ଆଗ ବିଜେଡି, ପଲଟି ଖାଇ ଭାଜପା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଓଡ଼ିଶାର ଖାଲି ପଡ଼ିଥିବା ୩ଟି ରାଜ୍ୟ ସଭା ଆସନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ହେଲେ ସେଥିମଧ୍ୟରୁ ଗୋଟିଏ ନାମକୁ ନେଇ ନାନା ଚର୍ଚ୍ଚା ସୃଷ୍ଟି ହୋଇଛି। ନବୀନ ପ୍ରଥମେ ସା ୬ଟା ୩୦ରେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ବିଜେଡିର ୩ ପ୍ରାର୍ଥୀ ଭାବେ ଦଳର ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ ପାତ୍ର ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରିଥିଲେ। ଏହାର କିଛି ସମୟ ପରେ ଭାଜପା ପକ୍ଷରୁ ଟୁଇଟ୍‌ କରାଯାଇ ଅଶ୍ୱିନୀଙ୍କୁ ଦଳର ପ୍ରାର୍ଥୀ ବୋଲି କୁହାଯାଇଥିଲା। ଫଳରେ ଅଶ୍ୱିନୀ ପ୍ରକୃତରେ କେଉଁ ଦଳର ପ୍ରାର୍ଥୀ, ସେ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ୧୦ ମିନିଟ୍‌ ପରେ ମୁଖ୍ୟମନ୍ତ୍ରୀ ପୁନର୍ବାର ଗଣମାଧ୍ୟମ ସାମ୍ନାକୁ ଆସି ଅଶ୍ୱିନୀ ଭାଜପା ପ୍ରାର୍ଥୀ ଏବଂ ତାଙ୍କୁ ବିଜେଡି ସମର୍ଥନ କରୁଛି ବୋଲି ସ୍ପଷ୍ଟ କରିଥିଲେ। ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ତାଙ୍କୁ ଅନୁରୋଧ କରିଥିବା ନବୀନ କହିଥିଲେ। ସଦ୍ୟ ସମାପ୍ତ ବିଧାନସଭା ଓ ଲୋକ ସଭା ନିର୍ବାଚନରେ ଭୋଟ ପ୍ରତିଶତ ବଢାଇଥିବା ଭାଜପା ସଂଖ୍ୟା ନ ଥାଇ ମଧ୍ୟ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ କରିବାରେ ସମର୍ଥ ହୋଇଛି। ତେଣୁ ଏହାକୁ ଭାଜପାର କୂଟନୈତିକ ବିଜୟ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ପ୍ରାର୍ଥୀ ଘୋଷଣା କରିବାବେଳେ ନବୀନ ଆଗ ବିଜେଡି ପରେ ପଲଟି ଖାଇ ଭାଜପା ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା କହିବା ଏବେ ବିଭିନ୍ନ ମହଲରେ ଆଲୋଚନାର ଖୋରାକ ଯୋଗାଇଛି।
ଅଶ୍ୱିନୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ। ବିଜେଡି-ଭାଜପା ମେଣ୍ଟ ଥିବା ସମୟରେ ବିଭିନ୍ନ ପ୍ରଶାସନିକ କାର୍ଯ୍ୟରେ ସେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମନ୍ବୟକାରୀ ଭାବେ କାର୍ଯ୍ୟ କରୁଥିଲେ। ବିଜେଡି ସଭାପତି ନବୀନଙ୍କ ସହ ମଧ୍ୟ ଅଶ୍ୱିନୀଙ୍କ ସମ୍ପର୍କ ରହିଥିଲା। ଏପରିକି ବାଜପେୟୀ ଅସୁସ୍ଥ ଥିବା ସମୟରେ ଅଶ୍ୱିନୀ ତାଙ୍କ ସହ ନବୀନଙ୍କୁ ଭେଟାଇବାରେ ପ୍ରମୁଖ ଭୂମିକା ନେଉଥିଲେ। ନିକଟରେ ସରିଥିବା ସାଧାରଣ ନିର୍ବାଚନ ପରେ ବିଜେଡି କେନ୍ଦ୍ର ସହ ଉତ୍ତମ ସମ୍ପର୍କ ରଖିବାକୁ ଚାହଁୁଥିବା ସ୍ପଷ୍ଟ ହୋଇଥିବା ସମୀକ୍ଷକମାନେ କହିଛନ୍ତି। ସେହିଭଳି ଦଳରେ ପରାଜିତ ହେଭିୱେଟଙ୍କ ଲମ୍ବା ତାଲିକା ଥିଲେ ମଧ୍ୟ ନବୀନ ଜଣଙ୍କୁ ବି ରାଜ୍ୟ ସଭା ପ୍ରାର୍ଥୀ କରିନାହାନ୍ତି। ନିର୍ବାଚନ ସମୟରେ ଦଳୀୟ ରଣନୀତି ପ୍ରସ୍ତୁତି ସହ ଆଇଟି ଏବଂ ସାମାଜିକ ଗଣମାଧ୍ୟମ ପରିଚାଳନାରେ ପ୍ରମୁଖ ଭୂମିକା ନେଇ ଅମରଙ୍କୁ ପୁରସ୍କୃତ କରାଯାଇଛି। ଅମର ନିର୍ବାଚନର କିଛିମାସ ପୂର୍ବରୁ ସରକାରୀ ଚାକିରି ଛାଡି ବିଜେଡିରେ ଯୋଗଦେବା ସହ ଆଇଟି ମୁଖ୍ୟ ଭାବେ ଅବସ୍ଥାପିତ ହୋଇଥିଲେ। ନିର୍ବାଚନ ଲଢି ନ ଥିଲେ ମଧ୍ୟ ଗଣମାଧ୍ୟମରେ ଦଳ ପକ୍ଷରୁ ସସ୍ମିତ ସମସ୍ତ ପ୍ରସଙ୍ଗରେ ମତ ରଖୁଥିଲେ। ଦଳ ପକ୍ଷରୁ ଗଣମାଧ୍ୟମରେ ଉପଯୁକ୍ତ ଭାବେ ପ୍ରତିନିଧିତ୍ୱ କରିଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଥିବା ସମୀକ୍ଷକମାନେ ମତ ଦେଇଛନ୍ତି। ଶୃଙ୍ଖଳିତ ଭାବେ ଦଳୀୟ କାର୍ଯ୍ୟ କଲେ ପୁରସ୍କୃତ ନିଶ୍ଚିତ ବୋଲି ବିଜେଡି ସଭାପତି ଏକ ସିଧାସଳଖ ବାର୍ତ୍ତା ଦେଇଛନ୍ତି। ଏଆଇଏଡିଏମ୍‌କେ, ୱାଇଏସ୍‌ଆର କଂଗ୍ରେସ ଏବଂ ଟିଆରଏସ୍‌ ପରି ବିଜେଡି ଜାତୀୟସ୍ତରରେ ଭାଜପାର ପରୋକ୍ଷ ସମର୍ଥନ କରୁଥିବା କେତେକ ସମୀକ୍ଷକ ମତ ଦେଇଛନ୍ତି। ବିଜେଡି ପକ୍ଷରୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ଅମର ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଥିବାରୁ ଦଳ ଏବଂ ଏହାର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ ସେ କୃତଜ୍ଞ। ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ଆଇଟି ସେଲ୍‌ର ମୁଖ୍ୟ ଭାବେ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଥିଲା। ତାହାକୁ ନିଷ୍ଠାର ସହ ତୁଲାଇବାକୁ ସେ ଚେଷ୍ଟା କରିଥିଲେ। ରାଜ୍ୟ ସଭାରେ ଦଳର ଶୃଙ୍ଖଳିତ କର୍ମୀଭାବେ ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରଶ୍ନ ଉପସ୍ଥାପନ କରିବେ ବୋଲି ଅମର କହିଛନ୍ତି। ସେହିପରି ସସ୍ମିତ କହିଛନ୍ତି ଯେ, ରାଜ୍ୟ ସଭାକୁ ମନୋନୀତ କରାଯାଇଥିବାରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ସବୁ ସମୟରେ ଦଳର ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରିଆସିଛି। ଉଚ୍ଚସଦନରେ ରାଜ୍ୟର ସ୍ବାର୍ଥସୁରକ୍ଷାକୁ ନିଶ୍ଚୟ ଗୁରୁତ୍ୱ ଦେବିି ବୋଲି ସସ୍ମିତ କହିଛନ୍ତି।
ରାଜ୍ୟ ସଭା ସଦସ୍ୟ ଥିବା ବିଜେଡି ନେତା ଅଚ୍ୟୁତ ସାମନ୍ତ ଲୋକ ସଭା, ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ପ୍ରତାପ ଦେବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେଣୁ ସେମାନେ ପ୍ରତିନିଧିତ୍ୱ କରୁଥିବା ଆସନ ଖାଲି ହୋଇଥିଲା। ଅଚ୍ୟୁତ ଏବଂ ସୌମ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ ରହିଥିବା ବେଳେ ପ୍ରତାପ ଦେବଙ୍କର ୩ ବର୍ଷ କାର୍ଯ୍ୟକାଳ ରହିଥିଲା। ବରିଷ୍ଠତା ଦୃଷ୍ଟିରୁ ୫ ବର୍ଷିଆ କାର୍ଯ୍ୟକାଳ ଥିବା ଆସନରେ ଅମର ଏବଂ ଅଶ୍ୱିନୀ ଯିବେ ବୋଲି ଶୁଣାଯାଉଛି। ସେହିପରି ସସ୍ମିତ ୩ ବର୍ଷ ବାକି ଥିବା ଆସନରେ ରାଜ୍ୟ ସଭା ଯାଇପାରନ୍ତି ବୋଲି କୁହାଯାଉଛି। ହେଲେ କିଏ କେଉଁ ଆସନରୁ ରାଜ୍ୟ ସଭା ପ୍ରାର୍ଥିପତ୍ର ଦାଖଲ କରିବେ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ଘୋଷଣା ବିଜେଡି ପକ୍ଷରୁ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri