକାର ଏସ୍‌ଓପି ଜାରି କରିଛନ୍ତି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆବଶ୍ୟକ ବ୍ୟବଧାନ ରଖିବା ପାଇଁ ସ୍କୁଲ ଓ ଛାତ୍ରାବାସ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଛାତ୍ରାବାସଗୁଡ଼ିକରେ ଥିବା ପାଇଖାନାଗୁଡ଼ିକୁ ନିୟମିତ ବ୍ୟବଧାନରେ ଭଲ ଭାବରେ ବିଶୁଦ୍ଧୀକରଣ କରାଯିବ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ପରିମାଣର ସାବୁନ, ହ୍ୟାଣ୍ଡ ସାନିଟାଇଜର ରଖିବା ବାଧ୍ୟତାମୂଳକ। ଛାତ୍ରାବାସଗୁଡ଼ିକରେ ରହୁଥିବା ଛାତ୍ରୀଛାତ୍ରଙ୍କୁ ଭଲ ଭାବେ କାଉନ୍‌ସେଲିଂ କରିବା, ଛାତ୍ରାବାସକୁ ପ୍ରବେଶ ପୂର୍ବରୁ ମାତାପିତାଙ୍କ ଅନୁମତି ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। ପିଲାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅନୁଷ୍ଠାନ କର୍ତ୍ତୃପକ୍ଷ ସ୍ଥାନୀୟ ଚିକିତ୍ସା ଅଧିକାରୀଙ୍କ ସହ ବରାବର ଯୋଗାଯୋଗରେ ରହିବେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରାବାସ ଅନ୍ତେବାସୀଙ୍କୁ ଏକାଠି ହେବା ନେଇ ବାରଣ କରାଯାଇଛି। ଏ ନେଇ କର୍ତ୍ତୃପକ୍ଷ ନଜର ରଖିବେ। ଆଗୁଆ ଏକ ଖାଲି କୋଠରି ପ୍ରସ୍ତୁତ ରଖିବାକୁ କୁହାଯାଇଛି। କୌଣସି ଅନ୍ତେବାସୀ ଅସୁସ୍ଥ ଅନୁଭବ କଲେ ସେଠାରେ ରଖାଯାଇ ଚିକିତ୍ସା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

‘ଛାତ୍ରୀଛାତ୍ର ଭଲ ମଣିଷ ହୋଇ ଦେଶର ନାଁ ରଖନ୍ତୁ’

ଭୁବନେଶ୍ୱର,୧୪ା୧୨: ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (ଶ୍ୟାମପୁର ମୌଜା)ଭରତପୁରଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୩...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri