Posted inଖେଳ

ଆଜିର ଦିନରେ କ୍ୟାରିୟରର ପ୍ରଥମ ଶତକ ଲଗାଇଥିଲେ ସଚିନ

ନୂଆଦିଲ୍ଲୀ,୧୪।୮- ୧୯୯୦ ମସିହା ଆଜିର ଦିନରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଶତକ ଲଗାଇଥିଲେ। ସେତେବେଳେ ୧୭ ବର୍ଷୀୟ ସଚିନ ଓଲ୍ଡ ଟ୍ରାଫର୍ଡଠାରେ ୧୧୯ ରନ୍‌ର ଇନିଂସ ଖେଳିଥିଲେ। ଏଥିଯୋଗୁ ଭାରତୀୟ ଦଳ ମ୍ୟାଚ୍‌ ବଞ୍ଚାଇବାକୁ ସକ୍ଷମ ହୋଇଥିଲା। ଏହି ଇନିଂସ ସମ୍ପର୍କରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ବିଶ୍ୱ ୧୯୯୦ରେ ଦେଖିଥିଲା ସଚିନଙ୍କ ପ୍ରଥମ ଶତକ। ୧୭ ବୟସରେ ମାଷ୍ଟର ବ୍ଲାଷ୍ଟର ଅପରାଜିତ ୧୧୯ ରନ୍‌ର ଇନିଂସ ଯୋଗୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଭାରତ ଡ୍ର’ କରିପାରିଥିଲା। କ୍ରିକେଟର ଲମ୍ବା ଫର୍ମାଟରେ ଶତକ ଲଗାଇଥିବା ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ହୋଇ ରହିଛନ୍ତି ବୋଲି ଆଇସିସି ପକ୍ଷରୁ ଟୁଇଟ୍‌ କରାଯାଇଛି। ଏଥିସହ ଆଇସିସି ଉକ୍ତ ମ୍ୟାଚ୍‌ରେ ସଚିନଙ୍କ ଫଟୋ ମଧ୍ୟ ଶେୟାର ମଧ୍ୟ କରିଛି। ଚଳିତ ବର୍ଷ ତାଙ୍କୁ ୬ଷ୍ଠ ଭାରତୀୟ ଭାବେ ଆଇସିସି ହଲ ଅଫ୍‌ ଫେମ୍‌ରେ ସାମିଲ କରାଯାଇଥିଲା। ଉଲ୍ଲେଖଥାଉ କି, ଅନ୍ତର୍ଜାତୀୟ କ୍ରିକେଟରେ ବ୍ୟାଟିଂର ପ୍ରାୟ ରେକର୍ଡ ସଚିନଙ୍କ ନାମରେ ରହିଛି। ସର୍ବାଧିକ ସଂଖ୍ୟକ ଶତକ ସହ ଟେଷ୍ଟ (୧୫,୯୨୧) ଓ ଦିନିକିଆ (୧୮,୪୨୬) ଫର୍ମାଟରେ ସବୁଠୁ ଅଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ ହୋଇ ରହିଛନ୍ତି। ୧୬ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତିନିଧିତ୍ୱ କରିବା ପରେ ସେ ଦେଶର ଲୋକପ୍ରିୟ ଖେଳାଳି ହୋଇଯାଇଥିଲେ। ସେ ୧୫ ବର୍ଷ ବୟସରେ ୧୯୮୮-୮୯ ସିଜନରେ ରଣଜୀ ପଦାର୍ପଣ କରିଥିଲେ। ଗୁଜରାଟ ବିପକ୍ଷ କ୍ୟାରିୟରର ପ୍ରଥମ ରଣଜୀ ମ୍ୟାଚ୍‌ରେ ସେ ଶତକ ଲଗାଇଥିଲେ। ଉକ୍ତ ସିଜନରେ ସେ ମୁମ୍ବାଇ ଦଳର ସର୍ବାଧିକ ରନ୍‌ ସ୍କୋରର ଥିଲେ। ଏହାପରେ ତାଙ୍କୁ ୧୯୮୯-୧୯୯୦ ପାକିସ୍ତାନ ଗସ୍ତ ଲାଗି ପ୍ରଥମ ଥର ତାଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଥିଲା। ୨୦୧୧ରେ ୩୭ ବର୍ଷ ବୟସରେ ତାଙ୍କ ବିଶ୍ୱକପ୍‌ ସ୍ବପ୍ନ ପୂରଣ ହୋଇଥିଲା। ୨୦୧୨ରେ ଦିନିକିଆ କ୍ରିକେଟରୁ ସଚିନ ସନ୍ନ୍ୟାସ ନେଇଥିଲେ। କ୍ୟାରିୟରର ଅନ୍ତିମ ଦିନିକିଆ ମ୍ୟାଚ୍‌ର ଠିକ୍‌ ପୂର୍ବ ମ୍ୟାଚ୍‌ରେ ୧୦୦ତମ ଶତକ ଅର୍ଜନ କରିଥିଲେ। ୨୦୧୩ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ କ୍ୟାରିୟରର ୨୦୦ତମ ଟେଷ୍ଟ ମ୍ୟାଚ୍‌ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ’ଣ କରିଛନ୍ତି ଅପରାଧ

ସିଓଲ,୧୯।୨: ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ-ୟେଓଲ ଏକ ବଡ଼ ଝଟକା ପାଇଛନ୍ତି। ଗୁରୁବାର (ଫେବୃଆରୀ ୧୯) ଦିନ, କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି…

ଭାରତର ପଡୋଶୀ ଦେଶରେ ବଡ଼ ଧରଣର ବିସ୍ଫୋରଣ, ଅତିକମରେ ୧୬ ମୃତ

ଇସଲାମାବାଦ,୧୯।୨: ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରୁ ଏକ ଦୁଃଖଦ ଖବର ଆସିଛି। ଏକ ଆବାସିକ ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି।…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri