ଆଜିଠୁ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ: ସ୍ବାଗତ କରୁଛି ଭୁବନେଶ୍ୱର

ଭୁବନେଶ୍ୱର,୬ା୬(ବ୍ୟୁରୋ): ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌, ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟ ଭଳି ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟର ଆୟୋଜନ କରି ଇତିହାସ ରଚିଥିବା ଓଡ଼ିଶା ଏବେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସିରିଜ ଫାଇନାଲର ଆୟୋଜକ ହୋଇଛି। ଓଡ଼ିଶାର କ୍ରୀଡ଼ା ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଏହା ୬ ତାରିଖ ଗୁରୁବାରଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ୮ଟି ଟିମ୍‌ ଭୁବନେଶ୍ୱରରେ ପହଞ୍ଚତ୍ଥିବାବେଳେ ସେମାନଙ୍କ ରହଣି ଓ ଆତିଥ୍ୟ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ କିଛିଦିନ ତଳେ ବାତ୍ୟା ଫନୀରେ ବ୍ୟାପକ ଭାବେ କ୍ଷତିଗସ୍ତ ଭୁବନେଶ୍ୱର ଏହାମଧ୍ୟରେ ନିଜକୁ ସଜାଡ଼ି ପୁଣିଥରେ ସମଗ୍ର ବିଶ୍ୱରୁ କ୍ରୀଡାବିତ୍‌ ଓ ଦର୍ଶକମାନଙ୍କୁ ସ୍ବାଗତ କରୁଛି।
ମେ’ ୩ ପ୍ରଳୟଙ୍କରୀ ବାତ୍ୟାରେ କଳିଙ୍ଗ ଷ୍ଟାଡିୟମ୍‌ କ୍ଷତିଗସ୍ତ ହୋଇଥିଲା। ହେଲେ ମାସକ ମଧ୍ୟରେ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ ଭଳି ବିଶ୍ୱସ୍ତରୀୟ ଇଭେଣ୍ଟ ଆୟୋଜନ କରି ସମଗ୍ର ଦେଶ ପାଇଁ ଏବେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ସବୁଠାରୁ ବଡ଼କଥା ହେଲା ବାତ୍ୟାରେ ପୁରୀରେ ସର୍ବାଧିକ ୮୦୦ ହୋଟେଲ ଭାଙ୍ଗିରୁଜି ଯାଇଥିବା ବେଳେ ଭୁବନେଶ୍ୱର ଓ କଟକରେ ୨୦୦ ହୋଟେଲ ପ୍ରଭାବିତ ହୋଇଥିଲା। ହୋଟେଲ ସ୍ବସ୍ତି ପ୍ରିମିୟମ୍‌, ମେ’ ଫେୟାର, ଟ୍ରାଇଡେଣ୍ଟ୍‌, ସ୍ୟାଣ୍ଡିସ୍‌ ଟାଓ୍ବାର, ହୋଟେଲ କ୍ରାଉନ୍‌ ଭଳି ଭୁବନେଶ୍ୱରର ପ୍ରମୁଖ ତାରକା ହୋଟେଲଗୁଡ଼ିକ ବାତ୍ୟାରେ ବହୁଳଭାବେ କ୍ଷତିଗ୍ରସ୍ତ ହୋଇଥିଲା। ହୋଟେଲ ଶିଳ୍ପର ୫୦୦ କୋଟି ଟଙ୍କାର ଭିତ୍ତିଭୂମି କ୍ଷତିଗସ୍ତ ହୋଇଥିଲା। ଏଥିଯୋଗୁ ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ହେବାକୁ ଥିବା ମେଗା କନ୍‌ଫରେନ୍ସ, ବାହାଘର ତଥା ଡେଷ୍ଟିନେଶନ ଓ୍ବେଡିଂକୁ ମଧ୍ୟ ବାତିଲ କରାଯାଇଥିଲା। ଏଭଳି ସ୍ଥିତିରେ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲର କ୍ରୀଡାବିତ୍‌, ଅଫିସିଆଲ ଓ ଦେଶ ବିଦେଶରୁ ଆସିବାକୁ ଥିବା ଦର୍ଶକ ତଥା ପର୍ଯ୍ୟଟକଙ୍କ ରହଣି ପାଇଁ ବ୍ୟବସ୍ଥା କରିବା ଆୟୋଜକଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ହେଲେ ଏଫ୍‌ଆଇଏଚ୍‌ ସିରିଜ ପାଇଁ ହୋଟଲ ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ରହିଛି ବୋଲି ବାତ୍ୟାର ମାତ୍ର କିଛିଦିନ ମଧ୍ୟରେ ଦୃଢ଼ତାର ସହ କହିଥିଲା ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓଡ଼ିଶା(ଏଚ୍‌ଆର୍‌ଏଓ)। ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ଜେ.କେ. ମହାନ୍ତି ଯାହା କହିଥିଲେ ତାହାର ବାସ୍ତବତା ଏବେ ଦେଖିବାକୁ ମିଳିଛି। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ହୋଟେଲକୁ ସଜଡ଼ା ଯାଇ କ୍ରୀଡାବିତ୍‌ ଓ ସେମାନଙ୍କ ଅଫିସିଆଲମାନଙ୍କୁ ସ୍ବାଗତ କରାଯାଇଛି। ମେକ୍ସିକୋ, ୟୁଏସ୍‌ଏ, ଉଜ୍‌ବେକିସ୍ତାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ଜାପାନ ଓ ଆୟୋଜକ ଇଣ୍ଡିଆ ଟିମ୍‌କୁ ଆତିଥ୍ୟ ଯୋଗାଇଦେଇଛି ଭୁବନେଶ୍ୱର ହୋଟେଲ ଶିଳ୍ପ। ରହଣିରୁ ଆରମ୍ଭକରି ଖାଦ୍ୟପେୟ ପର୍ଯ୍ୟନ୍ତ, କେଉଁଥିରେ ଯେପରି କୌଣସି ପ୍ରକାର ଅସୁବିଧା ନହୁଏ ତାହାକୁ ନଜରରେ ରଖାଯାଇଛି। ସେମାନଙ୍କ ଦେଶର ଖାଦ୍ୟ ସହ ପାରମ୍ପରିକ ଓଡ଼ିଆ ଏବଂ ଭାରତୀୟ ଖାଦ୍ୟ ପରଷିବାର ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri