ଆକାଂକ୍ଷା ଯୋଜନାରେ ନବରଙ୍ଗପୁର ୩ୟ

ନବରଙ୍ଗପୁର,୮ା୧(ବି.ପ୍ର.) – କେନ୍ଦ୍ରର ଆକାଂକ୍ଷା ଯୋଜନାରେ ସାମିଲ ହୋଇଥିବା ଜିଲାମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲା ୩ୟ ସ୍ଥାନରେ ରହିଛି ା ଛତିଶଗଡ ରାଜ୍ୟର ସୁକମା ଜିଲା ପ୍ରଥମ, ଆସାମର ଉଦଲଗରି ଦ୍ୱିତୀୟ, ନବରଙ୍ଗପୁର ତୃତୀୟ, ରାଜସ୍ଥାନର ଜୟସଲମେର ୪ର୍ଥ ଓ ଛତିଶଗଡ ରାଜ୍ୟର ରାଜନନ୍ଦଗାଁଓ ୫ମ ସ୍ଥାନରେ ରହିଛି ା ଓଡିଶାର ନବରଙ୍ଗପୁର ଜିଲା ଏକ ଅନୁନ୍ନତ ଜିଲା ଭାବେ ରହିଛି ା ଜିଲାର ବିକାଶ ଧାରା ଓ ବିଭିନ୍ନ ବିଭାଗର ଉନ୍ନତି ଉପରେ ରହିଥିବା ତଥ୍ୟକୁ ଆଧାର କରି ଜିଲା ଆକାଂକ୍ଷା ଜିଲା ଭାବେ ରହିଥିଲା ା ବିକାଶ ଧାରାର ବୃଦ୍ଧିକୁ ଆଧାର କରି ଭାରତ ସରକାରଙ୍କ ପକ୍ଷରୁ ସ୍କୋର ର଼୍ୟାକିଂ କରାଯାଇଛି ା ନବରଙ୍ଗପୁର ଜିଲା ନଭେମ୍ବର ସୁଦ୍ଧା ସ୍ବାସ୍ଥ୍ୟ ଓ ପୁଷ୍ଟିକରରେ ୬୩.୮ ପ୍ରତିଶତ ସ୍କୋର ପାଇଛି ା ସେହିଭଳି ଶିକ୍ଷାରେ ୪୦.୫, କୃଷି ଓ ଜଳ ସମ୍ବଳରେ ୧୯. ୯, ଆର୍ଥିକ ଓ ଦକ୍ଷତା ଉନ୍ନତି କ୍ଷେତ୍ରରେ ୨୭.୩ ଏବଂ ଆଧାର ସଦୃଶ୍ୟ ତଥ୍ୟରେ ୬୩.୩ ପ୍ରତିଶତ ରହିଛି ା ଡେଲଟା ର଼୍ୟାଙ୍କ (ତ୍ରିକୋଣ ତଥ୍ୟ)କୁ ଆଧାର କଲେ ସ୍ବାସ୍ଥ୍ୟ ଓ ପୁଷ୍ଟିକରରେ୧୬ , ଶିକ୍ଷାରେ ୧୫, କୃଷି ଓ ଜଳ ସମ୍ବଳରେ ୭, ଆର୍ଥିକ ଓ ଦକ୍ଷତା ଉନ୍ନତି କ୍ଷେତ୍ରରେ ୧୮ ଓ ଆଧାର ସଦୃଶ୍ୟ ତଥ୍ୟରେ ୨ ନମ୍ବର ସ୍ଥାନରେ ରହିଛି ା ସେହିପରି ଅକ୍ଟୋବର ସୁଦ୍ଧା ସ୍ବାସ୍ଥ୍ୟ ଓ ପୁଷ୍ଟିକରରେ ୬୧.୩ ପ୍ରତିଶତ ସ୍କୋର ପାଇଛି ା ସେହିଭଳି ଶିକ୍ଷାରେ ୪୦.୪, କୃଷି ଓ ଜଳ ସମ୍ବଳରେ ୧୮.୫, ଆର୍ଥିକ ଓ ଦକ୍ଷତା ଉନ୍ନତି କ୍ଷେତ୍ରରେ ୨୫.୫ ଏବଂ ଆଧାର ସଦୃଶ୍ୟ ତଥ୍ୟରେ ୫୭.୩ ପ୍ରତିଶତ ରହିଥିଲା। ମିଶ୍ରିତ ଗଣନାରେ ଅକୋ୍ଟବର ସୁଦ୍ଧା ୪୩ ପ୍ରତିଶତ ରହିଥିବା ବେଳେ ନଭେମ୍ବର ସୁଦ୍ଧା ତାହା ବୃଦ୍ଧି ପାଇ ୪୪. ୮ ପ୍ରତିଶତରେ ପହଞ୍ଚିି ପାରିଛି ା ଏହାକୁ ଆଧାର କଲେ ଓଡିଶାର ନବରଙ୍ଗପୁର ଜିଲା ଭାରତ ବର୍ଷର ଅକାଂକ୍ଷା ଜିଲା ମାନଙ୍କ ମଧ୍ୟରେ ବିକାଶ ଧାରାକୁ ନେଇ ୩ୟ ସ୍ଥାନ ପାଇଛି। ଏହି ସଫଳତା ପଛରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ୟମ, ଜନସାଧାରଣ ଓ ଗଣମାଧ୍ୟମର ଭୂମିକା ରହିଛିି ବୋଲି ଜିଲାପାଳ ଡଃ. ଅଜିତ କୁମାର ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri