Posted inଖେଳ

ଆଇସିସି ବିଶ୍ୱକପ: ଅଷ୍ଟ୍ରେଲିଆ- ପାକିସ୍ତାନ ମୁକାବିଲା

ଟଣ୍ଟନ,୧୨।୬(ଏଏଫ୍‌ପି)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଦ୍ୱାଦଶ ସଂସ୍କରଣରେ ବୁଧବାର ପାକିସ୍ତାନ ଓ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ। ସ୍ଥାନୀୟ ଦି କୁପର ଆସୋସିଏଟ୍‌ କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଦୁଇ ଦଳ ପାଇଁ ବେଶ୍‌ ଗୁରୁତ୍ୱବହନ କରୁଛି। ପାକିସ୍ତାନ ତାରକା ଦ୍ରୁତ ବୋଲର ମହମ୍ମଦ ଆମିର ଏହି ମ୍ୟାଚ୍‌ରେ ପୁଣିଥରେ କମାଲ କରିବା ଲକ୍ଷ୍ୟରେ ରହିଛନ୍ତି। ଆମିର ଗତ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ବର୍ଷା କାରଣରୁ ଏହା ବାତିଲ ହୋଇଥିଲା। ଚିକେନ ଫକ୍ସ ହେବା କାରଣରୁ ଆମିର ବାକି ୪ଟି ମ୍ୟାଚ୍‌ ଖେଳି ନ ଥିଲେ। ଇଂଲଣ୍ଡ ଅବଶ୍ୟ ୪-୦ ବ୍ୟବଧାନରେ ଏହି ସିରିଜ ଜିତିଥିଲା। ବିଶ୍ୱକପ୍‌ ପାଇଁ ଘୋଷିତ ସମ୍ଭାବ୍ୟ ପ୍ରାଥମିକ ଦଳରେ ସ୍ଥାନ ପାଇ ନ ଥିଲେ ମଧ୍ୟ ୨୭ ବର୍ଷୀୟ ଆମିର ଶେଷରେ ଅନ୍ତିମ ଦଳରେ ସାମିଲ ହୋଇଥିଲେ। ଟ୍ରେଣ୍ଟବ୍ରିଜ୍‌ରେ ବିଶ୍ୱକପ୍‌ର ପଦାର୍ପଣ ମ୍ୟାଚ୍‌ରେ ଆମିର ୩ଟି ଉଇକେଟ ନେଇଥିଲେ ମଧ୍ୟ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୦୫ ରନରେ ଅଲଆଉଟ ହୋଇଥିଲା। ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ୭ ଉଇକେଟରେ ବିଜୟୀ ହୋଇଥିଲା। ଏହା ପରେ ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ ନଟିଂହାମ୍‌ରେ ଆଶ୍ଚର୍ଯ୍ୟଜନକ ଭାବେ ଇଂଲଣ୍ଡକୁ ୧୪ ରନରେ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଆମିର ୬୭ ରନ ବ୍ୟୟ କରି ମୂଲ୍ୟବାନ ୨ ଉଇକେଟ ଅକ୍ତିଆର କରିଥିଲେ। ଏହାପରେ ବ୍ରିଷ୍ଟଲରେ ପାକିସ୍ତାନ ତା’ର ତୃତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିଥିଲା। ତେବେ ଏହି ମ୍ୟାଚ୍‌ ବର୍ଷାକାରଣରୁ ବାତିଲ ହୋଇଥିଲା।
ରେକର୍ଡ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ପାକିସ୍ତାନ ଅଷ୍ଟ୍ରେଲିଆର ବହୁ ପଛରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ଗତ ୧୪ଟି ମ୍ୟାଚ୍‌ରେ ପାକିସ୍ତାନ ଥରେ ମାତ୍ର ବିଜୟୀ ହେବାର ସୁଯୋଗ ପାଇଛି। ୨୦୧୭ ଜାନୁୟାରୀରେ ମେଲବୋର୍ନରେ ମହମ୍ମଦ ହାଫିଜଙ୍କ ୭୨ ରନର ଉପଯୋଗୀ ଇନିଂସ ବଳରେ ଶେଷଥର ପାଇଁ ପାକିସ୍ତାନ ବିଜୟୀ ହୋଇଥିଲା। ଗତ ଇଂଲଣ୍ଡ ବିପକ୍ଷ ବିଜୟରେ ମଧ୍ୟ ହାଫିଜ୍‌ଙ୍କ ୮୪ ରନର ଇଂନିସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ୫ଥର ବିଶ୍ୱକପ୍‌ ଟାଇଟଲ ହାସଲ କରିଥିବା ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ରେ ଅବଶ୍ୟ ପାକିସ୍ତାନଠାରୁ ଦୁଇ ପାଦ ଆଗରେ ରହିଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଆମେ ଅଧିକ ମ୍ୟାଚ୍‌ରେ ବିଜୟୀ ହୋଇନାହୁଁ। ତେବେ ଇଂଲଣ୍ଡକୁ ଗତ ମ୍ୟାଚ୍‌ରେ ହରାଇବାରେ ସକ୍ଷମ ହୋଇଛୁ। ସେହିପରି ଅଷ୍ଟ୍ରେଲିଆକୁ ମଧ୍ୟ ଆମେ ଚକ୍‌ମା ଦେବା ଲକ୍ଷ୍ୟରେ ରହିଛୁ ବୋଲି ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ କହିଛନ୍ତି। ଇଂଲଣ୍ଡକୁ ହରାଇବା ପରେ ଆମର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଏହି ବିଜୟରୁ ଆମେ ବହୁତ କିଛି ଶିକ୍ଷା କରିଛୁ। ଇଂଲଣ୍ଡ ବିପକ୍ଷରେ ଯେପରି ଆମେ ଆକ୍ରମଣାତ୍ମ ଖେଳିଥିଲୁ ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ପ୍ରଦର୍ଶନ କରିବୁ ବୋଲି ସର୍ଫରାଜ କହିଛନ୍ତି।
ଭାରତ ଗତ ସପ୍ତାହ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଥିଲା। ବିଶ୍ୱକପ୍‌ରେ ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆ ପ୍ରଥମ ପରାଜୟବରଣ କରିଥିଲା। ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ପ୍ରତ୍ୟାବର୍ତ୍ତନ କରିବା ପରେ ଅଷ୍ଟ୍ରେଲିଆ ଆହୁରି ଶକ୍ତିଶାଳୀ ହୋଇଛି। ଭାରତଠାରୁ ହାରିବା ପରେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରି ବିଜୟୀ ହେବା ପାଇଁ ଚେଷ୍ଟା କରିବ ବୋଲି ସର୍ଫରାଜ କହିଛନ୍ତି। ତେବେ ଏହି ଚ୍ୟାଲେଞ୍ଜ ପାଇଁ ପାକିସ୍ତାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି।
ଓପନର ଓ୍ବାର୍ନରଙ୍କୁ ନେଇ ଅଷ୍ଟ୍ରେଲିଆ ଟିମ୍‌ ମ୍ୟାନେଜମେଣ୍ଟ ସାମାନ୍ୟ ଚିନ୍ତିତ ରହିଛି। ବିଶ୍ୱକପ୍‌ରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ପାକିସ୍ତାନ ବିପକ୍ଷରେ ସେ ନିଜ ଚିରାଚରିତ ଢଙ୍ଗରେ ଧୂଆଁଧାର ବ୍ୟାଟିଂ କରିବେ ବୋଲି ଆଶା କରାଯାଉଛି। ଭାରତ ବିପକ୍ଷରେ ଓ୍ବାର୍ନର ୮୪ ବଲରୁ ୫୬ ରନ ସଂଗ୍ରହ କରିଥିଲେ। ଏଥିମଧ୍ୟରେ ୪୮ଟି ଡଟ୍‌ ବଲ ରହିଥିଲା। ଫଳରେ ଅଷ୍ଟ୍ରେଲିଆର ରନସଂଗ୍ରହ ହାରରେ ମାନ୍ଦା ଥିଲା ଓ ଶେଷରେ ଅଷ୍ଟ୍ରେଲିଆ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହୋଇଥିଲା। କେବଳ ସେତିକି ନୁହଁ ଅଧିନାୟକ ତଥା ଓପନିଂ ପାର୍ଟନର ଆରୋନ ଫିଞ୍ଚ୍‌ଙ୍କୁ ରନ୍‌ ଆଉଟ କରାଇବାରେ ମଧ୍ୟ ଓ୍ବାର୍ନରଙ୍କ ଭୂମିକା ରହିଥିଲା। ତେବେ ଫିଞ୍ଚ୍‌ ଓ୍ବାର୍ନରଙ୍କୁ ସମର୍ଥନ କରିଛନ୍ତି। ବଲ ଟାମ୍ପରିଂ କାରଣରୁ ବାସନ୍ଦରୁ ଫେରିବା ପରେ ଓ୍ବାର୍ନର ପୂର୍ବତନ ଅଧିନାୟକ ସ୍ମିଥ୍‌ଙ୍କ ସହ ପ୍ରଥମଥର ପାଇଁ ବିଶ୍ୱକପ୍‌ ଭଳି ବଡ଼ ଟୁର୍ନାମେଣ୍ଟ ଖେଳୁଛନ୍ତି। ଏହି ମ୍ୟାଚ୍‌ରେ ଭାରତ ପ୍ରକୃତରେ ଉଚ୍ଚକୋଟୀର ବୋଲିଂ କରିଥିଲା। ତେଣୁ କ୍ରିଚ୍‌ରେ ଜମି ରହିବା ପାଇଁ ଓ୍ବାର୍ନରଙ୍କୁ କିଛି ସମୟ ଆବଶ୍ୟକ ହେଉଥିଲା। ଓ୍ବାର୍ନର ଜଣେ ବିଶ୍ୱସ୍ତରୀୟ ଖେଳାଳି। ଖୁବ୍‌ ଶୀଘ୍ର ସେ ନିଜ ଲୟକୁ ଫେରି ଅଷ୍ଟ୍ରେଲିଆକୁ ଜିତାଇବେ ବୋଲି ଫିଞ୍ଚ୍‌ ଆଶା ପ୍ରକାଶ କରିଛନ୍ତି। ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉପରେ ସାରା ବିଶ୍ୱର ନଜର ରହିଛି ଓ ଏହା ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଜାସନ ବେହରନଡୋର୍ଫ, ଆଲେକ୍ସ କାରେ, ନାଥନ କଲ୍ଟର- ନାଇଲ୍‌, ପ୍ୟାଟ୍‌ କୁମିନ୍ସ, ଉସ୍‌ମାନ ଖ୍ବାଜା, ନାଥନ ଲିୟନ, ଶନ୍‌ ମାର୍ଶ, ଗ୍ଲେନ ମ୍ୟାକ୍ସଓ୍ବେଲ, କେନ୍‌ ରିଚାର୍ଡସନ, ଷ୍ଟିଭେନ୍‌ ସ୍ମିଥ୍‌, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍‌, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।
ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଆସିଫ ଅଲି, ବାବର ଆଜମ, ଫଖର ଜାମାନ, ହାରିସ ସୋହେଲ, ହାସନ ଅଲି, ଇମାଦ ଓ୍ବାସିମ, ମହମ୍ମଦ ଆମିର, ଇମାମ-ଉଲ- ହକ୍‌, ମହମ୍ମଦ ଆମିର, ମହମ୍ମଦ ହାଫିଜ୍‌, ମହମ୍ମଦ ହାସନୈନ, ସଦାବ ଖାଁ, ଶାହିନ ଆଫ୍ରିଦି, ସୋଏବ ମଲିକ ଓ ଓ୍ବାହାବ ରିୟାଜ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri