Posted inଖେଳ

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ହରାଇ ଭାରତର ଅଭିଯାନ ଆରମ୍ଭ

ସିଡନୀ,୨୨।୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି। ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ଶୁକ୍ରବାର ଭାରତ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ରିଷ୍ଟ ସ୍ପିନର ପୁନମ ଯାଦବ ଦମ୍‌ଦାର ବୋଲିଂ କରି ମାତ୍ର ୧୯ ରନ ବ୍ୟୟ କରି ମୂଲ୍ୟବାନ ୪ ଉଇକେଟ ନେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ସ୍ଥାନୀୟ ସିଡନୀ ଶୋଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ ୧୯.୫ ଓଭରରେ ୧୧୫ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ଏହି ବିଜୟ ସହ ଭାରତ ୨ ପଏଣ୍ଟ ହାସଲ କରିଛି।
୧୩୩ ରନ ଆଭରେଜ ବିଜୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲା। ଓପନର ଆଲିସା ହିଲି ମାତ୍ର ୩୫ ବଲରୁ ୬ ଚୌକା ଓ ୧ ଛକା ସହ ୫୧ ରନ କରି ପୁନମ ଯାଦବଙ୍କ ଦ୍ୱାରା କଟ ଆଣ୍ଡ ବୋଲ୍ଡ ହୋଇଥିଲେ। ସେହିପରି ଆଶଲେ ଗାର୍ଡନର ୩୬ ବଲରୁ ୩ ଚୌକା ଓ ୧ ଛକା ସହ ୩୪ ରନ ସଂଗ୍ରହ କରି ଦ୍ରୁତ ବୋଲର ଶିଖା ପାଣ୍ଡେଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ତେବେ ଦଳର ବାକି ୯ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଭାରତ ତରଫରୁ ପୁନମ୍‌ ସର୍ବାଧିକ ୪, ଶିଖା ୩ ଓ ଦୀପ୍ତି ଶର୍ମା ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଭଲ ଆରମ୍ଭ କରିଥିଲା। ଦୁଇ ଓପନର ଶେଫାଳି ବର୍ମା ଓ ଅଭିଜ୍ଞ ସ୍ମୃତି ମାନ୍ଧନା ପ୍ରଥମ ଉଇକେଟରେ ୨୫ ବଲରୁ ଦ୍ରୁତ ୪୧ ରନ ସଂଗ୍ରହ କରିଥିଲେ। ତେବେ ଏହାପରେ ମାତ୍ର ୬ ରନରେ ଭାରତ ପ୍ରଥମ ୩ ଉଇକେଟ ହରାଇଥିଲା। ମାନ୍ଧନା ୧୦ ରନକରି ଆଉଟ ହୋଇଥିଲେ। ସେହିପରି ଶେଫାଳି ୧୫ ବଲରୁ ୫ ଚୌକା ଓ ୧ ଛକା ଦ୍ରୁତ ୨୯ ରନ ସଂଗ୍ରହ କରି ଏଲିସ୍‌ ପେରୀଙ୍କ ବଲ୍‌ରେ ମିଡଅନ୍‌ରେ ଆନାବେଲ ସଦରଲାଣ୍ଡଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟିକା ହରମନପ୍ରୀତ କୌର ମାତ୍ର ୨ ରନ କରି ଆଉଟ ହୋଇଥିଲେ। ଜେମିମା ରୋଡ୍ରିଗୁଏଜ ୩୩ ବଲରୁ ୨୬ ରନ ସଂଗ୍ରହ କରି ଡେଲିସା କିମିନ୍ସଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ଦୀପ୍ତି ଶର୍ମା ୪୬ ବଲରୁ ୩ ଚୌକା ସହ ୪୯ ରନ କରି ସ୍ଥିତି ସମ୍ଭାଳିବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ବେଦା କ୍ରିଷ୍ଣମୂର୍ତ୍ତୀ ୯ ରନକରି ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ଜୋନାସିନ ୨, ପେରୀ ଓ କିମିନ୍ସ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ୨୦ ଓଭରରେ ୧୩୨/୪
(ଦୀପ୍ତି- ୪୯*, ଶେଫାଳି- ୨୯, ରୋଡ୍ରିଗୁଏଜ- ୨୬, ମାନ୍ଧନା- ୧୦, ଜୋନାସିନ- ୨/୨୪, ପେରୀ- ୧/୧୫, କିମିନ୍ସ- ୧/୨୪)।
ଅଷ୍ଟ୍ରେଲିଆ- ୧୯.୫ ଓଭରରେ ୧୧୫ ଅଲଆଉଟ
(ହିଲି- ୫୧, ଗାର୍ଡନର- ୩୪, ପୁନମ- ୪/୧୯, ପାଣ୍ଡେ- ୩/୧୪, ଗାଏକ୍ୱାଡ- ୧/୩୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ଗମ୍ଭୀରଙ୍କ ଅଦ୍ଭୁତ ଷ୍ଟ୍ରାଟେଜି: ଶେଷ ଓଭରରେ କଲେ ଏମିତି ମିଳିଲା ତୁରନ୍ତ ସଫଳତା

ଧର୍ମଶାଳା,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଏକ ଅଦ୍ଭୁତ ରଣନୀତି...

ବିସିସିଆଇର କଡ଼ା ନିର୍ଦ୍ଦେଶ: ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ୨ଟି ମ୍ୟାଚ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସମସ୍ତ ଜାତୀୟ ଦଳର ଖେଳାଳିଙ୍କ ପାଇଁ ଏକ କଡ଼ା ନିୟମ ଲାଗୁ କରିଛି। ଆସନ୍ତା ଡିସେମ୍ବର ୨୪ରୁ...

ନିଜ ଫର୍ମକୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ରନ୍‌ କରିପାରୁନାହିଁ କିନ୍ତୁ…

ନୂଆଦିଲ୍ଲୀ,୧୫।୧୨: ବହୁତ ଦିନ ଧରି ବଡ଼ ସ୍କୋର କରିବାକୁ ସଂଘର୍ଷ କରୁଥିବା ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଟି-୨୦...

୫୧ ବର୍ଷ ପରେ କ୍ରିକେଟ୍‌ରେ ଘଟିଲା…ଗୋଟିଏ ଦଳରେ ୩ ଭାଇ

ନୂଆଦିଲ୍ଲୀ,୧୫।୧୨: ICC ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ନାମ୍ବିଆ ଏବଂ ଜିମ୍ବାୱେରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଦେଶ ଗୋଟିଏ ପରେ ଗୋଟିଏ...

ମେସିଙ୍କୁ ସ୍ବାଗତ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ! ହ୍ୟାଣ୍ଡସେକ୍‌ କରିବାକୁ ଚାହୁଁଥିଲେ ଦେବାକୁ ପଡ଼ିବ ଏତିକି କୋଟି

ନୂଆଦିଲ୍ଲୀ,୧୫।୧୨: ଫୁଟବଲ ଜଗତର ସବୁଠାରୁ ବଡ ତାରକା ଏବଂ ଆର୍ଜେଣ୍ଟିନାକୁ ବିଶ୍ୱକପ ଗୌରବ ପ୍ରଦାନ କରିଥିବା ଅଧିନାୟକ ଲିଓନେଲ ମେସି ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ...

IND v SA, 3rd T20I: ଦକ୍ଷିଣ ଆଫ୍ରିକାକୁ ମହଙ୍ଗା ପଡିଲାକି ଗମ୍ଭୀରଙ୍କ ଚତୁର ରଣନୀତି, ହଠାତ୍…

ନୂଆଦିଲ୍ଲୀ,୧୫।୧୨: ତୃତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଛି । ଅର୍ଶଦୀପ ସିଂହଙ୍କ ବୋଲିଂ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri