ଆଜି ବନ୍ଦ ଡାକରା

ଭୁବନେଶ୍ୱର,୮।୧(ବ୍ୟୁରୋ):ରାସ୍ତାରେ ଗାଡ଼ି ଗଡ଼ିବନି। ଦୋକାନ ବଜାର, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ବନ୍ଦ ହେବ। ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ବୁଧବାର ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି। ଏଆଇଟିୟୁସି, ଏଚଏମ୍‌ଏସ୍‌, ସିଆଇଟିୟୁ, ଏଆଇଟିୟୁସି, ସଓ୍ବୋ, ଏଆଇସିସିଟିୟୁ, ଏଲପିଏଫ, ୟୁଟିୟୁସିର ଭଳି ଟ୍ରେଡ ୟୁନିୟନ ଗୁଡିକ ସାମିଲ ହୋଇଛନ୍ତିି। ଓଡ଼ିଶାରେ ମଧ୍ୟ ଏହି ବନ୍ଦ ପାଳନ ହେବ। ଟ୍ରେଡ ୟୁୂନିୟନଗୁଡିକର ଆଞ୍ଚଳିକ ଶାଖାର କର୍ମକର୍ତ୍ତାମାନେ ଧର୍ମଘଟରେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ପିକେଟିଂ କରିବେ। କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ, ରେଳ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ସମ୍ମୁଖରେ ଟ୍ରେଡ ୟୁନିୟର କର୍ମକର୍ତ୍ତାମାନେ ପ୍ରତିବାଦ କରିବେ। ମୟୂରଭଞ୍ଜ, ଯାଜପୁର, ଜଗତ୍‌ସିଂହପୁର, ଢେଙ୍କାନାଳ, ଗଞ୍ଜାମ, ଖୋର୍ଦ୍ଧା ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ଜିଲାପାଳମାନେ ଘୋଷଣା କରିଛନ୍ତି। ବ୍ୟାଙ୍କ କର୍ମଚାରୀ ସଂଘ ଏହି ଧର୍ମଘଟରେ ସାମିଲ ହେଉଥିବାରୁ ବ୍ୟାଙ୍କଗୁଡିକ ବନ୍ଦ ରହିବ। ଏହି ଧର୍ମଘଟକୁ କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଛି।
କୃଷକ, ଶ୍ରମିକ, ଦିନମଜୁରିଆଙ୍କୁ ସର୍ବନିମ୍ନ ମଜୁରି ମିଳୁନାହିଁ। ସର୍ବତ୍ର ଭୟ ଓ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି। ଲୋକମାନଙ୍କର ସ୍ବାଧୀନ ମତବ୍ୟକ୍ତ ଅଧିକାର ଦିନକୁ ଦିନ କ୍ଷୁଣ୍ଣ ହୋଇ ଚାଲିଛି। ଏହାକୁ ବିରୋଧ କରି କଂଗ୍ରେସ ରାଜ୍ୟରେ ପ୍ରତିବାଦ କରିବ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଧର୍ମଘଟକୁ ସଫଳ କରିବାକୁ ପିସିସି ପକ୍ଷରୁ କର୍ମକର୍ତ୍ତାଙ୍କୁ ଆହ୍ବାନ କରାଯାଇଛି। ଏହି ବନ୍ଦରେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତି ସାମିଲ ହେବ ବୋଲି ସଭାପତି ଲିଙ୍ଗରାଜ ମହାନ୍ତି ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି। ଧର୍ମଘଟକୁ ସଫଳ କରିବା ପାଇଁ ପୂରା ଉଦ୍ୟମ କରାଯିବ ବୋଲି ସିଆଇଟିୟୁ ଭୁବନେଶ୍ୱର ସଭାପତି ନବକିଶୋର ମହାନ୍ତି କହିଛନ୍ତି। ବୁଧବାର ସକାଳ ୬ରୁ ଏହି ଧର୍ମଘଟ ଡାକରା ଦିଆଯାଇଛି। ଅତ୍ୟାବଶ୍ୟକ ସେବା ଛଡ଼ା ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏଥିରେ ଅଲ ଓଡ଼ିଶା ଅଟୋ ମହାସଂଘ, ଟ୍ରକ ମହାସଂଘ, ଅଲ ଓଡ଼ିଶା ଟ୍ରାନ୍ସପୋର୍ଟ ଆସୋସିଏଶନ ସାମିଲ ହେବେ ବୋଲି ସେ କହିଛନ୍ତି। ତେବେ ରାଜ୍ୟ ଘରୋଇ ବସ ମାଲିକ ସଂଘ ଏବଂ ଟ୍ରକ ମାଲିକ ସଂଘ ଏହି ଧର୍ମଘଟରେ ସାମିଲ ହେବେ ନାହିଁ। ଯଦି ସରକାର ସୁରକ୍ଷା ଯୋଗାଇ ଦେବେ ତେବେ ବସ୍‌ ଚଳାଚଳ ସ୍ବାଭାବିକ ରହିବ ବୋଲି ବସ ମାଲିକ ସଂଘ ଆବାହକ ଦେବାଶିଷ ନାୟକ କହିଛନ୍ତି। କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି, ଜନବିରୋଧୀ ଓ ରାଷ୍ଟ୍ରବିରୋଧୀ ନୀତିକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଶ୍ରମିକମାନଙ୍କର ଦାବି ପୂରଣ କରିବାରେ ବିଫଳ ହୋଇଛି। ଶ୍ରମିକମାନଙ୍କର ସମସ୍ୟା ସମାଧାନ ପାଇଁ ୨୦୧୫ ଜୁଲାଇରୁ ଏ ପର୍ଯ୍ୟନ୍ତ ଭାରତୀୟ ଶ୍ରମିକ ସମ୍ମିଳନୀ ଅନୁଷ୍ଠିତ ହୋଇନାହିଁ। ବିପିସିଏଲକୁ ବିକ୍ରି କରିବା ନିଷ୍ପତ୍ତି, ବିଏସ୍‌ଏନ୍‌ଏଲ୍‌ -ଏମ୍‌ଟିଏନ୍‌ଏଲର ମିଶ୍ରଣ ନିଷ୍ପତ୍ତି ଯୋଗୁ ପ୍ରାୟ ୯୪ ହଜାର କର୍ମଚାରୀ ନିଯୁକ୍ତି ହରାଇବା ସମ୍ଭାବନା ରହିଛି। ଏହାଛଡ଼ା ଟ୍ରେଡ ୟୁନିୟନଗୁଡିକ ରେଲଓ୍ବେ ଘରୋଇକରଣ, ଗୋଳାବାରୁଦ କାରଖାନାଗୁଡିକୁ ନିଗମରେ ପରିଣତ କରିବା ଏବଂ ବ୍ୟାଙ୍କଗୁଡିକର ମିଶ୍ରଣକୁ ମଧ୍ୟ ତୀବ୍ର ବିରୋଧ କରିଛନ୍ତି।
ଧର୍ମଘଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଆଇନକାନୁନ ରକ୍ଷା ସହିତ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଗୃହ ବିଭାଗ ପକ୍ଷରୁ ପୋଲିସ ଡିଜି ଏବଂ ଆଇଜିଙ୍କୁ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନ, ଖାରବେଳ ଭବନ, ବିଭାଗୀୟ ମୁଖ୍ୟ ଦପ୍ତର, ରାଜୀବ ଭବନର ସମସ୍ତ କର୍ମଚାରୀ ବୁଧବାର ସକାଳ ୯ଟା ୩୦ ମିନିଟି ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅଫିସର ଓ କର୍ମଚାରୀମାନେ ଯେପରି ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବେ ସେନେଇ ନିଶ୍ଚିତ କରିବାକୁ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସଚିବ ଏବଂ ସ୍ବତନ୍ତ୍ର ସଚିବମାନଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥିସହିତ ଲୋକସେବା ଭବନର ଫାଟକ ୧୦ଟା ୩୦ ମିନିଟରେ ବନ୍ଦ କରାଯିବ। ଏହା ପୂର୍ବରୁ କର୍ମଚାରୀମାନେ କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି। ପ୍ରବେଶପତ୍ରକୁ କଡାକଡି ଯାଞ୍ଚ କରାଯିବ। ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ତେବେ ତୁରନ୍ତ ଗୃହ ବିଭାଗର ସ୍ବତନ୍ତ୍ର ଶାସନ ସଚିବଙ୍କୁ ଟେଲିଫୋନ ନଂ ୦୬୭୪- ୨୩୯୩୮୪୯ ଏବଂ ସଚିବାଳୟ ସୁରକ୍ଷା ଦାୟିତ୍ୱରେ ଥିବା ଏସିପିଙ୍କୁ ଟେଲିଫୋନ ନଂ. ୦୬୭୪-୨୩୨୨୫୨୨ ଜରିଆରେ ଜଣାଇବାକୁ କୁହାଯାଇଛି। ଏଥିସହିତ ଲୋକସେବା ଭବନକୁ ଆସୁଥିବା ପରିଦର୍ଶକମାନଙ୍କୁ ପ୍ରବେଶ ଦେବା ନେଇ କଟକଣା ଜାରି କରାଯାଇଛି। ଅତି ଜରୁରୀ ଥିଲେ ପ୍ରବେଶପତ୍ର ଦିଆଯିବ ବୋଲି ଗୃହ ବିଭାଗ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି। ଜିଲାସ୍ତରରେ ମଧ୍ୟ କର୍ମଚାରୀ ୯ଟା ୩୦ ମିନଟ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି। ଏଥିସହିତ ଆଇନଶୃଙ୍ଖଳା ପରିସ୍ଥିତିକୁ ସ୍ବାଭାବିକ ରଖିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri