ଆଜି କୋର୍ଟରେ ହାଜର ହେବେ ଗୋପାଳ

କଟକ ଅଫିସ,୧୩ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କ ୫ ଦିନିଆ ରିମାଣ୍ଡ ଅବଧି ରବିବାର ଶେଷ ହୋଇଛି। ୩ଟି ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ରିମାଣ୍ଡରେ ଆଣି ଜେରା କରିବା ସହ ସତ ବାହାର କରିବା ପାଇଁ ପଲିଗ୍ରାଫ ଟେଷ୍ଟ ଓ ନାର୍କୋ ଟେଷ୍ଟ କରିସାରିଛି। ଏଥିପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ଗୋପାଳଙ୍କୁ ସାଙ୍ଗରେ ନେଇ ଗୁଜରାଟର ଗାନ୍ଧୀନଗରଠାରେ ଡେରା ପକାଇଥିଲା। ତେବେ ଗୋପାଳଙ୍କ ରିମାଣ୍ଡ ଅବଧି ଶେଷ ହେବା ସହ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ମଧ୍ୟ ଇତିମଧ୍ୟରେ ଅନେକ ବାଟ ଆଗେଇଛି। ନିର୍ଦ୍ଧାରିତ ଟେଷ୍ଟଗୁଡ଼ିକ ଶେଷ କରି କ୍ରାଇମବ୍ରାଞ୍ଚ ଟିମ୍‌ ଗୋପାଳଙ୍କୁ ସାଙ୍ଗରେ ନେଇ ରବିବାର ରାତିରେ ଓଡ଼ିଶାରେ ପହଞ୍ଚତ୍ଥିବା ଜଣାପଡିଛି। ସୋମବାର ଗୋପାଳଙ୍କୁ ଝାରୁସୁଗୁଡା ଜେଏମ୍‌ଏଫ୍‌ସିରେ ହାଜର କରାଯିବ। ତେବେ ଆଇନ ବ୍ୟବସ୍ଥା ଅନୁଯାୟୀ ଅଭିଯୁକ୍ତଙ୍କୁ ଆଉ ରିମାଣ୍ଡରେ ଅଣାଯାଇପାରିବ ନାହିଁ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କହିଛନ୍ତି। ସୋମବାର ଖବରଦାତା ସମ୍ମିଳନୀରେ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତ ସମ୍ପର୍କିତ ସବିଶେଷ ସୂଚନା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ନବ ଦାସଙ୍କ ହତ୍ୟା ରହସ୍ୟ ଉନ୍ମୋଚନ କରିବା ପାଇଁ କ୍ରାଇମବ୍ରାଞ୍ଚ ବିଭିନ୍ନ ଉପାୟ ଅବଲମ୍ବନ କରିଛି। ନୂଆଦିଲ୍ଲୀର ଫୋରେନ୍‌ସିକ ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାଠାରେ ଗୋପାଳଙ୍କ ଫୋରେନ୍‌ସିକ ସାଇକୋଲୋଜିକାଲ ଆସେସ୍‌ମେଣ୍ଟ ଓ ଏଲଭିଏ ଟେଷ୍ଟ କରାଯାଇଛି। ସେହିପରି ଅଦାଲତଙ୍କ ଅନୁମତିକ୍ରମେ ଗୁଜରାଟର ଗାନ୍ଧୀନଗରସ୍ଥିତ ଡାଇରେକ୍ଟୋରେଟ ଅଫ୍‌ ଫୋରେନ୍‌ସିକ ସାଇନ୍ସ ସର୍ଭିସେସ୍‌ ଲାବୋରେଟୋରିରେ ପଲିଗ୍ରାଫ ଟେଷ୍ଟ ଓ ନାର୍କୋ ଟେଷ୍ଟ କରାଯାଇଛି। ନାର୍କୋ ଟେଷ୍ଟ ପାଇଁ ୨ ଦିନ ଧରି କ୍ରାଇମବ୍ରାଞ୍ଚକୁ କସରତ କରିବାକୁ ପଡ଼ିଥିଲା। ତେବେ ଗୋପାଳଙ୍କଠାରୁ ସତ ବାହାର କରିବା ପାଇଁ କେଉଁ ପ୍ରଶ୍ନ ପଚରାଯାଇଛି, ସେସବୁର ଉତ୍ତର କ’ଣ ମିଳିଛି ତାହାର ଭିଡିଓ ରେକର୍ଡିଂ ହୋଇଛି। ସେସବୁକୁ ଅଦାଲତରେ ଉପସ୍ଥାପନ କରାଯିବ। ଲଗାତର ମାରାଥନ ଜେରା ଓ କ୍ରାଇମବ୍ରାଞ୍ଚର ୩ଟି ଟିମ୍‌ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ କରି ତଦନ୍ତର ଫଳ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏବେ ବି ନୀରବ ରହିଛି। ପ୍ରକୃତ ରହସ୍ୟ ଉନ୍ମୋଚନ ଦିଗରେ କ୍ରାଇମବ୍ରାଞ୍ଚକୁ କେତେ ସଫଳତା ମିଳିଛି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି। ସୋମବାର କ୍ରାଇମବ୍ରାଞ୍ଚ ଏହି ମାମଲା ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗଣମାଧ୍ୟମରେ ପ୍ରକାଶ କରିପାରେ ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ବିଭିନ୍ନ ସ୍ଥାନରେ ହୋଇଥିବା ତଦନ୍ତ କାର୍ଯ୍ୟ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଛି। ଏହାବାଦ୍‌ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଅବସରପ୍ରାପ୍ତ ବିଚାରପତି ଜେ. ପି. ଦାସଙ୍କୁ ପୂରା ମାମଲାର ତଦନ୍ତ ପ୍ରକ୍ରିୟା ତଦାରଖ ଭାର ଅର୍ପଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri