Posted inଖେଳ

ଆଇସିସି ବିଶ୍ୱକପ୍‌: ସେମିଫାଇନାଲ ଲକ୍ଷ୍ୟରେ ଇଂଲଣ୍ଡ- ନ୍ୟୁଜିଲାଣ୍ଡ

ଚେଷ୍ଟର-ଲି- ଷ୍ଟିଟ୍‌,୩।୭ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଦୁଇ ଫେଭରାଇଟ ଦଳ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଏବେ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ବୁଧବାର ସ୍ଥାନୀୟ ରିଭରସାଇଡ୍‌ ଗ୍ରାଉଣ୍ଟରେ ଏହି ଦୁଇ ହାଇପ୍ରୋଫାଇଲ ଦଳ ସେମାନଙ୍କ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ଏହି ମୁକାବିଲାରେ ଯେଉଁ ଦଳ ବିଜୟୀ ହେବ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିବ। ତେବେ ପରାଜିତ ଦଳ ପାଇଁ ଅବଶ୍ୟ ସେମିଫାଇନାଲର କ୍ଷୀଣ ଆଶା ଉଜ୍ଜୀବିତ ରହିବ। ରାଉଣ୍ଡ – ରବିନ ପର୍ଯ୍ୟାୟରୁ ୧୦ଟି ମଧ୍ୟରୁ ଶ୍ରେଷ୍ଠ ୪ଟି ଦଳ ସେମିକୁ ଉଠିବେ। ଯଦି ଇଂଲଣ୍ଡ ଏହି ମ୍ୟାଚରେ ପରାସ୍ତ ହୁଏ ତେବେ ପାକିସ୍ତାନ ପାଇଁ ସୁଯୋଗ ସୃଷ୍ଟି ହେବ। ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନ ବାଂଲାଦେଶକୁ ହରାଇ ସେମିକୁ ଉଠିବ।
ଯଦି ନ୍ୟୁଜିଲାଣ୍ଡ ହାରେ ଓ ବାଂଲାଦେଶ ଭାରତ ଓ ପାକିସ୍ତାନକୁ ହରାଏ ତାହେଲେ ନ୍ୟୁଜିଲାଣ୍ଡର ସମକକ୍ଷ ହେବ। ଦୁଇ ଏସୀୟ ଦଳ ପାକିସ୍ତାନ ଓ ବାଂଲାଦେଲ ନେଟ ରନ୍‌ରେଟ୍‌ରେ ପଛରେ ରହିଛନ୍ତି। ଏଭଳି ସ୍ଥିତିରେ ନ୍ୟୁଜିଲାଣ୍ଡ ଇଂଲଣ୍ଡଠାରୁ ବୃହତ୍‌ ବ୍ୟବଧାନରେ ହାରିଲେ ଏହି ଦୁଇ ଉପମହାଦେଶୀୟ ଦଳ ପାଇଁ ଆଶୀର୍ବାଦ ସଦୃଶ ହେବ। ତେବେ ଏଥିପାଇଁ ପାକିସ୍ତାନକୁ ତା’ର ଅନ୍ତିମ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇବାକୁ ପଡିବ। ଅନ୍ୟପଟେ ବାଂଲାଦେଶକୁ ମଧ୍ୟ ଦୁଇଟି ବିଜୟ ହାସଲ କରିବାକୁ ପଡିବ। ଏପରି ହେଲେ ଗତଥରର ଫାଇନାଲ୍ଡ ନ୍ୟୁଜିଲାଣ୍ଡ ସେମିଫାଇନାଲକୁ ଉଠିବାରେ ବିଫଳ ହେବ। କିନ୍ତୁ ବର୍ତ୍ତମାନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡର ଭାଗ୍ୟ ସେମାନଙ୍କ ହାତରେ ରହିଛି।
ଗତ ମ୍ୟାଚ୍‌ରେ ଇଂଲଣ୍ଡ ଅପରାଜେୟ ଥିବା ଭାରତକୁ ୩୧ ରନରେ ହରାଇ ପ୍ରତ୍ୟାବର୍ତ୍ତନ କରିଛି। ଏହାପୂର୍ବରୁ ବିଶ୍ୱର ୧ ନମ୍ବର ଦିନିକିଆ ଦଳ ଇଂଲଣ୍ଡ ଶ୍ରୀଲଙ୍କ ଓ ଅଷ୍ଟ୍ରେଲିଆଠାରୁ କ୍ରମାଗତ ଦୁଇଟି ମ୍ୟାଚ୍‌ରେ ପରାସ୍ତ ହୋଇ ବିପଦରେ ପଡିଥିଲା। ୨୦୧୫ ବିଶ୍ୱକପ୍‌ରେ ଇଂଲଣ୍ଡ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ କରି ଓପନର ଜାସନ ରୟ ଭାରତ ବିପକ୍ଷରେ ୬୬ ରନ କରି ଦମ୍‌ ଦେଖାଇଥିଲେ। ସେହିପରି ଜନ୍ନି ବେୟାରଷ୍ଟୋ ୧୧୧ରନର ଶତକୀୟ ପାଳି ଖେଳିଥିଲେ। ପ୍ରଥମ ଉଇକେଟରେ ଦୁଇ ଓପନର ୧୬୦ ରନ ସଂଗ୍ରହ କରିଥିଲେ। ଏହାପରେ ବେନ୍‌ ଷ୍ଟୋକ୍ସ ୭୯ ରନ କରି କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଫଳରେ ଇଂଲଣ୍ଡ ୭ ଉଇକେଟ ହରାଇ ୩୩୭ ରନ ସଂଗ୍ରହ କରିଥିଲା। ପ୍ରଥମଥର ପାଇଁ ଇଂଲଣ୍ଡ ବିଶ୍ୱକପ୍‌ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। କ୍ରିସ୍‌ ଓ୍ବକ୍ସ ଓ ଦଳକୁ ଫେରିଥିବା ଲିଅମ ପ୍ଲଙ୍କେଟଙ୍କ ଭଳି ଦ୍ରୁତ ବୋଲର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ମିଡିଲ ଓଭରରେ ଉଇକେଟ ନେଇ ଏହି ଦୁଇ ବୋଲର ଭାରତକୁ ସମସ୍ୟାରେ ପକାଇଥିଲେ। ଚାପରେ ଥିତ୍ଲେ ମଧ୍ୟ ଆମେ ଭଲ ପ୍ରଦର୍ଶନ କରିବୁ ଓ ବିଜୟୀ ହେବାକୁ ପ୍ରୟାସ କରିବୁ ବୋଲି ଓ୍ବକ୍ସ କହିଛନ୍ତି।
ଅପରପକ୍ଷରେ ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ରେ ଜବରଦସ୍ତ ଆରମ୍ଭ କରିଥିଲେ ମଧ୍ୟ ତା’ର ଗତ ଦୁଇଟି ମ୍ୟାଚ୍‌ରେ ପାକିସ୍ତାନ ଓ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ବିପଦରେ ପଡିଛି। ଅଷ୍ଟ୍ରେଲିଆ ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରିଥିବା ଟ୍ରେଣ୍ଟ ବୋଲ୍ଟ ଓ ଲୋକି ଫର୍ଗୁସନଙ୍କ ଭଳି ଦ୍ରୁତ ବୋଲରଙ୍କୁ ନ୍ୟୁଜିଲାଣ୍ଡ ବୋଲିଂ ବିଭାଗ ବେଶ୍‌ ଦୃଢ଼ ମନେହେଉଛି। ରିଭରସାଉଡ୍‌ ଗ୍ରାଉଣ୍ଡରେ ବଲ୍‌ ଟର୍ନ ହେଉ ନ ଥିବାରୁ ସ୍ପିନର ଇଶ୍‌ ଶୋଧୀଙ୍କ ବଦଳରେ ନ୍ୟୁଜିଲାଣ୍ଡ ଅନ୍ୟତମ ଦ୍ରୁତ ବୋଲର ମ୍ୟାଟ୍‌ ହେନେରୀଙ୍କୁ ଖେଳାଇବା ଆଶା କରାଯାଉଛି। ଚଳିତ ବିଶ୍ୱକପ୍‌ରେ ଏକାଧିକ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡିଛି। ଅଭିଜ୍ଞ ରସ୍‌ ଟେଲରଙ୍କ ସମେତ ଓ୍ବିଲିୟମସଙ୍କୁ ଏହି ମ୍ୟାଚ୍‌ରେ ଦମ ଦେଖାଇବାକୁ ପଡିବ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ କଲିନ ମୁନରୋଙ୍କୁ ଡ୍ରପ୍‌ କରାଯାଇଥିଲା। ଖରାପ୍‌ ଫର୍ମ ଦେଇ ଗତିକରୁଥିବା ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲ ୬ଟି ଇନିଂସରୁ ମାତ୍ର ୮୫ ରନ କରି ଦଳର ଚିନ୍ତା ବଢ଼ାଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ସେ ଅବଶ୍ୟ ଅପରାଜିତ ୭୩ ରନର ଶତକୀୟ ପାଳି ଖେଳିଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍‌ ଲାଥମ ମଧ୍ୟ ଫର୍ମରେ ନାହାନ୍ତି। ସେ ଟୁର୍ନାମେଣ୍ଟରେ ୮.୨ ହାରରେ ରନ ସଂଗ୍ରହ କରିଛନ୍ତି। ସବୁ ସମସ୍ୟାରେ ସୁଧାର ଆଣି ଆମେ ଦଳଗତ ପ୍ରଦର୍ଶନ କରି ଇଂଲଣ୍ଡକୁ ହରାଇବାକୁ ଚେଷ୍ଟା କରିବୁ ବୋଲି ନ୍ୟୁଜିଲାଣ୍ଡ କୋଚ୍‌ କ୍ରେଗ୍‌ ମ୍ୟାକ୍‌ମିଲନ କହିଛନ୍ତି। ଦୁଇ ଦଳ ପାଇଁ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ଏପରିସ୍ଥଳେ ଏହି ହାଇପ୍ରୋଫାଇଲ ମ୍ୟାଚ୍‌ ରୋମାଞ୍ଚକ ଓ ଉପଭୋଗ୍ୟ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri