ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲିଙ୍କ ଶୀର୍ଷ ସ୍ଥାନର ନିକଟତର ରୋହିତ

ଲଣ୍ଡନ, ୮।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ଭାରତୀୟ ତାରକା ଓପନର ରୋହିତ ଶର୍ମା ଏବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଅଧିନାୟକ ବିରାଟ କୋହଲିଙ୍କ ଶୀର୍ଷ ସ୍ଥାନର ନିକଟତର ହୋଇଛନ୍ତି। କୋହଲି ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବିଶ୍ୱକପ୍‌ରେ ୫ଟି ଶତକ ହାସଲ କରି ବିଶ୍ୱରେକର୍ଡ କରିବା ସହ ରୋହିତ ବ୍ୟାଟିଂ ତାଲିକାର ୨ ନମ୍ବର ସ୍ଥାନ ଅଧିକାର କରିଛନ୍ତି। କୋହଲି ଓ ରୋହିତଙ୍କ ମଧ୍ୟରେ ବ୍ୟବଧାନ କମିଛି। ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ କୋହଲି ୬୩.୧୪ ରନ ହାରରେ ୪୪୨ ରନ ସଂଗ୍ରହ କରିଛନ୍ତି। ଏଥିରେ ୫ଟି ଅର୍ଦ୍ଧଶତକ ସାମିଲ ରହିଛି। ଏଥିସହ ଗୋଟିଏ ପଏଣ୍ଟ ହାସଲ କରି କୋହଲି ୮୯୧ ପଏଣ୍ଟ ହାସଲ କରିଛନ୍ତି।
ଅନ୍ୟପଟେ ରୋହିତ ବିଶ୍ୱକପ୍‌ରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୫ଟି ଶତକ ହାସଲ କରି ମୋଟ କ୍ୟାରିୟର ଶ୍ରେଷ୍ଠ ୮୮୫ ପଏଣ୍ଟ ପାଇଛନ୍ତି। ସେହିପିରି ପାକିସ୍ତାନର ବାବର ଆଜମ ବ୍ୟାଟିଂ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ଟପ୍‌ ୧୦କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଷଷ୍ଠ ସ୍ଥାନରେ ରହିଛନ୍ତି। ଗ୍ରୁପ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ କରି ସେ ଏପର୍ଯ୍ୟନ୍ତ ୬୩୮ ରନ ସଂଗ୍ରହ କରିଛନ୍ତି। ରୋହିତଙ୍କଠାରୁ ସେ ମାତ୍ର ୯ ରନ ପଛରେ ରହିଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ସ୍ଥିର ପ୍ରଦର୍ଶନ କରି ୪ଟି ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନ ଅଧିକାର କରିବା ସହ ଟପ୍‌ ୧୦କୁ ଫେରିଛନ୍ତି। ଅଷ୍ଟ୍ରେଲିଆର ଉସ୍‌ମାନ ଖ୍ବାଜା କ୍ୟାରିୟର ଶ୍ରେଷ୍ଠ ୧୫ତମ ସ୍ଥାନ ଅଧିକାର କରିଛନ୍ତି। ଇଂଲଣ୍ଡ ଓପନର ଜାସନ ରଏ ଓ ଜନ୍ନି ବେୟାରଷ୍ଟୋ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୧୩ତମ ସ୍ଥାନରେ ରହିଛନ୍ତି।
ସେହିପରି ବୋଲିଂ ତାଲିକାରେ ଭାରତର ଯଶପ୍ରୀତ ବୁମ୍‌ରା ଲିଗ୍‌ ପର୍ଯ୍ୟାୟରେ ୯ଟି ମ୍ୟାଚ୍‌ ଖେଳି ୧୭ ଉଇକେଟ ଅକ୍ତିଆର କରିବା ସହ ୨୧ରୁ ଉନ୍ନତି କରି ୫୬ ପଏଣ୍ଟ ହାସଲ କରିଛନ୍ତି ଓ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ପୂର୍ବପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ସେ ପ୍ରଥମ ବୋଲର ଭାବେ ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍‌ କୁମିନ୍ସ ୩ଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡ଼ା ଓ ଇମ୍ରାନ ତାହିର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ଆଫଗାନିସ୍ତାନ ସ୍ପିନର ମୁଜିବ ଉର ରହମାନ ଷଷ୍ଠ, ରସିଦ ଖାଁ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ସପ୍ତମ ଓ ପାକିସ୍ତାନର ମହମ୍ମଦ ଅମୀର ଦ୍ୱାଦଶ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଜୋଫ୍ରା ଆର୍ଚର ୧୦୩ଟି ସ୍ଥାନ ଉପରକୁ ଉଠି ୪୨ତମ, ମାର୍କ ଉଡ ୧୦ଟି ସ୍ଥାନ ଉପରକୁ ଉଠି ୧୯ତମ ସ୍ଥାନରେ ରହିଛନ୍ତି। ପାକିସ୍ତାନ ଯୁବ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦୀ ୩୪ଟି ସ୍ଥାନ ଉପରକୁ ଉଠି ୨୩ତମ ସ୍ଥାନ ଅଧିକାର କରିଛନ୍ତି। ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ଅଲରାଉଣ୍ଡର ତାଲକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ୯ଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।
ଦଳୀୟ ତାଲିକାରେ ଇଂଲଣ୍ଡ ୧୨୩ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି। ତେବେ ମାତ୍ର କେତୋଟି ଡେସିମାଲ ପଏଣ୍ଟରେ ଭାରତ ପଛରେ ରହି ଦ୍ୱିତୀୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୧୧୨ ଲେଖାଏ ପଏଣ୍ଟ ହାସଲ କରିଛନ୍ତି। ତେବେ ଡେସିମାଲ ପଏଣ୍ଟ ଦୃଷ୍ଟିକୋଣରୁ ନ୍ୟୁଜିଲାଣ୍ଡ ତୃତୀୟ ଓ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ୧୧୦ ପଏଣ୍ଟ ପାଇ ଦକ୍ଷିଣ ଆଫ୍ରିକା ପଞ୍ଚମ ସ୍ଥାନ ଅଧିକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri