Posted inରାଜ୍ୟ

ଆଜି ବିଶ୍ୱ ନୃତ୍ୟ ଦିବସ: ମଞ୍ଚ ନୁହେଁ, ଏଥର ଡିଜିଟାଲ ପ୍ଲାଟ୍‌ଫର୍ମ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ମଞ୍ଚରେ ନୁହେଁ, ଏଥର ଡିଜିଟାଲ ପ୍ଲାଟ୍‌ଫର୍ମରେ ପାଳନ ହେବ ବିଶ୍ୱ ନୃତ୍ୟ ଦିବସ। ସୋସିଆଲ ମିଡ଼ିଆରେ ଏକାଠି ହେବେ ବିଶ୍ୱର କୋଣ ଅନୁକୋଣର ନୃତ୍ୟଶିଳ୍ପୀ। ଶାସ୍ତ୍ରୀୟ ନୃତ୍ୟର ଗୁରୁତ୍ୱକୁ ବିଶ୍ୱବାସୀଙ୍କ ଆଗରେ ଏଭଳି ନିଆରା ଢଙ୍ଗରେ ଉପସ୍ଥାପନ କରିବେ। କରୋନା ଲକ୍‌ଡାଉନ୍‌ ଯୋଗୁ ଡିଜିଟାଲ ପ୍ଲାଟ୍‌ଫର୍ମରେ ଦେଖିବାକୁ ମିଳିବ ଏକକ, ଯୁଗଳବନ୍ଦୀ ଓ ସମବେତ ନୃତ୍ୟ। ବିଶ୍ୱର ମହାନ୍‌ ନୃତ୍ୟଗୁରୁମାନଙ୍କ ନୃତ୍ୟ ପରିବେଷଣକୁ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆରେ ଲାଇଭ୍‌ ଦେଖିହେବ।
ଫେସ୍‌ବୁକ୍‌, ଇନ୍‌ଷ୍ଟା ଲାଇଭ୍‌ରେ ଗୁରୁଜୀ-ଗିରିଜା ଦେବୀଙ୍କ ଯୁଗଳବନ୍ଦୀ
ଦୀର୍ଘ ୧୯ ବର୍ଷ ପରେ ଗୁରୁ କେଳୁଚରଣ ମହାପାତ୍ର ଓ ବିଦୁଷୀ ଗିରିଜା ଦେବୀଙ୍କ ଏକ ସ୍ମୃତିଭରା ଯୁଗଳବନ୍ଦୀକୁ ଦେଖିବାର ସୁଯୋଗ ପାଇବେ ଦର୍ଶକ। ଗୁରୁଜୀଙ୍କ ଓଡ଼ିଶୀ ନୃତ୍ୟ ସାଙ୍ଗକୁ ଗିରିଜା ଦେବୀଙ୍କ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତକୁ ପୁଣିଥରେ ଉପଭୋଗ କରିହେବ। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ବିଶ୍ୱ ନୃତ୍ୟ ଦିବସ ଅବସରରେ ସନ୍ଧ୍ୟା ୭ଟାରେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ଏହି କାର୍ଯ୍ୟକ୍ରମର ଲାଇଭ୍‌ କରାଯିବ ବୋଲି ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର କହିଛନ୍ତି। ଏଥିସହିତ ରାଜ୍ୟ ଓ ରାଜ୍ୟ ବାହାରର ୫ଜଣ ନୃତ୍ୟଶିଳ୍ପୀ ଗୁରୁଜୀଙ୍କ ଏକ ସ୍ମରଣୀୟ ପ୍ରସ୍ତୁତି ‘ଶଙ୍କରାଭରଣ ପଲ୍ଲବୀ’ ପରିବେଷଣ କରିବେ। ଓଡ଼ିଶାରୁ ରାଜଶ୍ରୀ ପ୍ରହରାଜ, କଲିକତାର ରାଜୀବ ଭଟ୍ଟାଚାର୍ଯ୍ୟ, ଅର୍ଣ୍ଣବ ବନ୍ଦୋପାଧ୍ୟାୟ, ମୁମ୍ବାଇର ସ୍ବପ୍ନକଳ୍ପା ଦାସଗୁପ୍ତ ଓ ବାଙ୍ଗାଲୋରର ମଞ୍ଜୁଲିତା ମହାପାତ୍ରଙ୍କୁ ଏଥିରେ ଦେଖିବାକୁ ମିଳିବ। ଏହାର ନୃତ୍ୟ ସଂଯୋଜନା ଗୁରୁ କେଳୁଚରଣ ମହାପାତ୍ର ଏବଂ ସଙ୍ଗୀତ ସଂଯୋଜନା ପଣ୍ଡିତ ଭୁବନେଶ୍ୱର ମିଶ୍ର କରିଥିଲେ। ସବୁଠାରୁ ବଡ଼ କଥା ହେଲା କେହି ଏକାଠି ହୋଇ ନାଚିବେ ନାହିଁ। ନୃତ୍ୟଶିଳ୍ପୀମାନେ ସାମାଜିକ ଦୂରତ୍ୱକୁ ମାନି ଘରେ ରହି ଭିଡିଓ କରି ପଠାଇଥିବା ସୃଜନ ପକ୍ଷରୁ କୁହାଯାଇଛି। ନୃତ୍ୟପ୍ରେମୀମାନେ ଘରେ ରହି ଏହାର ମଜା ନେବାକୁ ଗୁରୁ ରତିକାନ୍ତ ମହାପାତ୍ର କହିଛନ୍ତି।
ଗୁଗଲ୍‌ ଡୁଓ, ଜୁମ୍‌ରେ ବିଶ୍ୱ ନୃତ୍ୟ ଦିବସ
ଗୁଗଲ୍‌ ଡୁଓ ଏବଂ ଜୁମ୍‌ ଆପ୍ଲିକେଶନ୍‌ର ମଲ୍ଟିକନେକ୍ସନ୍‌ ମାଧ୍ୟମରେ ‘ବିଶ୍ୱ ନୃତ୍ୟ ଦିବସ’ ପାଳନ କରିବେ ଓଡ଼ିଶୀ ନୃତ୍ୟଶିଳ୍ପୀ ଡ. ଶ୍ରୀନିବାସ ଘଟୁଆରୀ। ଦୀର୍ଘ ଦେଢମାସ ହେବ ଅନ୍‌ଲାଇନ୍‌ କ୍ଲାସ୍‌ କରୁଥିବା ନୃତ୍ୟଶିଳ୍ପୀଙ୍କୁ ନେଇ ଏହି ଅଭିନବ କାର୍ଯ୍ୟକ୍ରମ କରାଯିବ। ମଞ୍ଚରେ ନୃତ୍ୟ ପରିବେଷଣ କରିବା ଶୈଳୀରେ ସବୁକିଛି ହେବ। ଜଣେ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିବେ ଓ ଜଣଙ୍କ ପରେ ଜଣେ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ। ଗୋଟିଏ ଗୀତରେ ବିଭିନ୍ନ ପଦକୁ ନେଇ ନୃତ୍ୟ ପରିବେଷଣ କରାଯିବ। ଆମେରିକା, ପେରୁ, ପ୍ୟାରିସ୍‌ ସହ ଦେଶ ମଧ୍ୟରୁ ବିଭିନ୍ନ ରାଜ୍ୟର ୧୭ଜଣ ନୃତ୍ୟଶିଳ୍ପୀ ଏଥିରେ ଅଂଶଗ୍ରହଣ କରିବେ। ଏ ସମ୍ପର୍କରେ ଶ୍ରୀନିବାସ କହିଛନ୍ତି, କରୋନାର ଭୟାବହତା ଯୋଗୁ ସାରା ଦେଶ ଏବେ ଲକ୍‌ଡାଉନ୍‌ରେ ଅଛି। ଏହି ପରିସ୍ଥିତିରେ ମଞ୍ଚ ମଧ୍ୟ ନୀରବି ଯାଇଛି। ଏଭଳି ସଙ୍କଟ ସମୟରେ ନୃତ୍ୟ ମାଧ୍ୟମରେ ଲୋକଙ୍କ ଭୟ ଦୂର କରିବାକୁ ଆମେ ପ୍ରୟାସ କରିବୁ। ମଞ୍ଚରେ ନ ହେଲେ ବି ଡିଜିଟାଲ ପ୍ଲାଟ୍‌ଫର୍ମକୁ ମଞ୍ଚଭାବି ନୃତ୍ୟ ପରିବେଷଣ କରିବୁ।

ଅରୁଣା ମହାନ୍ତିଙ୍କ ‘ଡ୍ୟାନ୍ସ ଫ୍ରମ୍‌ ହୋମ୍‌’ :

ଲକ୍‌ଡାଉନ୍‌ ପରଠାରୁ ଡିଜିଟାଲ ପ୍ଲାଟ୍‌ଫର୍ମ ମାଧ୍ୟମରେ ଛାତ୍ରୀଛାତ୍ରମାନଙ୍କୁ ନୃତ୍ୟ ଶିକ୍ଷାଦେଉଛି ଓଡ଼ିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ନୃତ୍ୟାନୁଷ୍ଠାନ ‘ଓଡ଼ିଶା ଡ୍ୟାନ୍ସ ଏକାଡେମୀ’। ଏକାଡେମୀରେ ପ୍ରାୟ ୪୦୦ ପିଲା ନୃତ୍ୟ ଶିକ୍ଷା କରୁଥିବାବେଳେ କରୋନା ପାଇଁ କିନ୍ତୁ କାହାର କ୍ଲାସ୍‌ ବନ୍ଦ ହୋଇନି। ସେହିଭଳି ବିଶ୍ୱ ନୃତ୍ୟ ଦିବସକୁ ମଧ୍ୟ ଡିଜିଟାଲ ପ୍ଲାଟ୍‌ଫର୍ମରେ ସେଲିବ୍ରେଟ୍‌ କରିବାକୁ ଯାଉଛନ୍ତି ଅରୁଣା। ବିଶ୍ୱ ନୃତ୍ୟ ଦିବସ ଅବସରରେ ଦିଲ୍ଲୀର ଏକ ନୃତ୍ୟ ସଂସ୍ଥା ପକ୍ଷରୁ ଶାସ୍ତ୍ରୀୟ ନୃତ୍ୟକୁ ନେଇ ଅନୁଷ୍ଠିତ ହେବାକୁ ଯାଉଥିବା ‘ଡ୍ୟାନ୍ସ ଫ୍ରମ୍‌ ହୋମ୍‌’ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ସେ। ସମଗ୍ର ବିଶ୍ୱରୁ ୭୫ରୁ ଊର୍ଦ୍ଧ୍ୱ ନୃତ୍ୟ ଗୁରୁ, କୋରିଓଗ୍ରାଫର୍‌ ଓ ନୃତ୍ୟଶିଳ୍ପୀ ଘରେ ରହି ଦେଶର ପ୍ରଖ୍ୟାତ ଶାସ୍ତ୍ରୀୟ ନୃତ୍ୟକୁ ପରିବେଷଣ କରିବେ। ଏସମ୍ପର୍କରେ ସମ୍ପର୍କରେ ଅରୁଣା କହିଛନ୍ତି, ଲକ୍‌ଡାଉନ୍‌ ପରେ ଆମେ ଅନ୍‌ଲାଇନ୍‌ ଡ୍ୟାନ୍ସ କ୍ଲାସ୍‌ କରୁଛୁ। ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରର ବହୁ ପିଲା ଥିବାବେଳେ କମ୍ପ୍ୟୁଟର୍‌, ଲାପ୍‌ଟପ୍‌ ସମସ୍ତଙ୍କ ପାଖରେ ରହିବା ସମ୍ଭବ ନୁହେଁ। ତେଣୁ ଆମେ ସେଭଳି ପିଲାଙ୍କ ପାଇଁ ହ୍ବାଟ୍‌ସଆପ୍‌ରେ କ୍ଲାସ୍‌ କରୁଛୁ। ଛୋଟ ଛୋଟ ଡ୍ୟାନ୍ସ ଭିଡ଼ିଓ କ୍ଲିପିଂ କରି ସ୍ବତନ୍ତ୍ର ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ପଠାଇବା ପରେ ସେମାନେ ତାହାକୁ ଦେଖି ନୃତ୍ୟାଭ୍ୟାସ କରୁଛନ୍ତି। ରାଜ୍ୟ ଓ ଦେଶ ବାହାରର ଛାତ୍ରୀଛାତ୍ରମାନଙ୍କୁ ସ୍କାଇପି ମାଧ୍ୟମରେ ନୃତ୍ୟ ଶିକ୍ଷା ଦିଆଯାଉଛି। ଏହାବ୍ୟତୀତ ଲକ୍‌ଡାଉନ ପରେ ମୁଁ ଭୁବନେଶ୍ୱର ଆଇଆଇଟି ପିଲାଙ୍କ ପାଇଁ ଅନ୍‌ଲାଇନ୍‌ କ୍ଲାସ୍‌ ମଧ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri