Posted inଖେଳ

ଆଇସିସି ଟି୨୦ ପୁରୁଷ ବିଶ୍ୱକପ୍‌: ସେମିଫାଇନାଲ ରିଜର୍ଭ ଡେ ଲାଗି ପ୍ରସ୍ତାବ

ସିଡନୀ, ୨୧।୩(ପି.ଟି.): ଅକ୍ଟୋବରରେ ଆୟୋଜନ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପୁରୁଷ ଟି୨୦ ବିଶ୍ୱକପ୍‌ରେ ସେମିଫାଇନାଲ ମ୍ୟାଚ୍‌ ଲାଗି ରିଜର୍ଭ ଡେ ରଖିବାକୁ କ୍ରିକେଟ ଅଷ୍ଟ୍ରେଲିଆ ପ୍ରସ୍ତାବ ଦେଇପାରେ। ଚଳିତ ବର୍ଷ ଶେଷ ଆଡକୁ ଆୟୋଜନ ହେବାକୁ ଥିବା ଆଇସିସି କ୍ରିକେଟ କମିଟି ବୈଠକରେ କ୍ରିକେଟ ଅଷ୍ଟ୍ରେଲିଆ ଏ ନେଇ ପ୍ରସ୍ତାବ ରଖିବ। ଚଳିତ ମାସ ପ୍ରାରମ୍ଭରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ୍‌ ନକ୍‌ଆଉଟ ପର୍ଯ୍ୟାୟରେ ରିଜର୍ଭ ଡେ ରଖି ନ ଥିବାରୁ ଆଇସିସି ବେଶ୍‌ ସମାଲୋଚିତ ହୋଇଥିଲା। ଯାହାଫଳରେ ଇଂଲଣ୍ଡକୁ ସେମିଫାଇନାଲ ନ ଖେଳି ବିଶ୍ୱକପରୁ ବାଦ୍‌ ହେବାକୁ ପଡିଥିଲା। ଭାରତ- ଇଂଲଣ୍ଡ ସେମିଫାଇନାଲ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ଗ୍ରୁପ୍‌ରେ ଭାରତ ଶୀର୍ଷ ସ୍ଥାନରେ ଅଧିକାର କରିଥିବାରୁ ସିଧାସଳଖ ଫାଇନାଲକୁ ଉଠିଥିଲା। ତେବେ ଇଂଲଣ୍ଡ ନିରାଶ ହୋଇଥିଲା। ଫଳରେ ବିଶ୍ୱବ୍ୟାପୀ କ୍ରିକେଟ ପ୍ରଶଂସକ ଆସନ୍ତୋଷ ଜାହିର କରିଥିଲେ।
କିନ୍ତୁ ଆଇସିସିର ଏବେକାର ନିୟମ ଅନୁସାରେ ଅକ୍ଟୋବର ୧୮ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ପୁରୁଷ ଟି୨୦ ବିଶ୍ୱକପ୍‌ ଫାଇନାଲ ପୂର୍ବରୁ କୌଣସି ମ୍ୟାଚ୍‌ ପାଇଁ ରିଜର୍ଭ ଡେ’ର ବ୍ୟବସ୍ଥା ନାହିଁ। ଫାଇାନାଲ ମ୍ୟାଚ୍‌ ନଭେମ୍ବର ୧୫ ତାରିଖରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଖେଳାଯିବ। ପୁରୁଷ ୨୦ ବିଶ୍ୱକପ୍‌ର ପ୍ଲେଇଙ୍ଗ କଣ୍ଡିସନ ଉପରେ କ୍ରିକେଟ କମିଟିରେ ସବିଶେଷ ଆଲୋଚନା କରାଯିବ ବୋଲି ଆଇସିସିର ଜଣେ ମୁଖପାତ୍ର କହିଛନ୍ତି। ତେବେ ଏହାପୂର୍ବରୁ ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି (ସିଇସି) ବୈଠକରେ ଔପଚାରିକ ଭାବେ ଆଲୋଚନା ହେବା ସହ ସ୍ବାକ୍ଷର ହେବ। କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ ରବଟର୍‌ସ ମଧ୍ୟ ସିଇସି ବୈଠକରେ ଯୋଗ ଦେବେ। ବିଶ୍ୱକପ୍‌ ନକ୍‌ଆଉଟ୍‌ ମ୍ୟାଚ୍‌ଗୁଡିକରେ ରଜର୍ଭ ଡେ ସାମିଲ କରିବାକୁ ପ୍ରୟାସ କରାଯିବ ବୋଲି ରବଟର୍‌ସ କହିଛନ୍ତି। ଉଲ୍ଲେଖଥାଉ କି, ଗତବର୍ଷ ଅନୁଷ୍ଠିତ ପ୍ଲେଇଙ୍ଗ କଣ୍ଡିସନକୁ ଦୃଷ୍ଟିରେ ରଖି ଦିନିକିଆ ବିଶ୍ୱକପ୍‌ରେ ନକ୍‌ଆଉଟ୍‌ ମୁକାବିଲା ପାଇଁ ରଜର୍ଭ ଡେ’ର ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

New Labour Law: ସପ୍ତାହକୁ ମିଳିବ କି ୩ଦିନ ଛୁଟି? କଣ କହିଲା ଶ୍ରମ ମନ୍ତ୍ରଣାଳୟ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରୁ ଅଫିସ୍ ପର୍ଯ୍ୟନ୍ତ, ଲୋକଙ୍କ ମନରେ ସମାନ ପ୍ରଶ୍ନ ଘୂରି ବୁଲୁଛି ଯେ, ଭାରତରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ...

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫।୧୨: ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ...

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri