ଆଜିଠାରୁ ଭାଲେଣ୍ଟାଇନ୍ସ ଓ୍ବିକ୍‌

ଭୁବନେଶ୍ୱର,୭।୨(ବ୍ୟୁରୋ)ବର୍ଷକର ଅପେକ୍ଷା ପରେ ପାଖେଇ ଆସୁଛି ପ୍ରେମ ଓ ପ୍ରେମୀଯୁଗଳଙ୍କ ଖାସ୍‌ ଦିନ ଭାଲେଣ୍ଟାଇନ୍ସ ଡେ। ଏନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଥିବାବେଳେ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଭାଲେଣ୍ଟାଇନ୍ସ ୱିକ୍‌ ବା ପ୍ରେମ ସପ୍ତାହ ଭାବେ ପାଳନ କରିବାକୁ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ଶୁକ୍ରବାରଠାରୁ ପ୍ରେମ ସପ୍ତାହ ଆରମ୍ଭ ହେଉଥିବାରୁ ପ୍ରେମର ମାସ ଫେବୃୟାରୀ ଓ ପ୍ରେମର ଏହି ସପ୍ତାହକୁ ନିଜ ପ୍ରେମିକା, ପ୍ରେମିକ ପାଇଁ କିଭଳି ଅଭୁଲା ଓ ସ୍ମରଣୀୟ କରିହେବ ସେଥିପାଇଁ ଲାଗିପଡ଼ିଛନ୍ତି ସମସ୍ତେ। ମନର ମଣିଷ ପାଇଁ ଏହି ଦିନକୁ କିଏ କେତେ ସ୍ପେଶାଲ କରିପାରିବ ସେଥିପାଇଁ ବି ଚାଲିଛି ପ୍ରତିଯୋଗିତା।
ଭାଲେଣ୍ଟାଇନ୍ସ ଡେ’ର ସପ୍ତାହେ ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ଫୁଲ ଦୋକାନ, କାର୍ଡ ଓ ଗିଫ୍ଟ ସେଣ୍ଟର, ଶପିଂ ମଲ୍‌, ସିନେମା ହଲ୍‌ ସବୁଠି ଦେଖିବାକୁ ମିଳୁଛି ପ୍ରେମୀଯୁଗଳଙ୍କ ଗହଳି। ଭାଲେଣ୍ଟାଇନ୍ସ ୱିକ୍‌ ଅବସରରେ ଫେବୃୟାରୀ ୭ ତାରିଖକୁ ରୋଜ୍‌ ଡେ, ୮କୁ ପ୍ରପୋଜ୍‌ ଡେ, ୯କୁ ଚକୋଲେଟ୍‌ ଡେ, ୧୦କୁ ଟେଡି ଡେ, ୧୧କୁ ପ୍ରମିଜ୍‌ ଡେ, ୧୨କୁ ହଗ୍‌ ଡେ, ୧୩କୁ କିସ୍‌ ଡେ ଏବଂ ଫେବୃୟାରୀ ୧୪କୁ ଭାଲେଣ୍ଟାଇନ୍ସ ଡେ ବା ପ୍ରେମ ଦିବସ ଭାବେ ପାଳନ କରାଯାଉଥିବାରୁ ଭିନ୍ନ ଭିନ୍ନ ଦିବସ ପାଇଁ ଭିନ୍ନ ପ୍ଲାନିଂ ହେଉଛି। କିଏ ସର୍‌ପ୍ରାଇଜ ପ୍ଲାନିଂ କରି ନିଜ ପ୍ରେମିକା ଓ ପ୍ରେମିକକୁ ଖୁସି କରିବାକୁ ଚାହୁଁଛି ତ ଆାଉ କିଏ ଗିଫ୍ଟ ଓ କାର୍ଡରେ ମନର କଥା ଲେଖି ଉପହାର ଦେବାକୁ ଯୋଜନା କରୁଛି। ପ୍ରେମରେ ପଡ଼ିଲେ ପ୍ରତ୍ୟେକ ଦିନ ଭାଲେଣ୍ଟାଇନ୍ସ ଡେ ମନେହେଲେ ବି ସହରର ଯୁବପିଢ଼ିଙ୍କ ମଧ୍ୟରେ ଏଥିପାଇଁ କିଛି କମ୍‌ ଉତ୍ସାହ ଦେଖିବାକୁ ମିଳୁନି। ସରପ୍ରାଇଜ୍‌ ବୁଲାଠାରୁ ଆରମ୍ଭକରି ରୋମାଣ୍ଟିକ କ୍ୟାଣ୍ଡେଲ ନାଇଟ୍‌ ଡିନର, ମୁଭି ଡେଟ୍‌, ଲଙ୍ଗ୍‌ ଡ୍ରାଇଭ୍‌ ଆଦି ପାଇଁ ଲୁଚାଛପା ପ୍ରସ୍ତୁତି ଚାଲିଛି। କେବଳ ପ୍ରେମିକା ପ୍ରେମିକ ନୁହଁନ୍ତି, ବିବାହିତମାନେ ମଧ୍ୟ ଭାଲେଣ୍ଟାଇନ୍ସ ଡେ’କୁ ସ୍ମରଣୀୟ କରିବାକୁ ପ୍ରସ୍ତୁତି କରିଛନ୍ତି। ପ୍ରେମ ତ ସବୁଦିନ ଥାଏ, ହେଲେ ପ୍ରେମକୁ ସ୍ମରଣୀୟ କରିବାକୁ ଏହି ଦିନ ଅନେକ ଅଭୂଲା ମୁହୂର୍ତ୍ତ ନେଇଆସିଥାଏ ବୋଲି ଅନେକଙ୍କ ମତ ରହିଛି।

ଆଜି ରୋଜ୍‌ ଡେ

ଶୁକ୍ରବାର ରୋଜ୍‌ ଡେ ହୋଇଥିବାବେଳେ ଗୁରୁବାରଠାରୁ ସହରରେ ଗୋଲାପ ଫୁଲର ଡିମାଣ୍ଡ ବହୁତ ବଢ଼ିଯାଇଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ରାଜ୍ୟ ସହ ରାଜ୍ୟ ବାହାରୁ ଭଳିକିଭଳି ଗୋଲାପ ଫୁଲ ମଗାଇଛନ୍ତି। ଓଡ଼ିଶା ସମେତ ବାଙ୍ଗାଲୋର ଏବଂ କୋଲକାତାରୁ ଆସିଥିବା ଗୋଲାପ ରାଜଧାନୀ ବଜାରରେ ବିକ୍ରି ହେଉଛି। ଗୁରୁବାର ସନ୍ଧ୍ୟାରୁ ଫୁଲ ଦୋକାନ ଆଗରେ ପ୍ରବଳ ଭିଡ଼ ଲାଗିଥିବାବେଳେ ଗୋଲାପ ଦର ଆକାଶଛୁଆଁ ରହିଥିଲା। ଗୋଟା ଗୋଲାପ ପିସ୍‌ ପିଛା ୨୦ରୁ ୨୫ଟଙ୍କା ରହିଥିବାବେଳେ ବୁକେ ବା ତୋଡ଼ାର ଦାମ୍‌ ୧୦୦ ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ବନ୍ଧୁତ୍ବର ପ୍ରତୀକଭାବେ ହଳଦିଆ ଗୋଲାପ ଦିଆଯାଉଥିବାବେଳେ ପ୍ରେମର ପ୍ରତୀକଭାବେ ଲାଲ୍‌ ଗୋଲାପ ଦିଆଯାଉଥିବାରୁ ଏହି ଦୁଇରଙ୍ଗ ଗୋଲାପ ଫୁଲର ବେଶୀ ଚାହିଦା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ଅପରାଧିକ ମାମଲା, ସବୁଠାରୁ ଏହି ପ୍ରାର୍ଥୀଙ୍କ ନାଁରେ ରହିଛି ଅଧିକ

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

ସବୁଠାରୁ ଗରିବ ପ୍ରାର୍ଥୀ, ପାଖରେ ଅଛି ଏତିକି ଟଙ୍କା, ଏଡିଆର ରିପୋର୍ଟରେ ଖୁଲାସା

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ୱର,୬।୫: କାଳବୈଶାଖୀ ପବନ ଯୋଗୁ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ଯାହା ପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଝାରସୁଗୁଡ଼ା ନିଆଯାଇଛି। ସେଠାରେ ସୁରକ୍ଷିତ...

ଆଦୌ ପାଠ ପଢିନାହାନ୍ତି ୪ ପ୍ରାର୍ଥୀ, ରିପୋର୍ଟରେ ଖୁଲାସା

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା! ଆଜି ପାଇଁ ୬ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୬।୫: ଆଜିଠୁ ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଏ ନେଇ ପୂବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ,...

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ,୬।୫: ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି।...

Video: ମୋଦିଙ୍କ ଦୃଢ଼ୋକ୍ତି ପରେ ନବୀନଙ୍କ କାଉଣ୍ଟର: ‘ଦିନରେ ସ୍ବପ୍ନ ଦେଖୁଛି ଭାଜପା’

ଭୁବନେଶ୍ୱର,୬।୫: ଓଡ଼ିଶାରେ ଭାଜପା ସରକାର ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି ପରେ ଭିଡିଓ ଜାରି କରି କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ”ବହୁତ ଦିନ ହେଲା...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri