ଆଜି ବସ୍‌ ଚଳାଚଳ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ: ଦାବି ପୂରଣ ନ ହେଲେ ଚାଲିବନି ଗାଡ଼ି

ଭୁବନେଶ୍ୱର, ୪ ।୫(ବ୍ୟୁରୋ): ରାଜ୍ୟରେ ଆଗକୁ ଘରୋଇ ବସ୍‌ ଚଳାଚଳ କେବେ ହେବ ଏବଂ ଏଥିଲାଗି କ’ଣ ସବୁ ନିୟମକାନୁନ ରହିବ ତାକୁ ନେଇ ବିଚାରବିମର୍ଶ ଚାଲିଛି। ହଜାର ହଜାର ବସ୍‌ ଦେଢ଼ ମାସ ହେଲା ନ ଚାଲିବା କାରଣରୁ ମାଲିକମାନଙ୍କ ଚିନ୍ତା ବଢ଼ିଯାଇଛି। ବ୍ୟାଙ୍କରୁ ଋଣ ଆଣି ବସ୍‌ କିଣିଥିବା ମାଲିକମାନେ ଆଗକୁ କ’ଣ କରିବେ ଏବଂ କିପରି କିସ୍ତି ପରିଶୋଧ କରିବେ ତାହା ସବୁଠାରୁ ବଡ ପ୍ରଶ୍ନ ହୋଇ ଉଭା ହୋଇଛି। କେବଳ ସେତିକି ନୁହେଁ ବସ୍‌ରେ କାର୍ଯ୍ୟ କରୁଥିବା ଡ୍ରାଇଭର, କଣ୍ଡକ୍ଟର, ହେଲ୍‌ପରଙ୍କ ପରିବାର ମଧ୍ୟ ଏବେ ଚିନ୍ତାରେ ଅଛନ୍ତି। କରୋନା ଯୋଗୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବାବେଳେ ପ୍ରାୟ ୪ ସପ୍ତାହରୁ ଅଧିକ ଦିନ ହୋଇଯିବ ସବୁକିଛି ବନ୍ଦ ରହିଛି। ତୃତୀୟ ପର୍ଯ୍ୟାୟରେ ଲକ୍‌ଡାଉନକୁ ଦୁଇ ସପ୍ତାହ ବୃଦ୍ଧି କରାଯାଇଥିବା ବେଳେ ବହୁତ କିଛି କାମରେ ସରକାର କୋହଳ ଲାଗୁ କରିଛନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ବସ୍‌ ଚଳାଚଳ ଉପରେ ସରକାର ବିଚାର କରୁଛନ୍ତି। ତେବେ ରବିବାର ରାଜ୍ୟ ବସ୍‌ ମାଲିକ ସଂଘ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।
ରାଜ୍ୟର ସମସ୍ତ ଗ୍ରୀନ ଏବଂ ଅରେଞ୍ଜ ଜୋନ୍‌ରେ ବସ୍‌ ଚଳାଚଳ ଲାଗି ଅନୁମତି ରହିଛି। କିନ୍ତୁ ବସ୍‌ ମାଲିକ ସଂଘ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ୪ ତାରିଖଠାରୁ ଗାଡି ଚଳାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ନିର୍ଦ୍ଦେଶନାମା ଅନୁସାରେ ବସ୍‌ ଚଳାଚଳ ସମ୍ଭବ ନୁହେଁ। ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍‌ ଚଳାଚଳ ନେଇ କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଆଗକୁ ୬ ମାସ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଛାଡ଼, ଇନ୍‌ସୁରାନ୍ସ ଦାଖଲ ଅବଧିରେ ବୃଦ୍ଧି, ଡିଜେଲ ଉପରୁ ସେସ୍‌ ଏବଂ ଭାଟ୍‌ ଛାଡ଼, ଟୋଲ୍‌ ଆଦାୟ ଛାଡ଼ କରିବା ସହିତ ରାଜ୍ୟ ସରକାର ୬ ମାସ ପର୍ଯ୍ୟନ୍ତ ଟିକସ ଛାଡ଼ କରନ୍ତୁ ବୋଲି ବସ୍‌ ମାଲିକ ସଂଘ ଦାବି କରିଛି।
ରାଜ୍ୟର ସମସ୍ତ ଅନ୍ୟପଟେ ରାଜ୍ୟ ସରକାର ବସ୍‌ ଚଳାଚଳକୁ ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦିନ ୧୧.୩୦ମିନିଟରେ ଡକାଇଥିବା ଜଣାପଡିଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ବସ୍‌ ଚଳାଚଳ ନେଇ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶାବଳୀ ଦେଖିବୁ। କେନ୍ଦ୍ର ସରକାରଙ୍କ ସହିତ ଏନେଇ ଆଲୋଚନା ମଧ୍ୟ କରିବୁ। କିଛିଦିନ ତଳେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିବା ସମୟରେ ବସ୍‌ ମାଲିକମାନଙ୍କ ସମସ୍ୟା ନେଇ ଜଣାଇଥିଲି। ଶୁକ୍ରବାର ଏହାକୁ ନେଇ ଏକ ବିଭାଗସ୍ତରୀୟ ବୈଠକ ଅନୁଷ୍ଠିତ ହେବା ପରେ ବିଧିବଦ୍ଧ ଘୋଷଣା କରାଯିବ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri