ଆଖଡ଼ାଶାଳୀ ବନ୍ଦର ବାଟ ଫିଟିଲା: କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୩ା୨(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲାରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ବାଟ ଫିଟିଛି। ଆଖଡ଼ାଶାଳୀ ବନ୍ଦର ନିର୍ମାଣ ପାଇଁ ଘରୋଇ କମ୍ପାନୀ ମୁହଁ ମୋଡିବା ପରେ ରାଜ୍ୟ ସରକାର ଏହାର ନିର୍ମାଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କ ହାତରେ ନ୍ୟସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟ ସରକାର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ଏହି ବନ୍ଦର ନିର୍ମାଣ ସକାଶେ ବୁଝାମଣା ପତ୍ର (ଏମଓୟୁ )ପାଇଁ ପ୍ରସ୍ତୁତ ହେବାକୁ ଅନୁରୋଧ କରାଯାଇଛି। ଏ ନେଇ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମଧ୍ୟ ଏଥିରେ ପ୍ରସ୍ତାବ ଦିଆଯାଇଛି । ଅନ୍ୟ ଘରୋଇ କମ୍ପାନୀକୁ ଯେପରି ସରକାରୀ ଘରୋଇ ଭାଗୀଦାରି(ପିପିପି) ମୋଡରେ ରାଜ୍ୟର ଅନ୍ୟାନ୍ୟ ବନ୍ଦର ଦିଆଯାଉଛି ସେହି ଆଧାରରେ ଏମଓୟୁ ସ୍ବାକ୍ଷର କରାଯିବ। ରାଜ୍ୟ ସରକାର ବନ୍ଦର ନିର୍ମାଣ ପାଇଁ ୪ ବର୍ଷ ସମୟ ଦେଇଥିବା ବେଳେ ଏହା କାର୍ଯ୍ୟକ୍ଷମ ହେବା ପରେ ପ୍ରଥମ ପର୍ଯ୍ୟାୟରେ ୩୦ ବର୍ଷ ଓ ପରବର୍ତ୍ତୀ ଦୁଇଟି ପର୍ଯ୍ୟାୟରେ ୧୦ ବର୍ଷ ଲେଖାଏ ଚୁକ୍ତି ଅବଧି ବଢାଇବାକୁ ପ୍ରସ୍ତାବ ଦିଆଯାଇଛି। ଏହି ବନ୍ଦରରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ବର୍ଥ ନିର୍ମାଣ ହେବ। ଏଥିରେ ପ୍ରାୟ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ତୁରନ୍ତ ଏମଓୟୁ ସ୍ବାକ୍ଷର କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଆଖଡାଶାଳୀଠାରେ ରାଜ୍ୟର ଏକ ମାତ୍ର ନଦୀଭିତ୍ତିକ ବନ୍ଦର ନିର୍ମାଣ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ବନ୍ଦର ନିର୍ମାଣ ପାଇଁ ଘରୋଇ କମ୍ପାନୀ ମୁହଁ ମୋଡିବା ପରେ ଏହାର ନିର୍ମାଣ ଦାୟିତ୍ୱ ହାତକୁ ନେବାକୁ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଆଗ୍ରହ ଦେଖାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଆଖଡାଶାଳୀ ବନ୍ଦର ନିର୍ମାଣ କରିବାକୁ ୨୦୧୯ ଫେବୃୟାରୀରେ ଟେଣ୍ଡର ଡକାଯାଇଥିଲା। ୪ଟି ଘରୋଇ ସଂସ୍ଥା ଟେଣ୍ଡର ଆବେଦନ କରିଥିଲେ। ତେବେ ପ୍ରି ବିଡିଂ ପରେ ସେହି କମ୍ପାନୀଗୁଡିକ ଆଉ ଟେଣ୍ଡରରେ ଅଂଶଗ୍ରହଣ କରି ନ ଥିଲେ। ଫଳରେ ଟେଣ୍ଡର ଫେଲ୍‌ ମାରିଥିଲା। ଘରୋଇ ସଂସ୍ଥାଗୁଡିକର ଅନାଗ୍ରହକୁ ଦେଖି ରାଜ୍ୟ ସରକାର ସେହି ନଦୀଭିତ୍ତିକ ବନ୍ଦର ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଥିଲେ। ୨୦୧୯ ଜୁନ ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିବା ଜାହାଜ ଚଳାଚଳ ମନ୍ତ୍ରଣାଳୟ ସଚିବ ଗୋପାଳ କ୍ରିଷ୍ଣାଙ୍କୁ ଏହି ବନ୍ଦର ନିର୍ମାଣ କରିବାକୁ ତତ୍କାଳୀନ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଏହି ବନ୍ଦର ନିର୍ମାଣ କରିବାକୁ ପାରାଦୀପ ପୋର୍ଟ ଟ୍ରଷ୍ଟ(ପିପିଟି)ମଧ୍ୟ ପ୍ରସ୍ତୁତ ଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବଗତ କରାଯାଇଥିଲା। ଏ ନେଇ ୨୦୧୯ ଡିସେମ୍ବର ୨ରେ ମନ୍ତ୍ରଣାଳୟ ସଚିବ ଉକ୍ତ ବନ୍ଦର ନିର୍ମାଣ ଦାୟିତ୍ୱ ପିପିଟି ହାତରେ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । ରାଜ୍ୟ ସରକାର ପ୍ରସ୍ତାବ ଦେବା ପରେ ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତାବିତ ବନ୍ଦର ଅଧ୍ୟୟନ କରାଯାଇଥିଲା। ଏହି ନଦୀଭିତ୍ତିକ ବନ୍ଦର ଏକ ଲାଭଦାୟକ ପ୍ରକଳ୍ପ ହୋଇପାରିବ ବୋଲି ପିପିଟି ପକ୍ଷରୁ ମନ୍ତ୍ରଣାଳୟକୁ ଜଣାଇ ଦିଆଯାଇଥିଲା। ବନ୍ଦର ପ୍ରତିଷ୍ଠା ହେଲେ ଉଭୟ ରାଜ୍ୟ ସରକାର ଏବଂ ପାରାଦୀପ ବନ୍ଦର ଲାଭବାନ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। ପୂର୍ବରୁ କରାଯାଇଥିବା ଅଧ୍ୟୟନ ଅନୁଯାୟୀ ପ୍ରସ୍ତାବିତ ବନ୍ଦର ପାଇଁ ୩୦୦ ଏକର ଜମିର ଆବଶ୍ୟକତା ରହିଛି ବୋଲି ରିପୋର୍ଟ ଦିଆଯାଇଥିଲା। ତେବେ ପିପିଟି ସର୍ଭେ ପରେ ଏଥିପାଇଁ ଅଧିକ ଜମି ଆବଶ୍ୟକ ହେବ ବୋଲି କୁହାଯାଇଛି। ଏଥିପାଇଁ ଯାହାକିଛି କରାଯିବ ତାହା ମିଳିତ ଭାବେ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା । ରାଜ୍ୟ ସରକାରଙ୍କ ଶିଳ୍ପ ନୀତି ଅନୁଯାୟୀ ଜମିର ମୂଲ୍ୟ ଧାର୍ଯ୍ୟ କରାଯିବ। ଏହି ପ୍ରକଳ୍ପର ରିହାତି ଅବଧି (କନସେସନ ପିରିୟଡ) ୫୦ ବର୍ଷ କରିବାକୁ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି।
ଆଖଡ଼ାଶାଳୀ
ରାଜ୍ୟ ସରକାରଙ୍କ ସହମତିରେ ବିଭିନ୍ନ ରିହାତି ସମୟ ପାଇଁ ରାଜସ୍ବ ୫ରୁ ୧୨ ପ୍ରତିଶତ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଚିଠିରେ ଜଣାଇ ଦିଆଯାଇଥିଲା। ତେବେ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବ ଦୀର୍ଘଦିନ ପଡିରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିଲା। ଏହି ବନ୍ଦରକୁ ଘରୋଇ ସଂସ୍ଥା ହାତରେ ଟେକିଦେବାକୁ ବିଭାଗର କେତେଜଣ ଅଧିକାରୀ ଭିତିରି ଉଦ୍ୟମ କରୁଥିବା ନେଇ ସୂଚନା ମିଳିଥିଲା । ପ୍ରକଳ୍ପକୁ ଏକ ଘରୋଇ କମ୍ପାନୀକୁ ଦେବାକୁ ଷଡଯନ୍ତ୍ର ଚାଲିଥିବା ନେଇ ‘ଧରିତ୍ରୀ’ରେ ୨୦୨୦ ଜାନୁୟାରୀ ୧୯ ତାରିଖରେ ଖବର ପ୍ରକାଶ କରାଯାଇଥିଲା। ଏହା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଶେଷରେ ରାଜ୍ୟ ସରକାର ଏହି ବନ୍ଦରକୁ ଘରୋଇ ସଂସ୍ଥାକୁ ନ ଦେଇ କେନ୍ଦ୍ର ସରକାରଙ୍କୁ ଦେବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ନୂଆ ଏନଏସି, ୫ ମ୍ୟୁନିସିପାଲଟି ପାଇଁ ବିଜ୍ଞପ୍ତି ପ୍ରକାଶ: ଗଞ୍ଜାମ ଜିଲାର ଏହି ସବୁ ଅଞ୍ଚଳ…

ଛତ୍ରପୁର, ୨୩।୧୨ (ଦିଲ୍ଲୀପ ସାମଲ): ରାଜ୍ୟର ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପାଲଲହଡା,...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri