ଆଉ ମାସେ ବଢ଼ିବ ସର୍ବକ୍ଷମା ଯୋଜନା: କଟକ-ଭୁବନେଶ୍ୱରରେ ସର୍ବାଧିକ ଆବେଦନ

ଭୁବନେଶ୍ୱର,୧।୩(ବ୍ୟୁରୋ): ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନ କିମ୍ବା ଅନୁମୋଦନ ନେଇ ନିୟମ ଉଲ୍ଲଂଘନ କରି ଗଢିଉଠିଥିବା ବେଆଇନ ଆବାସିକ କୋଠାଘର, ବ୍ୟବସାୟିକ ଗୃହ ଏବଂ ଅଟ୍ଟାଳିକାଗୁଡିକୁ ଜରିମାନା ଦେଇ ନିୟମିତ (ରେଗୁଲାର) କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ସର୍ବକ୍ଷମା ଯୋଜନା (ଆମ୍‌ନେଷ୍ଟି ସ୍କିମ୍‌) ଆଉ ମାସକ ପାଇଁ ବଢିବ। ଆସନ୍ତା ସୋମବାର ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି। ଜରିମାନା ଦେଇ ଘରକୁ ଅନୁମୋଦନ କରାଇ ନେବାକୁ ଲୋକମାନଙ୍କର ପ୍ରବଳ ଆଗ୍ରହ ଦେଖାଦେଇଛି। ଯଦିଓ ଏହି ଯୋଜନା ୨୦୧୮ରେ ଆରମ୍ଭ କରାଯାଇଥିଲା ତେବେ ଜରିିମାନା ରାଶି ଅଧିକ ଥିବାରୁ ଏହି ଯୋଜନା ଘର ମାଲିକଙ୍କୁ ଆକୃଷ୍ଟ କରିପାରି ନ ଥିଲା। ଶେଷ ୬ ମାସ ମଧ୍ୟରେ ସରକାର ଜରିମାନା ରାଶି ହ୍ରାସ କରିବାରୁ ଏଥିପ୍ରତି ପ୍ରବଳ ଆଗ୍ରହ ଦେଖାଦେଇଛି। ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ସର୍ବକ୍ଷମା ଯୋଜନାର ଅବଧି ବୃଦ୍ଧି କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଆସୁଛି।

୨୦୨୦ ଫେବୃୟାରୀ ୨୦ରେ ସର୍ବକ୍ଷମା ଯୋଜନାର ଅବଧି ଶେଷ ହୋଇଛି। ଲୋକମାନଙ୍କ ଆଗ୍ରହକୁ ଦେଖି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସର୍ବକ୍ଷମା ଯୋଜନାର ଅବଧି ଆଉ ୬ ମାସ ବଢ଼ାଇବାକୁ ଗତ ୨୦ ତାରିଖରେ ବିଧାନସଭା ଶୂନ୍ୟକାଳରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଯୋଜନାର ଅବଧି ବଢ଼ାଇବା ଉପରେ ବିଚାର କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଅବଧି ନ ବଢ଼ାଇବାକୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ମନ୍ତ୍ରୀଙ୍କ ଏଭଳି ଘୋଷଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ରାଜ୍ୟ ସରକାରଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାବେଳେ ଗୃହ ଓ ନଗର ଉନ୍ନୟନ ବିଭାଗ ରାଜସ୍ବ ଆଦାୟ ବାଟ ବନ୍ଦ କରିବା ନେଇ ଖୋଦ୍‌ ସରକାରୀ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ସର୍ବକ୍ଷମା ଯୋଜନା ପ୍ରଥମେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଞ୍ଚଳରେ ୨୦୦୭ ଡିସେମ୍ବର ୩୧ରେ କାର୍ଯ୍ୟକାରୀ କରାଯାଇଥିଲା। ୨୦୦୯ରେ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଅଞ୍ଚଳରେ କାର୍ଯ୍ୟକାରୀ ହୋଇଥିଲା। ଏହି ସ୍କିମ୍‌ରେ ବିଡିଏ ଜରିମାନା ବାବଦରେ ୪୫୯୬ ଜଣଙ୍କଠାରୁ ୩୫ କୋଟି ୬୧ ଲକ୍ଷ ୬୦ ହଜାର ଟଙ୍କା ଆଦାୟ କରିଥିବାବେଳେ ସିଡିଏ ୪୦୮୦ ଜଣ ଆବେଦନକାରୀଙ୍କଠାରୁ ୧୩,୦୨,୦୭,୦୦୦ ଟଙ୍କା ଆଦାୟ କରିଥିଲା। ଅର୍ଥାତ୍‌ ଉଭୟ ସହରରୁ ମୋଟ ୪୮ କୋଟି ୬୩ ଲକ୍ଷ ୬୭ ହଜାର ଟଙ୍କା ଆଦାୟ ହୋଇଥିଲା। ରାଜସ୍ବ ମିଳୁଥିବା ଲକ୍ଷ୍ୟକରି ରାଜ୍ୟ ସରକାର ସର୍ବକ୍ଷମା ଯୋଜନାକୁ ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳରେ ୨୦୧୮ ଜୁନ୍‌ ୨୦ ତାରିଖରେ ଆରମ୍ଭ କରିଥିଲେ। ୨୦୨୦ ଫେବୃୟାରୀ ୨୦ରେ ଏହି ଯୋଜନା ଅବଧି ଶେଷ ହୋଇଛି। ଏହି ସମୟ ମଧ୍ୟରେ ବିଡିଏର ୫୭୧୯ ଜଣ, ସିଡିଏ ନିକଟରେ ୧୦୨୭, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୬୯, ପୁରୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୫୬, କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୫୯, ତାଳଚେର-ଅନୁଗୋଳ-ମେରାମୁଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୪୫, ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୩୩, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୨୪୦ ଏବଂ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ୩୮୭ ଜଣ ନିଜ ଘରକୁ ଅନୁମୋଦନ କରିବାକୁ ଆବେଦନ କରିଛନ୍ତି। ଏ ବାବଦରେ ରାଜ୍ୟ ସରକାର ପ୍ରାୟ ୧୦୦ କୋଟି ଟଙ୍କା ରାଜସ୍ବ ପାଇଥିବା ଜଣାପଡ଼ିଛି। ବିଶେଷକରି ବିଡିଏ ଏବଂ ସିଡିଏ ଅଞ୍ଚଳରେ ଏହି ଯୋଜନା ଅଧିକ ଲୋକପ୍ରିୟ ହୋଇଛି। ଏହି ଯୋଜନା ବନ୍ଦ କରିବା ପରେ ବହୁ ଜନଅସନ୍ତୋଷ ଦେଖାଦେଇଛି। ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ବ ମିଳୁଥିବା ବେଳେ କେଉଁ ଉଦ୍ଦେଶ୍ୟରେ ଯୋଜନାକୁ ବନ୍ଦ କରି ଦିଆଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହି ସ୍କିମ୍‌ର ଅବଧି ଆଉ ୬ ମାସ ବଢ଼ାଇବାକୁ ଦାବି କରାଯାଇଛି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ୨୦୧୮ ଜୁନ୍‌ ୨୦ ତାରିଖରେ ୯ଟି ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳରେ ସର୍ବକ୍ଷମା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡସ ରେଗୁଲେଶନରେ ଥିବା ନିୟମାବଳୀ ଆଧାରରେ ନିୟମ ଉଲ୍ଲଂଘନକାରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଉଛି। ପ୍ରଥମେ ଏହାକୁ ୬ ମାସ ପାଇଁ କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଥିଲା। ଏହା ପରେ ପୁଣି ୬ ମାସ ବୃଦ୍ଧି କରାଯାଇଥିଲା। ଜରିମାନା ରାଶି ଅଧିକ ହେବାରୁ ତାହା ଘର ମାଲିକଙ୍କୁ ଆକୃଷ୍ଟ କରିପାରିଲା ନାହିଁ। ଫଳରେ ବାଧ୍ୟ ହୋଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଜରିମାନା ରାଶିକୁ ପ୍ରତି ବର୍ଗମିଟରକୁ ୨୫୦ ଏବଂ ୫୦୦ ଟଙ୍କାକୁ ହ୍ରାସ କରିଥିଲା। ଜରିମାନା ହ୍ରାସ କରିବା ପରେ ଏହାର ଅବଧିକୁ ଆଉ ୬ ମାସ ପାଇଁ ବଢାଯାଇଥିଲା। ଫଳରେ ଏହି ଯୋଜନା ପ୍ରତି ଲୋକଙ୍କର ଆଗ୍ରହ ବୃଦ୍ଧି ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାଇନିଂ ଟେବୁଲରେ ହେଲା ଝଗଡ଼ା, ଭାଉଜ-ଭାଇଙ୍କୁ ହତ୍ୟା କଲା ଭାଇ

ଲକ୍ଷ୍ନୌ,୧୯।୨ ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଏକ ସାମାନ୍ୟ ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜଣେ ଯୁବକ ତାଙ୍କ ଭାଉଜ ଏବଂ ଭାଇଙ୍କୁ ଧାରୁଆ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ

କଟକ,୧୯।୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ।…

ବିକଶିତ ବରଗଡ଼ରେ ଆଇନଶୃଙ୍ଖଳା ବ୍ୟବସ୍ଥା ହୁଗୁଳା

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକାଶପଥକୁ ମୁହଁାଉଛି। ରାସ୍ତା ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଭାବେ ଡ୍ରେନ ନିର୍ମାଣ ହେଉଛି। ସେହିପରି ରାସ୍ତା ପ୍ରଶସ୍ତୀକରଣ ସମୟରେ ଉଚ୍ଛେଦ ଉଠାଦୋକାନୀଙ୍କୁ…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ୩୭ ଆସନରେ ନିର୍ବାଚନ, ଓଡ଼ିଶାରୁ ୪

ଭୁବନେଶ୍ବର,୧୯।୨(ରବିନାରାୟଣ ଜେନା): ରାଜ୍ୟ ସଭାରେ ଖାଲି ହେବାକୁ ଥିବା ୧୦ ରାଜ୍ୟର ମୋଟ ୩୭ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏଥିରେ ଓଡ଼ିଶାର…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri