ନବରଙ୍ଗପୁର,୮ା୧(ବି.ପ୍ର.) – କେନ୍ଦ୍ରର ଆକାଂକ୍ଷା ଯୋଜନାରେ ସାମିଲ ହୋଇଥିବା ଜିଲାମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲା ୩ୟ ସ୍ଥାନରେ ରହିଛି ା ଛତିଶଗଡ ରାଜ୍ୟର ସୁକମା ଜିଲା ପ୍ରଥମ, ଆସାମର ଉଦଲଗରି ଦ୍ୱିତୀୟ, ନବରଙ୍ଗପୁର ତୃତୀୟ, ରାଜସ୍ଥାନର ଜୟସଲମେର ୪ର୍ଥ ଓ ଛତିଶଗଡ ରାଜ୍ୟର ରାଜନନ୍ଦଗାଁଓ ୫ମ ସ୍ଥାନରେ ରହିଛି ା ଓଡିଶାର ନବରଙ୍ଗପୁର ଜିଲା ଏକ ଅନୁନ୍ନତ ଜିଲା ଭାବେ ରହିଛି ା ଜିଲାର ବିକାଶ ଧାରା ଓ ବିଭିନ୍ନ ବିଭାଗର ଉନ୍ନତି ଉପରେ ରହିଥିବା ତଥ୍ୟକୁ ଆଧାର କରି ଜିଲା ଆକାଂକ୍ଷା ଜିଲା ଭାବେ ରହିଥିଲା ା ବିକାଶ ଧାରାର ବୃଦ୍ଧିକୁ ଆଧାର କରି ଭାରତ ସରକାରଙ୍କ ପକ୍ଷରୁ ସ୍କୋର ର଼୍ୟାକିଂ କରାଯାଇଛି ା ନବରଙ୍ଗପୁର ଜିଲା ନଭେମ୍ବର ସୁଦ୍ଧା ସ୍ବାସ୍ଥ୍ୟ ଓ ପୁଷ୍ଟିକରରେ ୬୩.୮ ପ୍ରତିଶତ ସ୍କୋର ପାଇଛି ା ସେହିଭଳି ଶିକ୍ଷାରେ ୪୦.୫, କୃଷି ଓ ଜଳ ସମ୍ବଳରେ ୧୯. ୯, ଆର୍ଥିକ ଓ ଦକ୍ଷତା ଉନ୍ନତି କ୍ଷେତ୍ରରେ ୨୭.୩ ଏବଂ ଆଧାର ସଦୃଶ୍ୟ ତଥ୍ୟରେ ୬୩.୩ ପ୍ରତିଶତ ରହିଛି ା ଡେଲଟା ର଼୍ୟାଙ୍କ (ତ୍ରିକୋଣ ତଥ୍ୟ)କୁ ଆଧାର କଲେ ସ୍ବାସ୍ଥ୍ୟ ଓ ପୁଷ୍ଟିକରରେ୧୬ , ଶିକ୍ଷାରେ ୧୫, କୃଷି ଓ ଜଳ ସମ୍ବଳରେ ୭, ଆର୍ଥିକ ଓ ଦକ୍ଷତା ଉନ୍ନତି କ୍ଷେତ୍ରରେ ୧୮ ଓ ଆଧାର ସଦୃଶ୍ୟ ତଥ୍ୟରେ ୨ ନମ୍ବର ସ୍ଥାନରେ ରହିଛି ା ସେହିପରି ଅକ୍ଟୋବର ସୁଦ୍ଧା ସ୍ବାସ୍ଥ୍ୟ ଓ ପୁଷ୍ଟିକରରେ ୬୧.୩ ପ୍ରତିଶତ ସ୍କୋର ପାଇଛି ା ସେହିଭଳି ଶିକ୍ଷାରେ ୪୦.୪, କୃଷି ଓ ଜଳ ସମ୍ବଳରେ ୧୮.୫, ଆର୍ଥିକ ଓ ଦକ୍ଷତା ଉନ୍ନତି କ୍ଷେତ୍ରରେ ୨୫.୫ ଏବଂ ଆଧାର ସଦୃଶ୍ୟ ତଥ୍ୟରେ ୫୭.୩ ପ୍ରତିଶତ ରହିଥିଲା। ମିଶ୍ରିତ ଗଣନାରେ ଅକୋ୍ଟବର ସୁଦ୍ଧା ୪୩ ପ୍ରତିଶତ ରହିଥିବା ବେଳେ ନଭେମ୍ବର ସୁଦ୍ଧା ତାହା ବୃଦ୍ଧି ପାଇ ୪୪. ୮ ପ୍ରତିଶତରେ ପହଞ୍ଚିି ପାରିଛି ା ଏହାକୁ ଆଧାର କଲେ ଓଡିଶାର ନବରଙ୍ଗପୁର ଜିଲା ଭାରତ ବର୍ଷର ଅକାଂକ୍ଷା ଜିଲା ମାନଙ୍କ ମଧ୍ୟରେ ବିକାଶ ଧାରାକୁ ନେଇ ୩ୟ ସ୍ଥାନ ପାଇଛି। ଏହି ସଫଳତା ପଛରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ୟମ, ଜନସାଧାରଣ ଓ ଗଣମାଧ୍ୟମର ଭୂମିକା ରହିଛିି ବୋଲି ଜିଲାପାଳ ଡଃ. ଅଜିତ କୁମାର ମିଶ୍ର କହିଛନ୍ତି।
Posted inଆମ ଜିଲା ଖବର, ନବରଙ୍ଗପୁର View All
ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍; ଡାକ୍ତରୀ ଛାତ୍ରୀ ଗୁରୁତର
ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…
ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ
ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…
ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…
୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ
ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮ ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…
ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…
ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…
୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…
ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ
ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…
କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ
ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…
Archives

