ଆଜିଠାରୁ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର,୧।୨(ବ୍ୟୁରୋ): ଶନିବାରଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ଡଗିରି ମାଘ ସପ୍ତମୀ ମେଳା। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ଖଣ୍ଡଗିରି ଉଦୟଗିରି ପାଦଦେଶ। ସାରା ଦେଶରୁ ୩ହଜାରରୁ ଊର୍ଦ୍ଧ୍ୱ ସାଧୁସନ୍ଥଙ୍କ ସମାଗମ ହୋଇଥିବାବେଳେ ପ୍ରତ୍ୟୁଷରୁ ଧୁନି ସ୍ଥାପନ ପରେ ଉଛୁଳି ଉଠିବ ମେଳା ପରିସର। ହଜାର ବର୍ଷ ତଳର ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଆୟୋଜିତ ଏହି ମେଳା ସାରା ବିଶ୍ୱକୁ ଆଧ୍ୟାତ୍ମିକ ବାର୍ତ୍ତା ଦେବ।
କିମ୍ବଦନ୍ତୀ ଅନୁସାରେ, କଳିଙ୍ଗ ସମ୍ରାଟ ମହାମେଘନାଦ ଐର ଖାରବେଳଙ୍କ ସମୟରୁ ଜୈନ ସନ୍ଥମାନେ ଏଠାକୁ ସାଧନା ପାଇଁ ଆସୁଥିଲେ। ସେହିପରି ପାରଳାଖେମୁଣ୍ଡି ରାଜାଙ୍କ ପୁତ୍ର ସନ୍ଥ ଅରକ୍ଷିତ ଦାସ ୧୭ବର୍ଷ ଧରି ଲାଞ୍ଛନା, ଯାତନା ଓ ନିର୍ଯାତନା ସହି ଏଠାରେ ସାଧନା କରିଥିଲେ। ଏହି ପରମ୍ପରା ମୁତାବକ ମା’ ବାରଭୁଜାଙ୍କ ସାଧନା ପୀଠରେ ସନ୍ଥମାନେ ନିଜ ନିଜ ଉପାୟରେ ଈଶ୍ୱରପ୍ରାପ୍ତି ପାଇଁ ସାଧନା କରିବେ। ବିଶ୍ୱଶାନ୍ତି ପାଇଁ ଦୀର୍ଘ ୯ଦିନ ଧରି ଏଠାରେ ଯଜ୍ଞ କରାଯିବ। ପ୍ରତିଦିନ ଅଖଣ୍ଡ ଧ୍ୱନି, ନାମ ଯଜ୍ଞ, ଗୀତାଜ୍ଞାନ ଯଜ୍ଞ ଆହୂତି, ନାମ ସଂକୀର୍ତ୍ତନ, ଆତ୍ମନାରାୟଣ ସେବା, ସାଧୁସନ୍ଥଙ୍କର ମହାମିଳନ ହେବ। ଉତ୍ତର ଭାରତରୁ ନାଗାନ୍ଦୀ, ବେଦାନ୍ତି, ରାମାନନ୍ଦୀ ଓ କୃଷ୍ଣାନ୍ଦୀ ଆଦି ସନ୍ଥମାନେ ଏଠାରେ ପହଞ୍ଚତ୍ସାରିଛନ୍ତି। ଭୋର୍‌ ୩ଟାରୁ ସାଧୁସନ୍ଥମାନେ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାରେ ବୁଡ ପକାଇବା ପରେ ସୂର୍ଯ୍ୟ ଅଗ୍ନି ଧରି ଖଣ୍ଡଗିରି କୁମ୍ଭମେଳାସ୍ଥଳରେ ପହଞ୍ଚତ୍ ଧୁନି ସ୍ଥାପନ କରିବେ।
ଏହି ଉପଲକ୍ଷେ ଖଣ୍ଡଗିରିର ଅଧିଷ୍ଠାତ୍ରୀ ମା’ ବାରଭୁଜାଙ୍କ ପୂଜା ପାଇଁ ଅଖଣ୍ଡ ଦୀପ ଜଳାଇବା ଲାଗି ବ୍ୟବସ୍ଥା କରାଯିବା ସହ ହନୁମାନଙ୍କ ନିକଟରେ ରାମଚରିତ ମାନସ ଓ ହନୁମାନ ଚାଳିଶା ପଢାଯିବ। ୭ଦିନ ଧରି ଯଜ୍ଞ ସହ ଅନ୍ନପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯିବ। ଏହି ସ୍ଥାନରେ ରାଧାକୁଣ୍ଡ, ଶ୍ୟାମ କୁଣ୍ଡ ଓ ଲଳିତ କୁଣ୍ଡ ରହିଥିବାବେଳେ ରାଧାକୁଣ୍ଡରେ ସନ୍ଥମାନେ ସ୍ନାନ କରିବେ। ଲଳିତା କୁଣ୍ଡରେ ପ୍ରଭୁ ଅନନ୍ତ କେଶରୀଙ୍କ ଚାପଖେଳ ଅନୁଷ୍ଠିତ ହେବ। ଶନିବାର ସନ୍ଧ୍ୟାରେ ଜାଗମରା ଗ୍ରାମର ଆରାଧ୍ୟ ଦେବ ପ୍ରଭୁ ଅନନ୍ତ କେଶରୀ ଦେବଙ୍କ ଯାତ୍ରା ଅନୁଷ୍ଠିତ ହେବ। ସନ୍ଧ୍ୟାରେ ଦିଅଁ ସୁସଜ୍ଜିତ ବିମାନରେ ବିରାଜମାନ କରିବାପରେ ଗ୍ରାମ ପରିକ୍ରମା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri