ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ:ବିଶ୍ୱରେ ୪୦% ସାମୁଦ୍ରିକ ବନ୍ୟପ୍ରାଣୀ କ୍ଷତିଗ୍ରସ୍ତ

ଭୁବନେଶ୍ୱର, ୪ା୯(ବ୍ୟୁରୋ):ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ୪କୁ ବନ୍ୟପାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପାଳନ କରାଯାଉଛି। ଏଥର ଏହି ଦିବସ ଥିମ୍‌ ରହିଛି ‘ଲାଇଫ୍‌ ବିଲୋ ଓ୍ବାଟର: ଫର୍‌ ପିପୁଲ ଆଣ୍ଡ୍‌ ପ୍ଲାନେଟ୍‌’। ପ୍ରଥମଥର ବନ୍ୟପ୍ରାଣୀ ଦିବସରେ ପାଣି ତଳର ଜୀବନ ଉପରେ ଗୁରୁତ୍ୱାରୋପ କରାଯାଉଛି।
ସମୁଦ୍ରରେ ପ୍ରାୟ ୨ଲକ୍ଷ ପ୍ରଜାତିର ପ୍ରାଣୀ ରହୁଥିବା ଚିିହ୍ନଟ କରାଯାଇଥିବାବେଳେ ବାସ୍ତବ ସଂଖ୍ୟା ବହୁଗୁଣ ଅଧିକ ହେବ। ବିଶ୍ୱରେ ସାମୁଦ୍ରିକ ଏବଂ ଉପକୂଳ ସମ୍ପଦ ତଥା ଶିଳ୍ପରୁ ୩ ଟ୍ରିଲିୟନ ଆମେରିକୀୟ ଡଲାର କାରବାର ହୋଇଥାଏ। ସେହିପରି ୩ ବିଲିୟନରୁ ଅଧିକ ଲୋକ ସାମୁଦ୍ରିକ ତଥା ଉପକୂଳ ଜୈବ ବିବିଧତା ଉପରେ ନିର୍ଭର କରନ୍ତି। ସାମୁଦ୍ରିକ ବନ୍ୟପ୍ରାଣୀ ମାନବ ସଭ୍ୟତାକୁ କାହିଁ କେଉଁ କାଳରୁ ଖାଦ୍ୟ ଓ ପୋଷଣ, କୁଟୀର ଓ ନିର୍ମାଣ ଶିଳ୍ପ, ଆଦିରେ ଋଦ୍ଧିମନ୍ତ କରି ଆସିଛି। ଏହା ଆମ ଜୀବନରେ ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଆମୋଦ ପ୍ରମୋଦକୁ ରୁଚିପୂର୍ଣ୍ଣ ମଧ୍ୟ କରି ଆସିଛି। ତେବେ ପାଣି ତଳର ଜୀବନ ବା ସାମୁଦ୍ରିକ ବନ୍ୟପ୍ରାଣୀ ଏବେ ଘୋର ସଂକଟରେ ପଡ଼ିଛନ୍ତି। ମଣିଷର ମାତ୍ରାଧିକ ହସ୍ତକ୍ଷେପ ଫଳରେ ସାମୁଦ୍ରିକ ବନ୍ୟପ୍ରାଣୀ ଆଜି ବିପଦାପନ୍ନ। ବିଭିନ୍ନ କାରଣରୁ ପ୍ରାୟ ୪୦% ସାମୁଦ୍ରିକ ବନ୍ୟପ୍ରାଣୀ କ୍ଷତିଗ୍ରସ୍ତ ହେଲେଣି। ସାମୁଦ୍ରିକ ବନ୍ୟପ୍ରାଣୀଙ୍କୁ ଅତ୍ୟଧିକ ବ୍ୟବହାର, ପ୍ରଦୂଷଣ, ଉପକୂଳ ବାସସ୍ଥାନ ନଷ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ଆଦି ଏହାର ପ୍ରମୁଖ କାରଣ। ଏହାଦ୍ୱାରା ସାମୁଦ୍ରିକ ଜୀବଜଗତ ଉପରେ ଜୀବିକା ପାଇଁ ନିର୍ଭର କରୁଥିବା ଲୋକେ ନିଶ୍ଚୟ ପ୍ରଭାବିତ ହେବେ। ତେଣୁ ଏସବୁ ବିଷୟରେ ଜାଣିବା ତଥା ଅନ୍ୟମାନଙ୍କୁ ସଚେତନତା ବାର୍ତ୍ତା ଦେବାପାଇଁ ଏଥର ବନ୍ୟପ୍ରାଣୀ ଦିବସ ବହୁ ଗୁରୁତ୍ୱ ବହନ କରିବ।
ଓଡ଼ିଶାର ୪୮୦ କିମିର ସୁଦୀର୍ଘ ବେଳାଭୂମି ବି ପ୍ରଦୂଷିତ ହେବାରେ ଲାଗିଛି। କୁଢ଼କୁଢ଼ ଆବର୍ଜନା ସାଙ୍ଗକୁ ସମୁଦ୍ରରେ ମିଶୁଥିବା ନାଳନର୍ଦ୍ଦମା ପାଣି ଅଲିଭ୍‌ ରିଡ୍‌ଲେ, ଡଲ୍‌ଫିନ୍‌, ସାର୍କ, ହ୍ବେଲ୍‌, ପର୍ପୋଏଜ ଭଳି ସାମୁଦ୍ରିକ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି କରିଛି। ଗୋପାଳପୁର, ଚାନ୍ଦିପୁର, ପାରାଦୀପ, ଚନ୍ଦ୍ରଭାଗା ପରି ପ୍ରମୁଖ ବେଳାଭୂମିର ସୁରକ୍ଷା ଏବେ ଜରୁରୀ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ଆମ ରାଜ୍ୟରେ ସାମୁଦ୍ରିକ ବନ୍ୟପ୍ରାଣୀଙ୍କ ମଧ୍ୟରୁ ଅଲିଭ୍‌ ରିଡ୍‌ଲେ ଓ ଡଲ୍‌ଫିନ୍‌ ହେଉଛି ମୁଖ୍ୟ ବନ୍ୟପ୍ରାଣୀ। ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ଏହି ଦୁଇ ବନ୍ୟପ୍ରାଣୀଙ୍କର ଗଣନା ମଧ୍ୟ ହୋଇଥାଏ। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୧୭-୧୮ ଗଣନା ଅନୁଯାୟୀ, ଆମ ରାଜ୍ୟରେ ୭ ପ୍ରଜାତିର ୪୬୯ ଡଲ୍‌ଫିନ୍‌ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଇର୍‌ଓ୍ବାଡ଼ି ଡଲ୍‌ଫିନ ସଂଖ୍ୟା ୧୬୩। ସେହିପରି ୧୧ଲକ୍ଷ ୧୦ହଜାର ଅଲିଭ୍‌ ରିଡ୍‌ଲେ ଅଛନ୍ତି। ତେବେ ପର୍ଯ୍ୟଟକଙ୍କ ପାଇଁ ବ୍ୟବହାର ହେଉଥିବା ମୋଟରବୋଟ୍‌ ଯୋଗୁ ଏହି ଦୁଇ ସାମୁଦ୍ରିକ ବନ୍ୟପ୍ରାଣୀ ବିପଦରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri