ଆଜି ବିଶ୍ୱ ପରିବେଶ ଦିବସ: ଥୁଣ୍ଟା ରାଜଧାନୀ, ଛାଇ ସ୍ବପ୍ନ

ଭୁବନେଶ୍ୱର,୫ା୬(ବ୍ୟୁରୋ): ମୁର୍ଦ୍ଦାର ପରି ପଡ଼ି ରହିଛି କଟା ଗଣ୍ଡି। ଚାରିଆଡେ ଦେଖିବାକୁ ମିଳୁଛି ଭଙ୍ଗା ଗଛ। ଆକାଶକୁ ଚାହିଁ ରହିଛି ବଞ୍ଚତ୍ୟାଇଥିବା ଗଛର ଖେଣ୍ଟା ଡାଳ। ବାତ୍ୟା ‘ଫନୀ’ ସବୁଜିମାକୁ ଉଜାଡ଼ିଦେବା ପରେ ଏବେ ଥୁଣ୍ଟା ପାଲଟିଯାଇଛି ପୂରା ରାଜଧାନୀ। ମାସକ ପରେ ଥୁଣ୍ଟା ଡାଳକୁ କଅଁଳୁଛି ପତ୍ର। ହେଲେ ସ୍ବପ୍ନ ପାଲଟିଯାଇଛି ଛାଇ। ଛାଇ ଟିକେ ପାଇଁ ବାଟୋଇଙ୍କଠାରୁ ଅସହାୟ ମଣିଷ, ପଶୁପକ୍ଷୀ ସମସ୍ତେ ବ୍ୟାକୁଳ। ବୁଧବାର ବିଶ୍ୱ ପରିବେଶ ଦିବସ ସବୁଜିମାଭରା ପରିବେଶ ପାଇଁ ଆଣିଛି ବଡ଼ ଆହ୍ବାନ।
୧୯୭୩ରୁ ଜୁନ ୫କୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ପ୍ରତିବର୍ଷ ଭୁବନେଶ୍ୱରରେ ମହାଆଡ଼ମ୍ବରରେ ପାଳନ କରାଯାଉଥିବାବେଳେ ଚଳିତବର୍ଷ ପ୍ରଳୟଙ୍କାରୀ ବାତ୍ୟା ‘ଫନୀ’ ଭୁବନେଶ୍ୱରର ସବୁଜିମା ପରିବେଶକୁ ସମ୍ପୂର୍ଣ୍ଣ ଧୋଇ ନେଇଛି। ନା ଗଛ ଅଛି ନାହିଁ ଟିକିଏ ଛାଇ ମିଳିପାରୁଛି। ରାସ୍ତା କଡ଼ ହେଉ କି ପାର୍କ, ଜଙ୍ଗଲ ହେଉକି କଲୋନୀର ବାରିବଗିଚା ସବୁଠି ବ୍ୟାପକ ଭାବେ ବୃକ୍ଷସମ୍ପଦର କ୍ଷୟକ୍ଷତି ଘଟିଛି। ଆବଶ୍ୟକ ପରିମାଣର ଗଛ ନ ଥିବାରୁ ସୂର୍ଯ୍ୟଙ୍କର ପ୍ରଚଣ୍ଡ ରୌଦ୍ରତାପ ସିଧାସଳଖ ମାଟିକୁ ଛୁଉଁଛି। ଫଳରେ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି ଓ ତାତି ଅନୁଭବ ହେଉଛି। ତେଣୁ ଜଙ୍ଗଲ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ସହ ବହୁ ସାମାଜିକ ଅନୁଷ୍ଠାନ ଭୁବନେଶ୍ୱରର ସବୁଜ ପରିବେଶକୁ ଫେରାଇ ଆଣିବାକୁ କସରତ ଆରମ୍ଭ କରିଦେଇଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ସାମାନ୍ୟ କ୍ଷତିଗ୍ରସ୍ତ ଗଛଗୁଡ଼ିକର ପୁନରୁଦ୍ଧାର କରାଯାଉଛି। ଗୋଟିଏ ନୂଆ ଗଛକୁ ରୋପଣ କରି ୮ରୁ ୧୦ବର୍ଷ ରକ୍ଷଣାବେକ୍ଷଣ କରିବା ଅପେକ୍ଷା ଯେତେ ସମ୍ଭବ ଅଧା ଉପୁଡ଼ିଥିବା ଗଛଗୁଡ଼ିକୁ ପୁନଃସ୍ଥାପିତ କରିବାରେ ବିଭାଗୀୟ କର୍ମଚାରୀ ଲାଗି ପଡ଼ିଛନ୍ତି।

ପାଣି ନ ପାଇ ଶୁଖିଲାଣି ସୌନ୍ଦର୍ଯ୍ୟକରଣ ଗଛ
ହକି ବିଶ୍ୱକପ୍‌ ସମୟରେ ସହରର ସୌନ୍ଦର୍ଯ୍ୟକରଣ ଲାଗି ବିଭିନ୍ନ ସ୍ଥାନରେ ଫୁଲ ଓ ଅନ୍ୟ ଗଛ ଲଗାଯାଇଥିଲା। ବିଡିଓ ଓ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସସିଏଲ)କୁ ଏହାର ରକ୍ଷଣବେକ୍ଷଣ ଦାୟିତ୍ୱ ଦିଆଯାଇଥିଲା। ହେଲେ ବିଶ୍ୱକପ୍‌ ପରେ ସବୁଦାୟିତ୍ୱ ଭୁଲିଗଲେ ଅଧିକାରୀ। ବାତ୍ୟାରେ ଅଧିକାଂଶ କ୍ଷତିଗ୍ରସ୍ତ ହେଲା। ରହିଯାଇଥିବା ଛୋଟ ଗଛ ଓ ଘାସ ଏବେ ପାଣି ନ ପାଇ ଶୁଖିଯାଇଛି। ଏନେଇ ବିଏସ୍‌ସିଏଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଫନୀ ପରେ ଜଳସମସ୍ୟା ଦେଖାଯିବାରୁଏପରି ହୋଇଛି। ସେଗୁଡ଼ିକ ଗୁଳ୍ମ ଜାତିର ହୋଇଥିବାରୁ ଅସହ୍ୟ ଖରା ସହିପାରିଲେନି। ତେବେ ପାଣି ଦେବା ଓ ସଂରକ୍ଷଣ ଦାୟିତ୍ୱ ବିଏମ୍‌ସିକୁ ହସ୍ତାନ୍ତର କରାଯାଇଥିବା କହି ଏଏସ୍‌ସିଏଲ୍‌ ଅଧିକାରୀ ଦୋଷକୁ ଏଡ଼ାଇଛନ୍ତି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର,୫।୫: ଅଯୋଧ୍ୟାରୁ ମେଗା ରୋଡ ଶୋ’ କାର୍ଯ୍ୟକ୍ରମ ଶେଷ କରି ରବିବାର ରାତି ପ୍ରାୟ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ...

ଭାଜପାର ବଡ଼ ଘୋଷଣା: ସରକାରକୁ ଆସିଲେ ଖୋଲାଯିବ ରତ୍ନ ଭଣ୍ଡାର

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି...

ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri