Posted inଖେଳ

ଆଇସିସି ବିଶ୍ୱକପ୍‌: ସେମିଫାଇନାଲ ଲକ୍ଷ୍ୟରେ ଇଂଲଣ୍ଡ- ନ୍ୟୁଜିଲାଣ୍ଡ

ଚେଷ୍ଟର-ଲି- ଷ୍ଟିଟ୍‌,୩।୭ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଦୁଇ ଫେଭରାଇଟ ଦଳ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଏବେ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ବୁଧବାର ସ୍ଥାନୀୟ ରିଭରସାଇଡ୍‌ ଗ୍ରାଉଣ୍ଟରେ ଏହି ଦୁଇ ହାଇପ୍ରୋଫାଇଲ ଦଳ ସେମାନଙ୍କ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ଏହି ମୁକାବିଲାରେ ଯେଉଁ ଦଳ ବିଜୟୀ ହେବ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିବ। ତେବେ ପରାଜିତ ଦଳ ପାଇଁ ଅବଶ୍ୟ ସେମିଫାଇନାଲର କ୍ଷୀଣ ଆଶା ଉଜ୍ଜୀବିତ ରହିବ। ରାଉଣ୍ଡ – ରବିନ ପର୍ଯ୍ୟାୟରୁ ୧୦ଟି ମଧ୍ୟରୁ ଶ୍ରେଷ୍ଠ ୪ଟି ଦଳ ସେମିକୁ ଉଠିବେ। ଯଦି ଇଂଲଣ୍ଡ ଏହି ମ୍ୟାଚରେ ପରାସ୍ତ ହୁଏ ତେବେ ପାକିସ୍ତାନ ପାଇଁ ସୁଯୋଗ ସୃଷ୍ଟି ହେବ। ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନ ବାଂଲାଦେଶକୁ ହରାଇ ସେମିକୁ ଉଠିବ।
ଯଦି ନ୍ୟୁଜିଲାଣ୍ଡ ହାରେ ଓ ବାଂଲାଦେଶ ଭାରତ ଓ ପାକିସ୍ତାନକୁ ହରାଏ ତାହେଲେ ନ୍ୟୁଜିଲାଣ୍ଡର ସମକକ୍ଷ ହେବ। ଦୁଇ ଏସୀୟ ଦଳ ପାକିସ୍ତାନ ଓ ବାଂଲାଦେଲ ନେଟ ରନ୍‌ରେଟ୍‌ରେ ପଛରେ ରହିଛନ୍ତି। ଏଭଳି ସ୍ଥିତିରେ ନ୍ୟୁଜିଲାଣ୍ଡ ଇଂଲଣ୍ଡଠାରୁ ବୃହତ୍‌ ବ୍ୟବଧାନରେ ହାରିଲେ ଏହି ଦୁଇ ଉପମହାଦେଶୀୟ ଦଳ ପାଇଁ ଆଶୀର୍ବାଦ ସଦୃଶ ହେବ। ତେବେ ଏଥିପାଇଁ ପାକିସ୍ତାନକୁ ତା’ର ଅନ୍ତିମ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇବାକୁ ପଡିବ। ଅନ୍ୟପଟେ ବାଂଲାଦେଶକୁ ମଧ୍ୟ ଦୁଇଟି ବିଜୟ ହାସଲ କରିବାକୁ ପଡିବ। ଏପରି ହେଲେ ଗତଥରର ଫାଇନାଲ୍ଡ ନ୍ୟୁଜିଲାଣ୍ଡ ସେମିଫାଇନାଲକୁ ଉଠିବାରେ ବିଫଳ ହେବ। କିନ୍ତୁ ବର୍ତ୍ତମାନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡର ଭାଗ୍ୟ ସେମାନଙ୍କ ହାତରେ ରହିଛି।
ଗତ ମ୍ୟାଚ୍‌ରେ ଇଂଲଣ୍ଡ ଅପରାଜେୟ ଥିବା ଭାରତକୁ ୩୧ ରନରେ ହରାଇ ପ୍ରତ୍ୟାବର୍ତ୍ତନ କରିଛି। ଏହାପୂର୍ବରୁ ବିଶ୍ୱର ୧ ନମ୍ବର ଦିନିକିଆ ଦଳ ଇଂଲଣ୍ଡ ଶ୍ରୀଲଙ୍କ ଓ ଅଷ୍ଟ୍ରେଲିଆଠାରୁ କ୍ରମାଗତ ଦୁଇଟି ମ୍ୟାଚ୍‌ରେ ପରାସ୍ତ ହୋଇ ବିପଦରେ ପଡିଥିଲା। ୨୦୧୫ ବିଶ୍ୱକପ୍‌ରେ ଇଂଲଣ୍ଡ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ କରି ଓପନର ଜାସନ ରୟ ଭାରତ ବିପକ୍ଷରେ ୬୬ ରନ କରି ଦମ୍‌ ଦେଖାଇଥିଲେ। ସେହିପରି ଜନ୍ନି ବେୟାରଷ୍ଟୋ ୧୧୧ରନର ଶତକୀୟ ପାଳି ଖେଳିଥିଲେ। ପ୍ରଥମ ଉଇକେଟରେ ଦୁଇ ଓପନର ୧୬୦ ରନ ସଂଗ୍ରହ କରିଥିଲେ। ଏହାପରେ ବେନ୍‌ ଷ୍ଟୋକ୍ସ ୭୯ ରନ କରି କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଫଳରେ ଇଂଲଣ୍ଡ ୭ ଉଇକେଟ ହରାଇ ୩୩୭ ରନ ସଂଗ୍ରହ କରିଥିଲା। ପ୍ରଥମଥର ପାଇଁ ଇଂଲଣ୍ଡ ବିଶ୍ୱକପ୍‌ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। କ୍ରିସ୍‌ ଓ୍ବକ୍ସ ଓ ଦଳକୁ ଫେରିଥିବା ଲିଅମ ପ୍ଲଙ୍କେଟଙ୍କ ଭଳି ଦ୍ରୁତ ବୋଲର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ମିଡିଲ ଓଭରରେ ଉଇକେଟ ନେଇ ଏହି ଦୁଇ ବୋଲର ଭାରତକୁ ସମସ୍ୟାରେ ପକାଇଥିଲେ। ଚାପରେ ଥିତ୍ଲେ ମଧ୍ୟ ଆମେ ଭଲ ପ୍ରଦର୍ଶନ କରିବୁ ଓ ବିଜୟୀ ହେବାକୁ ପ୍ରୟାସ କରିବୁ ବୋଲି ଓ୍ବକ୍ସ କହିଛନ୍ତି।
ଅପରପକ୍ଷରେ ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ରେ ଜବରଦସ୍ତ ଆରମ୍ଭ କରିଥିଲେ ମଧ୍ୟ ତା’ର ଗତ ଦୁଇଟି ମ୍ୟାଚ୍‌ରେ ପାକିସ୍ତାନ ଓ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ବିପଦରେ ପଡିଛି। ଅଷ୍ଟ୍ରେଲିଆ ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରିଥିବା ଟ୍ରେଣ୍ଟ ବୋଲ୍ଟ ଓ ଲୋକି ଫର୍ଗୁସନଙ୍କ ଭଳି ଦ୍ରୁତ ବୋଲରଙ୍କୁ ନ୍ୟୁଜିଲାଣ୍ଡ ବୋଲିଂ ବିଭାଗ ବେଶ୍‌ ଦୃଢ଼ ମନେହେଉଛି। ରିଭରସାଉଡ୍‌ ଗ୍ରାଉଣ୍ଡରେ ବଲ୍‌ ଟର୍ନ ହେଉ ନ ଥିବାରୁ ସ୍ପିନର ଇଶ୍‌ ଶୋଧୀଙ୍କ ବଦଳରେ ନ୍ୟୁଜିଲାଣ୍ଡ ଅନ୍ୟତମ ଦ୍ରୁତ ବୋଲର ମ୍ୟାଟ୍‌ ହେନେରୀଙ୍କୁ ଖେଳାଇବା ଆଶା କରାଯାଉଛି। ଚଳିତ ବିଶ୍ୱକପ୍‌ରେ ଏକାଧିକ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡିଛି। ଅଭିଜ୍ଞ ରସ୍‌ ଟେଲରଙ୍କ ସମେତ ଓ୍ବିଲିୟମସଙ୍କୁ ଏହି ମ୍ୟାଚ୍‌ରେ ଦମ ଦେଖାଇବାକୁ ପଡିବ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ କଲିନ ମୁନରୋଙ୍କୁ ଡ୍ରପ୍‌ କରାଯାଇଥିଲା। ଖରାପ୍‌ ଫର୍ମ ଦେଇ ଗତିକରୁଥିବା ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲ ୬ଟି ଇନିଂସରୁ ମାତ୍ର ୮୫ ରନ କରି ଦଳର ଚିନ୍ତା ବଢ଼ାଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ସେ ଅବଶ୍ୟ ଅପରାଜିତ ୭୩ ରନର ଶତକୀୟ ପାଳି ଖେଳିଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍‌ ଲାଥମ ମଧ୍ୟ ଫର୍ମରେ ନାହାନ୍ତି। ସେ ଟୁର୍ନାମେଣ୍ଟରେ ୮.୨ ହାରରେ ରନ ସଂଗ୍ରହ କରିଛନ୍ତି। ସବୁ ସମସ୍ୟାରେ ସୁଧାର ଆଣି ଆମେ ଦଳଗତ ପ୍ରଦର୍ଶନ କରି ଇଂଲଣ୍ଡକୁ ହରାଇବାକୁ ଚେଷ୍ଟା କରିବୁ ବୋଲି ନ୍ୟୁଜିଲାଣ୍ଡ କୋଚ୍‌ କ୍ରେଗ୍‌ ମ୍ୟାକ୍‌ମିଲନ କହିଛନ୍ତି। ଦୁଇ ଦଳ ପାଇଁ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ଏପରିସ୍ଥଳେ ଏହି ହାଇପ୍ରୋଫାଇଲ ମ୍ୟାଚ୍‌ ରୋମାଞ୍ଚକ ଓ ଉପଭୋଗ୍ୟ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବର୍ଷା ଯୋଗୁ ମ୍ୟାଚ ଧୋଇଗଲେ ଏହି ନିମୟମରେ ହେବ ସେମିଫାଇନାଲର ନିଷ୍ପତ୍ତି, ବୁଝନ୍ତୁ ଏହି ଗଣିତ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରୁଛି। ଗତ ଶନିବାର (୨୧ ଫେବୃଆରୀ) ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ…

‘କଂଗ୍ରେସ ପ୍ରଥମରୁ ଉଲଗ୍ନ,’ କାହିଁକି କଂଗ୍ରେସ ନେତାଙ୍କୁ ଏମିତି ସମାଲୋଚନା କଲେ ମୋଦି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମ୍ମିଳନୀରେ ଭାରତୀୟ ଯୁବ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନକୁ ନେଇ କଂଗ୍ରେସ ଦଳ…

ବେଆଇନ ଭାବରେ ଅନ୍‌ଲୋଡିଂ ହେଉଥିଲା ଶହଶହ ଜିଞ୍ଜର ବୋତଲ, ମାଡ଼ିବସିଲା ଅବକାରୀ ବିଭାଗ

ବାଲେଶ୍ୱର,୨୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଭ୍ରାମ୍ୟମାଣ ଅବକାରୀ ୟୁନିଟ୍‌ ପକ୍ଷରୁ ରବିବାର ଚଢ଼ାଉ କରାଯାଇଛି। ସୋର ଥାନା ଅନ୍ତର୍ଗତ ଦୟାନିଧିପୁର ନିକଟ ଖେଳପଡ଼ିଆରେ ବେଆଇନ ଭାବେ ଏକ…

ଦନ୍ତା ଦଳିଦେବା ପରେ ପରିବାର ଲୋକେ କଲେ ଏମିତି କାମ, ଅମର ରହିଗଲେ ଊର୍ମିଳା

ଦିଗପହଣ୍ଡି,୨୨ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ ଊର୍ମିଳା ରାଉତ(୫୧) ରବିବାର ସକାଳେ ଦନ୍ତା ହାତୀ…

ସୁପର-୮ରେ ଟିମ୍‌ ଇଣ୍ଡିଆକୁ ରହିବାକୁ ପଡ଼ିବ ସାବଧାନ! ଦକ୍ଷିଣ ଆଫ୍ରିକାର ଏହି ୪ ଖେଳାଳି କରିପାରନ୍ତି…

ନୂଆଦିଲ୍ଲୀ,୨୨।୨: ରବିବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ ୨୦୨୬ରେ ମୁହାଁମୁହିଁ ହେବେ। ସୁପର ୮ ରାଉଣ୍ଡରେ ଗ୍ରୁପ ୧ର ଏହା ପ୍ରଥମ ମ୍ୟାଚ, ଯାହା…

ବାଇକ୍‌ରେ ଯାଉଥିଲେ ଯୁବକ, ଚାପିଦେଲା ଅଜଣା ଗାଡ଼ି

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାରଡ଼ା ନିକଟରେ ରବିବାର ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ସାଇବର ଠକେଇର ପର୍ଦ୍ଦାଫାଶ, ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବୁଗୁଡ଼ା,୨୨ା୨(କାଳୀଚରଣ ଦାଶ): ସମ୍ପ୍ରତି ବିଭିନ୍ନ ମାଧ୍ୟମରେ ସଚେତନତା ସତ୍ତ୍ବେ ଲୋକେ ସାଇବର ଠକେଇର ଶିକାର ହୋଇଆସୁଥିବା ବେଳେ ଓଡ଼ିଶା ପୋଲିସର ସାଇବର କବଚ ସ୍ବତନ୍ତ୍ର ଅଭିଯାନ ପରିପ୍ରେକ୍ଷୀରେ…

ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଶଂସା କଲେ ମୋଦୀ, ମନ୍ କି ବାତ୍‌ରେ ଚାଷଶୈଳୀର…

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩୧ ତମ ‘ମନ୍ କି ବାତ୍’ ଜରିଆରେ ଦେଶବାସୀଙ୍କୁ ମନର କଥା କହିଛନ୍ତି । ଏହି ସମୟରେ ସେ ଓଡ଼ିଶାର ଯୁବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri