ଆଏଜ୍‌ ବି ଘନାପେଡା ତେଲର ଚାହିଦା ଅଛେ

ଭବାନୀପାଟଣା, ୨୯ା୬ (ଡି.ଏନ୍‌.ଏ) : ମନୁଷ୍‌ ସମାଜର ବିକାଶ ସଂଗେ ଫିଦିନିଅଁ। ଚଲନିରେ ତେଲର ଉପକାରିତାକେ ସେ ଅନୁଭବ କରିଛେ। ଭିନେ ଭିନେ କିସମର ତୈଳବୀଜ ଚିନ୍‌ହଁଟ କରି ସେଥ୍‌ରୁ ତେଲ ବାହାର କରବାର କଉଶଲ ଉଦ୍‌ଭାବନ କରିଛେ। ଆଘ ସବୁଗଁ।ରେ ତେଲି ସମାଜର ଲୋକ୍‌ ଘନାରେ ପେଡ଼ି ତେଲ ବାହାର କରୁଥିଲେ ଆର ବିକୁଥିଲେ। ଘନାପେଡ଼ା ତେଲ ଆର ଆଏଜ୍‌କାଲି ବଜାରରେ ମିଲୁଥିବାର ତେଲର ଗୁନ୍‌ଧରମ୍‌ ଭିତରେ ଆକାଶ ପାତାଲ ଫରକ୍‌ ରହିଛେ। ବଜାରରେ ମିଲୁଥିବାର ଭିନେ ଭିନେ କିସମର ତେଲର ଗୁନ୍‌ଧରମ୍‌ ବଲି ବିଶେଷ କିଛି ନାଇଁ। ସେନ୍‌ତା ବାସନାର ଲାଗି ବି ତେଲରେ ନାନା ପରକାର ରାସାୟନିକ ଜିନିଷର ବେଭାର କରାଯାଉଛେ। ହେଲେ ଆଏଜ୍‌ ବି କଳାହାଣ୍ଡି ଜିଲାର ଅନେକ ଗଁାଗଁଡ଼ାରେ ଲୋକ୍‌ ପାରମ୍ପରିକ ଘନାପେଡ଼ା ତେଲ ବେଭାର କରୁଛନ୍‌। ଜିଲାର ଅନେକ ଗଁ।ରେ ଲୋକ୍‌ ରଁଧାବଢ଼ାନୁ ମୂଲ କରି ଚିକିସତ୍ା ତକ୍‌ ଭିନେ ଭିନେ କାମ୍‌ ଲାଗି ଘନାପେଡ଼ା ତେଲ ବେଭାର କରୁଛନ୍‌। ଟୁଲ, କୁସୁମ, ସୂର୍ଯ୍ୟମୂଖୀ, ଜଡ଼ା, ସୁରଷୋ, ଭୂଇଁଚନା, ରାଶି ଲେଖେଁ ତୈଳବୀଜକେ ଘନାରେ ପେଡ଼ି ତେଲ ବାହାର କରଉଛନ୍‌। ଇ କାମ୍‌ରେ ଅତି କମ୍‌ରେ ୪ ଝନ୍‌ ଲୋକ୍‌ର ଦରକାର ପଡ଼ସି। ୨ ଝନ୍‌ ଘନାକେ ବୁଲାଲାବେଲେ ଝନେ ମୁଜିର ଗୁଁଡ଼କେ ଘନାରେ ପକଉଥିସନ୍‌, ସେନ୍‌ତା ଆର ଝନେ ତେଲ ଛିନ୍‌ବାର ସଂଗେ ଖାଦ(ପିଡୁଆ)କେ ବାହାର କରସନ୍‌। ଆଗରୁ ଅନେକ ଜାଗାରେ ଲୋକ୍‌ ତେଲ ଘନାରେ ବଲଦ୍‌, ଘୁଡ଼ା, ଗଧ୍‌ ଫଁାଦି ତେଲ ପେଡ଼ୁଥିଲେ। ଯେନ୍‌ଥିରେ ତେଲ ପେଡ଼ବାର ସହଜ ଆର ସୁବିଧା ହେଉଥିଲା। ଘନାପେଡ଼ା ତେଲର ଗୁନ୍‌ଧରମ ବହୁତ୍‌ ଅଧ୍‌କା ଆର ତେଲଟା ସୁଆଦିଆ ଲାଗବାର ସଂଗେ ଭଲ ବାସ୍‌ନା ହେସି। ଏହେଦେ ବି ଘନାପେଡ଼ା ତେଲର ଚାହିଦା କାହିଁରେ କେତେ, ହେଲେ ଆଏଜ୍‌କାଲି ବଡ଼ଭାରି ମେଶିନର ବେଭାର ଲାଗି ତେଲଘନା ଲୋପ୍‌ ପାଇଗଲାନ। ଟୁଲ ତେଲକେ ଆଏଜ୍‌ ବି କଳାହାଣ୍ଡି ଜିଲାର ଅନେକ ଗଁାରେ ଲୋକ୍‌ ଖାଏବାର ତେଲ ହିସାବେ ବେଭାର କରୁଛନ୍‌। ବିହାବରପନ, ପରବ୍‌ପରବାନୀରେ ପିଠାପନା ତିଆରିରେ ବେଭାର କରୁଛନ୍‌। ଇତାର ବାହାରେ ଦଁାତ୍‌ ରୋଗ୍‌, ହାରପିକ୍‌ ଲେଖେଁ ସମସିଆରେ ଟୁଲ ପିଡୁଆକେ ପୁଡ଼େଇ ତାର କୁହୁଲା ରୁଗୀକେ ଦେଲେ ରୋଗ୍‌ ଭଲ ହେଉଥିବାର ନଜିର ରହିଛେ। ସେନ୍‌ତା ପୁରାତନ ଲୁକ୍‌କର କହେବାର ହେଲା ବରଷା ଦିନେ ହେଉଥିବାର ଚରମ୍‌ ରୋଗ୍‌, ଖସୁ ଖୁଜରିିରେ କୁସୁମ ତେଲ ଲଗାଲେ ଛାଡ଼ିଯାଏସି। ସେଥିରଲାଗି ଆଏଜ୍‌ ବି କଳାହାଣ୍ଡି ଜିଲାର ଗଁାଗଁଲିମାନକେ ଟୁଲ, କୁସୁମ ମୁଜିରୁ ପାରମ୍ପରିକ ଉପେରେ ତେଲ ବାହାର କରାଯାଉଛେ। ହେଲେ ଆଧୁନିକତାର ଛାପ୍‌, ବିଜ୍ଞାପନର ପରଭାବରେ ଇ ସବୁ ପାରମ୍ପରିକ ଜିନିଷର ଚାହିଦା କମିଯାଉଛେ। ଇଆଡ଼େ ଦିନୁଦିନ୍‌କେ ଜଂଗଲ ପଦା ହେବାର ଲାଗି ଆଘର ଲେଖେଁ ଟୁଲ, କୁସୁମ ମୁଜି ନାଇଁ ମିଲବାର। ସରକାର ଇ ପାରମ୍ପରିକ ତେଲ ଉତ୍‌ପାଦନ କଉଶଲକେ ସୁରକ୍ଷିତ ରଖବାର ଲାଗି ତେଲ ଉତ୍‌ପାଦନକାରୀକୁଁ ପୋରଛାହନ୍‌ ଯୁଗେଇ ଦେବାର ଉଚିତ ବଲି ଇ ତେଲର ଉପକାରିତାକେ ଅନୁଭବ କରିଥିବାର ଲୋକ୍‌ମାନେ ମତ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri