Posted inଖେଳ

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡର ସହଜ ବିଜୟ

କାର୍ଡିଫ, ୯ା୬- ସ୍ଥାନୀୟ ସୋଫିଆ ଗାର୍ଡେନଠାରେ ଚଳିତ ଆଇସିସି ବିଶ୍ୱକପ୍‌ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଜାସନ ରୟଙ୍କ ଆକର୍ଷଣୀୟ ୧୫୩ ରନ ଏବଂ ଜୋସ୍‌ ବଟଲରଙ୍କ ଷ୍ଟ୍ରୋକ୍‌ଭରା ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ୧୦୬ ରନରେ ବାଂଲାଦେଶକୁ ପରାସ୍ତ କରିଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ୩୮୭ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟକୁ ପିଛାକରି ବାଂଲାଦେଶ ଅଲରାଉଣ୍ଡର ଶକିବ ଅଲ ହସନ(୧୨୧)ଙ୍କ ଶତକ ସହାୟତାରେ ୪୮.୫ ଓଭରରେ ୨୮୦ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଉଇକେଟକିପର ମୁସ୍‌ଫିକର ରହିମ ୪୪ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ବେନ୍‌ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚର ୩ଟି ଲେଖାଏଁ ଏବଂ ମାର୍କ ଉଡ୍‌ ୨ଟି ଉଇକେଟ ନେଇଥିଲେ। ଇଂଲଣ୍ଡ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଖେଳିଥିବା ୩ଟି ମ୍ୟାଚ ମଧ୍ୟରୁ ଏହା ଦ୍ୱିତୀୟ ବିଜୟ ହୋଇଥିବାବେଳେ ସମାନ ସଂଖ୍ୟକ ମ୍ୟାଚ ଖେଳିଥିବା ବାଂଲାଦେଶର ଏହା ଦ୍ୱିତୀୟ ପରାଜୟ।
ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୬ ଉଇକେଟ ବିନିମୟରେ ୩୮୬ ରନ ସଂଗ୍ରହ କରିଥିଲା। ରୟ ତାଙ୍କ ୧୨୧ ବଲ୍‌ର ଇନିଂସରେ ୧୪ ଚୌକା ଏବଂ ୫ଟି ଛକା ଲଗାଇଥିଲେ। ସେ ଓପନର ଜନି ବେୟାରଷ୍ଟୋ (୫୧) ଏବଂ ପ୍ରଥମ ଡାଉନ୍‌ରେ ଜୋ ରୁଟ୍‌ (୨୧)ଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରିଥିଲେ, ଯାହାକି ଦଳର ବ୍ୟାଟିଂ ମୂଳଦୁଆ ପକାଇବାରେ ସହାୟକ ହୋଇଥିଲା। ପରେ ବଟଲର ୪୪ ବଲ୍‌ରୁ ୬୪ ରନ କରିଥିଲେ। ଏଥିରେ ୪ ଛକା ଏବଂ ୨ ଚୌକା ସାମିଲ ରହିଥିଲା। ସେ ଅଧିନାୟକ ଇଅନ ମୋର୍ଗାନ (୩୫)ଙ୍କ ସହିତ ପାର୍ଟନରଶିପ୍‌ରେ ୯୫ରନ ଯୋଗ କରିଥିଲେ। ଫଳରେ ଇଂଲଣ୍ଡ ଟୁର୍ନାମେଣ୍ଟରେ ପ୍ରଥମ ଦଳ ହିସାବରେ ୩୫୦ରୁ ଅଧିକ ରନ ସଂଗ୍ରହ କରିପାରିଥିଲା। ବାଂଲାଦେଶ ପକ୍ଷରୁ ମହମ୍ମଦ ସଇଫୁଦ୍ଦିନ (୨/୭୮) ଏବଂ ମେହିଦି ହସନ (୨/୬୭) ଦୁଇଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ: ୫୦ ଓଭରରେ ୩୮୬/୬ (ଜାସନ ରୟ-୧୫୩, ଜୋସ୍‌ ବଟଲର-୬୪, ଜନି ବେୟାରଷ୍ଟୋ-୫୧, ମେହିଦି ହସନ-୨/୬୭, ମହମ୍ମଦ ସଇଫୁଦ୍ଦିନ-୨/୭୮)।
ବାଂଲାଦେଶ: ୪୮.୫ ଓଭରରେ ୨୮୦/ଅଲଆଉଟ (ଶକିବ ଅଲ୍‌ ହସନ-୧୨୧, ମୁସ୍‌ଫିକର ରହିମ-୪୪, ମହମୁଦୁଲ୍ଲା-୨୮, ବେନ୍‌ ଷ୍ଟୋକ୍ସ-୩/୨୩, ଜୋଫ୍ରା ଆର୍ଚର-୩/୩୦, ମାର୍କ ଉଡ୍‌-୨/୫୨)।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri