ଆଜି ସିଂହବାହିନୀ ବେଶରେ ଦର୍ଶନ ଦେବେ ମା’ମଙ୍ଗଳା

କାକଟପୁର,୪।୧୦(ଡି.ଏନ୍‌.ଏ): ପୁରୀ ଜିଲା କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଠମୀ ତିଥିରୁ ଚାଲିଛି ଶାରଦୀୟ ପାର୍ବଣ ପୂଜା। ଶୁକ୍ରବାର ଆଶ୍ୱିନ ଶୁକ୍ଳ ସପ୍ତମୀ ତିଥି ଅବସରରେ ମା’ମଙ୍ଗଳା ପାରମ୍ପରିକ ପ୍ରଥାନୁସାରେ ଭକ୍ତଙ୍କୁ ସିଂହବାହିନୀ ବେଶରେ ଦର୍ଶନ ଦେବେ। ସନ୍ଧ୍ୟା ଆଳତୀ ପରେ ମା’ଙ୍କୁ ମହାସ୍ନାନକରି ପୂଜାପଣ୍ଡା ସିଂହବାହିନୀ ବେଶରେ ସଜ୍ଜିତ କରିବେ। ମା’ଙ୍କ ମୁଖାରବିନ୍ଦକୁ ଚନ୍ଦନ ପ୍ରଲେପ ଦିଆଯିବା ସହିତ କାଷ୍ଠ ନିର୍ମିତ ଏକ ସିଂହ ଏପରି ଖଞ୍ଜାଯିବ ଯେପରି ମା’ ସିଂହ ଉପରେ ବିରାଜମାନକରି ମହିଷାସୁରକୁ ଖୋଜିବା ପାଇଁ ଅଗ୍ରସର ହେଉଥିବାପରି ଲାଗିବ। ପୂର୍ବରୁ ମା’ଙ୍କୁ ପାଦପଦ୍ମ, ତୀରକମାଣ, ଖଡ଼ଗ, ରକ୍ତପାତ୍ର ଲାଗି କରାଯାଇଥାଏ। ସିଂହବାହିନୀ ବେଶ ଶାରଦୀୟ ପାର୍ବଣ ପୂଜା ଅବସରରେ ହେଉଥିବା ମା’ଙ୍କର ପ୍ରସିଦ୍ଧ ବେଶ ଅଟେ। ମା’ଙ୍କ ଏହି ବେଶ ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ମନ୍ଦିର ଉତ୍ତରଦ୍ୱାର ନିକଟରେ ଭଜନ ସମାରୋହ ଅନୁଷ୍ଠିତ ହେବ। ମା’ଙ୍କ ବେଶପରେ ଭକ୍ତମାନଙ୍କୁ ବ୍ୟାରିକେଟ ମଧ୍ୟରେ ମନ୍ଦିର ଭିତରକୁ ଦର୍ଶନ ପାଇଁ ଛଡ଼ାଯିବାର ବ୍ୟବସ୍ଥା ହୋଇଥିବା କାକଟପୁର ଥାନା ଆଇଆଇସି ସୁମନ୍ତି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର: PWD ରାସ୍ତାରେ ଝୁଲୁଛି ମୃତ୍ୟୁର ଖଣ୍ଡା! ଶୁଖିଲା ଗଛ ସାଜିଛି ମରଣଯନ୍ତା

ଥୁଆମୂଳ ରାମପୁର, ୧୦ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଜୀବନରେଖା କୁହାଯାଉଥିବା ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ PWD ରାସ୍ତା ଏବେ…

ମାଙ୍କଡଡିଆଁ ଜଳପ୍ରପାତରେ ଅଘଟଣ, ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ମୋହନା,୧୦ା୫( ମନ୍ମଥ ମିଶ୍ର ): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କର ନାମ ଅଭିଜିତ ଦାସ ହୋଇଥିବା ବେଳେ ସେ ଜଣେ…

ଜାତୀୟ ଓପନ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ଆରମ୍ଭ: ଭାଗ ନେଲେ ୧୪୦୦ ରେସଲର

ଗୋଣ୍ଡା,୧୦ା୫: ଜାତୀୟ ଓପନ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ରବିବାର ଆରମ୍ଭ ହୋଇଯାଇଛି। ଜାତୀୟ କ୍ୟାମ୍ପ୍ସ ଏବଂ ଭବିଷ୍ୟତରେ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତା ଚୟନ ପାଇଁ ଜାତୀୟ ଓପନ…

ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର…

ଗଞ୍ଜାମ ଚନ୍ଦନ ଯାତ୍ରା, ହରିହର ଭେଟ ଦେଖିବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୦ା୫(ଅନାଥ ତରାଇ):  ଗଞ୍ଜାମ ସହରର ପାରମ୍ପରିକ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଐତିହାସିକ…

ଦୁଲୁକିବ ସୁବଳୟା ଖେଳ ପଡିଆ ମଞ୍ଚ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଗଞ୍ଜାମ,୧୦।୫ (ବିଦ୍ୟାଧର ସାହୁ ): ପ୍ରଥମ ଥର ପାଇଁ ଗଞ୍ଜାମ ବ୍ଲକ ସ୍ତରୀୟ ସାମାଜିକ ଅପେରା ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆସନ୍ତା ୨୮ ରୁ…

ରୋଗରୁ ହୋଇଛି ଦନ୍ତାହାତୀର ମୃତ୍ୟୁ: ଅପପ୍ରଚାରକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ଗାୟଗଣ୍ଡା ନିକଟରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀଟି ରୋଗରୁ ମୃତ୍ୟୁ ହୋଇଥିବା ମୃତଦେହ ବ୍ୟବଚ୍ଛେଦରୁ…

ବାଲିଅନ୍ତା ବର୍ବରତା; ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ୪ ପୋଲିସ ସସ୍‌ପେଣ୍ଡ୍‌

ଭୁବନେଶ୍ବର,୧୦ା୫:  ବାଲିଅନ୍ତା ବର୍ବରତା ଘଟଣା କେବଳ ରାଜ୍ୟ ନୁହେଁ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ବର୍ତ୍ତମାନ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri