Posted inରାଜ୍ୟ

ଆକସ୍ମିକ ଭାବେ ଅପସରି ଗଲେ

କଟକ ଅଫିସ,୧୭ା୬: ନିଜ ଅଭିନୟର ଯାଦୁରେ ଲୋକଙ୍କ ଭିତରେ ତାରକା ଭାବେ ପରିଚିତ ହୋଇ ଆସିଲାବେଳକୁ ହଠାତ୍‌ ସେମାନଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ହତଚକିତ କରିଦିଏ। ପ୍ରତିଷ୍ଠା ସେମାନଙ୍କ ପାଦ ଚୁମିଲା ବେଳକୁ ସେମାନେ କିନ୍ତୁ ପରଲୋକରେ ପାଦ ଦେଇସାରିଥାନ୍ତି। ସେମାନଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଅନେକ କାରଣ, ନାନା ଚର୍ଚ୍ଚା ଘନୀଭୂତ ହୁଏ ସତ; କିନ୍ତୁ ସତ୍ୟ ଉପରୁ ପରଦା ହଟିପାରେନି। ରହସ୍ୟ ଭିତରେ ରହିଯାଏ ତାରକାଙ୍କ ମୃତ୍ୟୁ। ଦୁଇଦିନ ତଳେ ପ୍ରତିଭାବାନ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ସେହିଭଳି ଏକ ଉଦାହରଣ। ମାନସିକ ଅବସାଦ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ବଲିଉଡ୍‌ କିମ୍ବା ଓଲିଉଡ୍‌ରେ ସେଲିବ୍ରିଟି ବିଶେଷ କରି ପ୍ରତିଭାବାନ ତାରକାଙ୍କ ଆତ୍ମହତ୍ୟା କିମ୍ବା ସନ୍ଦେହଜନକ ମୃତ୍ୟୁ ଘଟଣାର ଅନେକ ନଜିର ରହିଛି।

ଚର୍ଚ୍ଚାରେ ଥିଲା ଆଲବମ୍‌ ଷ୍ଟାର ପପୁଙ୍କ ଆକସ୍ମିକ ମୃତ୍ୟୁ
ଶୁଭକାନ୍ତ ସାହୁ ଓରଫ୍‌ ପପୁ। ଓଡ଼ିଆ ଆଲବମ ଜଗତରେ ପପୁ ଜଣେ ବେଶ୍‌ ପରିଚିତ ଚେହେରା ଥିଲେ। ଓଡ଼ିଆ ଆଲବମ ଜଗତକୁ ସେ ଅନେକ ସୁପରହିଟ୍‌ ଗୀତ ଦେଇଛନ୍ତି। ଏହାଛଡ଼ା ସିରିଏଲ ଓ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳୁଥିଲା। ୨୦୦୮ ମାର୍ଚ୍ଚ ୨୨ ତାରିଖ ହୋଲି ଦିନ ହଠାତ୍‌ ପପୁଙ୍କ ଝୁଲନ୍ତା ମୃତଦେହ ଭୁବେନଶ୍ୱର ଓଲ୍ଡଟାଉନସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଥିଲା। ସଫଳତାର ଶିଡି ଚଢୁଥିବା ପପୁଙ୍କ ଆତ୍ମହତ୍ୟାକୁ କେହି ସହଜରେ ଗ୍ରହଣ କରିପାରି ନ ଥିଲେ। ମାନସିକ ଅବସାଦ ଯୋଗୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଚର୍ଚ୍ଚା ହୋଇଥିଲେ ମଧ୍ୟ ଏହାକୁ ଖଣ୍ଡନ କରିଥିଲେ ତାଙ୍କ ଭାଇ ସୂର୍ଯ୍ୟକାନ୍ତ।

ଟେଲି ଅଭିନେତ୍ରୀ ନିକିତା
୨୦୧୯ ଜାନୁୟାରୀ ୫ରେ ଟେଲିଭିଜନ ଦୁନିଆର ପରିଚିତ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ଛାତରୁ ପଡ଼ି ମୃତ୍ୟୁ ଘଟିଥିଲା। ୪ ତାରିଖରେ ସେ ମହାନଦୀ ବିହାରସ୍ଥିତ ବାପଘରେ ଥିବାବେଳେ ଏଭଳି ଘଟିଥିଲା। ମେଡ଼ିକାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଆତ୍ମହତ୍ୟା କରିଥିବା ପ୍ରଥମେ କୁହାଯାଉଥିଲେ ମଧ୍ୟ ପରେ ଚାଉଳିଆଗଞ୍ଜ ଥାନା ପୋଲିସ ନିକିତାଙ୍କ ସ୍ବାମୀ ଲିପନ ସାହୁଙ୍କୁ ଗିରଫ କରିଥିଲା। ନିକିତାଙ୍କ ବାପା ଥାନାରେ ଏତଲା ଦେଇଥିଲେ। କିନ୍ତୁ ଲିପନଙ୍କ ପରିବାର ଏହି ଘଟଣାକୁ ଗ୍ରହଣ ନ କରିବା ସହ ସବୁବେଳେ ଭିନ୍ନ ମତ ଦେଇଆସୁଥିଲେ।

ରାଜାଙ୍କ ସନ୍ଦେହଜନକ ମୃତ୍ୟୁ
ଆଲବମ୍‌ ତଥା ଟିଭି ଅଭିନେତା ରାଜା ଓରଫ ରଣଜିତ ପଟ୍ଟନାୟକ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲରୁ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସାଥୀ କଳାକାର କହିଥିଲେ। କିନ୍ତୁ ପରେ ଏହାକୁ ନେଇ ବିବାଦ ଉପୁଜିବା ସହ ସନ୍ଦେହଘେରକୁ ଆସିଥିଲେ ଜଣେ ଅଭିନେତ୍ରୀ। ରାଜାଙ୍କ ସହ ସେଦିନ କାର୍ଯ୍ୟକ୍ରମକୁ ଯାଇଥିବା ଅଭିନେତ୍ରୀ ଜଣଙ୍କ ପୋଲିସର ତଦନ୍ତ ପରିସରଭୁକ୍ତ ମଧ୍ୟ ହୋଇଥିଲେ। ୨୦୧୬ ଫେବୃୟାରୀ ପ୍ରଥମ ସପ୍ତାହର ଏହି ଘଟଣାକୁ ୪ବର୍ଷ ବିତିଥିଲେ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିନାହିଁ।

ସେଲ୍‌ଫି ବେବୋ ସିମରନ୍‌
ସମ୍ବଲପୁରୀ ଆଲବମ୍‌ର ଲୋକପ୍ରିୟ କଳାକାର ସିମରନ ସିଂଙ୍କ ମୃତଦେହ ୨୦୧୯ ଜାନୁୟାରୀ ୩ରେ ସମ୍ବଲପୁର ଜିଲା ଗୋଇରାମଠ ନିକଟସ୍ଥ ମହାନଦୀ ବ୍ରିଜ ତଳୁ ମିଳିଥିଲା। ସେଲ୍‌ଫି ବେବୋ ଗୀତରେ ଅଭିନୟ କରି ସେ ସେହି ନାମରେ ହିଁ ପରିଚିତ ହୋଇଥିଲେ ସିମରନ। ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହୋଇଥିଲେ ମଧ୍ୟ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ପରେ ସିମରନଙ୍କ ସ୍ବାମୀ ଯୁଗ ସୁନାଙ୍କୁ ବୁର୍ଲା ଥାନା ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri